ETV Bharat / state

Hardcore Criminal Bibhu Murder: ଗ୍ୟାଙ୍ଗୱାରରୁ ହୋଇଛି ବିଭୁର ହତ୍ୟା; ୬ ଗିରଫ - ବିଭୁ ଅପହରଣ ଓ ହତ୍ୟା

ଦୁର୍ଦ୍ଦାନ୍ତ ଅପରାଧୀ ବିଭୁ ସାହୁ ହତ୍ୟାକାଣ୍ଡ ଘଟଣା । ଗ୍ୟାଙ୍ଗୱାରରୁ ହୋଇଛି ବିଭୁର ହତ୍ୟା । ସୂଚନା ଦେଲେ କେନ୍ଦ୍ରାପଡା ଏସପି । ଅଧିକ ପଢନ୍ତୁ

ଦୁର୍ଦ୍ଦାନ୍ତ ଅପରାଧୀ ବିଭୁ ସାହୁ ହତ୍ୟାକାଣ୍ଡର ପର୍ଦ୍ଦାଫାସ

author img

By

Published : Jul 18, 2023, 7:06 AM IST

କେନ୍ଦ୍ରାପଡା: କୁଖ୍ୟାତ ଅପରାଧୀ ବିଭୁ ଓରଫ ପ୍ରତାପ ସାହୁ ଅପହରଣ ଓ ହତ୍ୟା ଘଟଣାର ପର୍ଦ୍ଦାଫାସ ହୋଇଛି । ଗ୍ୟାଙ୍ଗୱାରରୁ ଘଟିଥିଲା ହତ୍ୟାକାଣ୍ଡ । ଅଭିଯୁକ୍ତମାନେ ବିଭୁକୁ ଅପହରଣ କରିବା ପରେ ଏକ ଇଟାଭାଟିରେ ହତ୍ୟା କରିଥିଲେ ଏବଂ ମୃତଦେହକୁ ନେଇ ଜଙ୍ଗଲରେ ପୋଡ଼ି ଦେଇଥିଲେ । ଏନେଇ ସୋମବାର ସାମ୍ବାଦିକ ସମ୍ମିଳନୀ ଜରିଆରେ ସୂଚନା ଦେଇଛନ୍ତି କେନ୍ଦ୍ରପଡ଼ା ଏସପି ସନ୍ଦୀପ ସମ୍ପଦ ମଦକର । ଏହି ହତ୍ୟାକାଣ୍ଡ ମାମଲାରେ ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି । ତେବେ ୩୦ରୁ ଅଧିକ ହତ୍ୟା, ଲୁଟ, ରାଜପଥରେ ଆକ୍ରମଣ, ରାହାଜାନି, ଦାଦାବଟି ମାଗିବା ଭଳି ମାମଲାରେ ସମ୍ପୃକ୍ତ ଥିଲା ବିଭୁ ।

ଏସପିଙ୍କ ସୂଚନା ଅନୁଯାୟୀ, ମେ' ୩୧ ତାରିଖ ସନ୍ଧ୍ୟାରେ ମାର୍ଶାଘାଇ ଥାନା ଅଧିନ ଭଗବାନପୁର ଗାଁ ନିକଟସ୍ଥ ପାଣି ଟାଙ୍କି ନିକଟରୁ ବିଭୁକୁ ଅପହରଣ କରାଯାଇଥିଲା । ଅପହରଣକାରୀମାନେ ସେହିଦିନ ରାତି ପ୍ରାୟ ସାଢ଼େ ୧୦ଟା ସମୟରେ ମହାକାଳପଡ଼ା ମଙ୍ଗଳପୁର ଅଞ୍ଚଳର ଏକ ଇଟାଭାଟିରେ ବିଭୁକୁ ହତ୍ୟା କରିଥିଲେ । ହତ୍ୟା ପରେ ପ୍ରମାଣ ନଷ୍ଟ ପାଇଁ ମୃତଦେହକୁ ଏକ ଚେଭରୋଲେଟ ଗାଡ଼ିରେ ନେଇ ଯାଜପୁର ଟମକା ଥାନା ଅଧିନ ରଥପଡା ଜଙ୍ଗଲରେ ପୋଡି ଦେଇଥିଲେ । ଜଙ୍ଗଲରେ ଅର୍ଦ୍ଧଦଗ୍ଧ ମୃତଦେହ ଦେଖି ଟମକା ପୋଲିସ ତଦନ୍ତ ଆରମ୍ଭ କରିଥିଲା ବେଳେ ପରବର୍ତ୍ତୀ ପର୍ଯ୍ୟାୟରେ ଏହି ମୃତଦେହ ବିଭୁର ବୋଲି ତାର ପତ୍ନୀ ସୌଦାମିନୀ ଓ ମାଆ ଚିହ୍ନଟ କରିଥିଲେ ।

ଏହାମଧ୍ୟ ପଢନ୍ତୁ: ଦୁର୍ଦ୍ଦାନ୍ତ ଅପରାଧିକୁ ଅପହରଣ

ଏହାପରେ ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ଏସପି ତିନୋଟି ଟିମ ଗଠନ କରିଥିଲେ । ସ୍ପେଶାଲ ସ୍କ୍ବାର୍ଡ, ଏସଡିପିଓ ଓ ଆଇଆଇସିଙ୍କ ନେତୃତ୍ବରେ ଏହି ଟିମ୍‌ଗୁଡିକ ରାଜ୍ୟ ଓ ରାଜ୍ୟ ବାହାରେ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛନ୍ତି । ଗିରଫ ଅଭିଯୁକ୍ତମାନେ ହେଲେ ପୁରୀ ଜିଲ୍ଲା ବଣଗାଁର ଅମିତ ପ୍ରଧାନ, କେନ୍ଦ୍ରାପଡ଼ା ଜିଲ୍ଲା ଛନ୍ଦା(ପୁରୁଷୋତ୍ତମପୁର)ର ହିରଣ୍ୟ ରାଉତ, ଯଦୁପୁର ଗାଁର ସୁକାନ୍ତ ଦାସ, ବଡ଼କୁଳ ଗାଁର ରାଜକିଶୋର ଲେଙ୍କା, ତାଳସଙ୍ଗା ଗାଁର ଶୁଭକାନ୍ତ ବେହେରା ଓ କମଳାକାନ୍ତ ବେହେରା ।

ସମସ୍ତ ଅଭିଯୁକ୍ତଙ୍କ ନାମରେ ପୂର୍ବରୁ ଅପରାଧିକ ମାମଲା ଥିବା ପୋଲିସ ଜାଣିବାକୁ ପାଇଥିବା ବେଳେ ଏହି ଘଟଣାରେ ଜଡିତ ଅନ୍ୟ ଅଭିଯୁକ୍ତଙ୍କୁ ଖୁବଶୀଘ୍ର ଗିରଫ କରାଯିବ ବୋଲି ଏସପି ସୂଚନା ଦେଇଛନ୍ତି । ଅଭିଯୁକ୍ତମାନଙ୍କ ବିରୋଧରେ ପ୍ରଥମେ ଆଇପିସି 364,365 ଓ 34ରେ ମାମଲା ରୁଜୁ ହୋଇଥିଲା । ସୋମବାର ସେମାନଙ୍କ ବିରୋଧରେ ସେକ୍ସନ 120-B,302,301 ଓ ଆର୍ମସ ଆକ୍ଟ ଧାରା 25/27ରେ ମାମଲା ରୁଜୁ କରାଯାଇ କୋର୍ଟ ଚାଲାଣ କରାଯାଇଛି । ଅଭିଯୁକ୍ତଙ୍କ ନିକଟରୁ ଦୁଇଟି କାର, ତିନୋଟି ମୋଟର ସାଇକେଲ, ହତ୍ୟାରେ ବ୍ୟବହୃତ ଦୁଇଟି କାଠ ବାଡି ଜବତ ହୋଇଛି । ଏହି ହତ୍ୟାକାଣ୍ଡ ଗ୍ୟାଙ୍ଗ ମଧ୍ୟରେ ଥିବା ଗଣ୍ଡଗୋଳ ଯୋଗୁଁ ହତ୍ୟାକାଣ୍ଡ ଘଟିଥିବା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି କେନ୍ଦ୍ରାପଡ଼ା ଏସପି ।

ଇଟିଭି ଭାରତ, କେନ୍ଦ୍ରାପଡା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.