ETV Bharat / state

ଆସିଲେନି ସାହିଭାଇ, ସ୍ବାସ୍ଥ୍ୟକର୍ମୀ କଲେ କୋଭିଡ ଆକ୍ରାନ୍ତଙ୍କ ଅନ୍ତିମ ସଂସ୍କାର - କୋଭିଡ ଆକ୍ରାନ୍ତ ମୃତଦେହକି ମିଳିଲାନି କାନ୍ଧ

ପୁଣି କୋଭିଡ ଆକ୍ରାନ୍ତ ମୃତ ବ୍ୟକ୍ତିଙ୍କୁ ମିଳିଲାନି କାନ୍ଧ । ଅନ୍ତିମ ସଂସ୍କାର ପାଇଁ ଆଗେଇ ଆସିଲେ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ସ୍ବାସ୍ଥ୍ୟକର୍ମୀ । କେନ୍ଦ୍ରାପଡା ଡେରାବିଶ ବ୍ଲକ ବଡ ସଲାରୋ ଗାଁର ଘଟଣା । ଅଧିକ ପଢନ୍ତୁ...

ସ୍ବାସ୍ଥ୍ୟକର୍ମୀଙ୍କ କଲେ କୋଭିଡ ଆକ୍ରାନ୍ତ ମୃତଦେହର ସଂସ୍କାର

author img

By

Published : Oct 25, 2020, 9:05 AM IST

କେନ୍ଦ୍ରାପଡା: ପୁଣି କୋଭିଡରେ ମୃତ ବୃଦ୍ଧାଙ୍କ ମରଶରୀରକୁ ମିଳିଲାନି ସାହି ଭାଇଙ୍କ କାନ୍ଧ । ମୃତ ଦେହ ଉଠାଇବାକୁ ପହଞ୍ଚିଲେ ନାହିଁ ମେଡିକାଲର କୌଣସି ଚତୁର୍ଥ କର୍ମଚାରୀ । ଫଳରେ 3 ଜଣ ସ୍ବାସ୍ଥ୍ୟକର୍ମୀଙ୍କ ଦ୍ବାରା କୋଭିଡ ମୃତ ବ୍ୟକ୍ତିଙ୍କ ଅନ୍ତିମ ସଂସ୍କାର କରାଯାଇଛି । ଯାହାକୁ ନେଇ ବିଭିନ୍ନ ମହଲରୁ ଉକ୍ତ ତିନି ସ୍ବାସ୍ଥ୍ୟକର୍ମୀଙ୍କୁ ପ୍ରଶଂସା କରାଯାଉଛି । ଘଟଣାଟି ହେଉଛି କେନ୍ଦ୍ରାପଡା ଡେରାବିଶ ବ୍ଲକ ବଡ ସଲରୋ ଗାଁରେ ।

ରାଜ୍ୟରେ ସଂକ୍ରମଣ କମୁଥିଲେ ହେଁ, ମୃତ୍ୟୁ ସଂଖ୍ୟା ବଢି ଚାଲିଛି । କେନ୍ଦ୍ରାପଡା ଡେରାବିଶ ବ୍ଲକ ବଡ ସଲାରୋ ଗାଁର ଜଣେ ୯୮ବର୍ଷୀୟ ବୃଦ୍ଧା ଗତ ଗୁରୁବାର ଦିନ କୋଭିଡ ଆକ୍ରାନ୍ତ ହୋଇଥିଲେ। ମେଡିକାଲ ଟିମ ପକ୍ଷରୁ ବୃଦ୍ଧାଙ୍କୁ ହସ୍ପିଟାଲ ଆଣିବାକୁ ପରିବାର ଲୋକଙ୍କ କହିଥିଲେ । ହେଲେ ବୃଦ୍ଧା ହସ୍ପିଟାଲ ନ ଯିବାକୁ ରାଜି ହୋଇନଥିଲେ । ଗତ ଶୁକ୍ରବାର ବିଳମ୍ବିତ ରାତିରେ ତାଙ୍କର ମୃତ୍ୟୁ ହୋଇଥିଲା ।

ଦୀର୍ଘ ୧୨ ଘଣ୍ଟାରୁ ଉର୍ଦ୍ଧ୍ବ ସମୟ ଧରି ବୃଦ୍ଧାଙ୍କ ମୃତ ଦେହ ପଡିରହିଥିଲେ ନା ସାହି ଭାଇ କି ମେଡିକାଲର ଚତୁର୍ଥ ଶ୍ରେଣୀ କର୍ମଚାରୀ ଆସି ପହଞ୍ଚିନଥିଲେ । ଏପରି ସ୍ଥିତିରେ ଡେରାବିଶ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପୁରୁଷ ସ୍ବାସ୍ଥ୍ୟକର୍ମୀ ଭାବେ କାମ କରୁଥିବା ଗିରିଜା ଶଙ୍କର କର, ରାକେଶ କୁମାର ନାୟକ ଓ ଦିଲ୍ଲୀପ କୁମାର ସ୍ବାଇଁ ଅନ୍ତିମ ସଂସ୍କାର କରିଥିଲେ । ସଂସ୍କାର ସମୟରେ ଡେରାବିଶ ଏବିଡିଓ,ପଲେଇ ରାଜସ୍ବ ନିରୀକ୍ଷକ ଆଦି ଅଧିକାରୀ ଉପସ୍ଥିତ ଥିଲେ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.