ETV Bharat / state

କେନ୍ଦ୍ରାପଡାରେ ବନ୍ୟା ସ୍ଥିତି ସଙ୍ଗୀନ: 60ରୁ ଉର୍ଦ୍ଧ୍ବ ଗାଁ ପ୍ରଭାବିତ - kendrapara

ଲଘୁଚାପ ଜନିତ ବର୍ଷା ପ୍ରଭାବରେ ବିଭିନ୍ନ ନଦୀରେ ସଙ୍ଗୀନ ହେଉଛି ବନ୍ୟା ପରିସ୍ଥିତି । ବ୍ରାହ୍ମଣୀ ଓ ଏହାର ଶାଖା ନଦୀ କାଣୀ, ଖରସ୍ରୋତାରେ ବନ୍ୟାପାଣି କାରଣରୁ ଆଖପାଖ ଅଞ୍ଚଳ ଜଳମଗ୍ନ ।

କେନ୍ଦ୍ରାପଡାରେ ବନ୍ୟା ସ୍ଥିତି ସଙ୍ଗୀନ
କେନ୍ଦ୍ରାପଡାରେ ବନ୍ୟା ସ୍ଥିତି ସଙ୍ଗୀନ
author img

By

Published : Aug 31, 2020, 10:02 PM IST

କେନ୍ଦ୍ରାପଡା: ଲଘୁଚାପ ଜନିତ ବର୍ଷା ପ୍ରଭାବରେ ବିଭିନ୍ନ ନଦୀରେ ସଙ୍ଗୀନ ହେଉଛି ବନ୍ୟା ପରିସ୍ଥିତି । ବ୍ରାହ୍ମଣୀ ଓ ଏହାର ଶାଖା ନଦୀ କାଣୀ, ଖରସ୍ରୋତାରେ ବନ୍ୟାପାଣି କାରଣରୁ ଆଖପାଖ ଅଞ୍ଚଳ ଜଳମଗ୍ନ । ରାସ୍ତାଘାଟ ବିଚ୍ଛିନ୍ନ ହୋଇଯାଇଥିବା ବେଳେ ଧାନକ୍ଷେତରେ ଲହଡି ଭାଙ୍ଗୁଛି ବନ୍ୟାଜଳ । ଏ ଦୃଶ୍ୟ ହେଉଛି କେନ୍ଦ୍ରାପଡା ଜିଲ୍ଲାର । ପଟ୍ଟାମୁଣ୍ଡାଇ ବ୍ଲକରେ 12ଟି ପଞ୍ଚାୟତର 60ରୁ ଉର୍ଦ୍ଧ୍ବ ଗାଁ ବନ୍ୟାରେ ପ୍ରଭାବିତ । ଏପରିକି 7ଟି ପଞ୍ଚାୟତ ସମ୍ପୂର୍ଣ୍ଣ ବାହ୍ୟଜଗତରୁ ବିଚ୍ଛିନ୍ନ । ସିଂହ ଗାଁ, ପେଣ୍ଠପାଳ, ତରଡିପାଳ, ଅଳପୁଆ, ଅଣ୍ଡରା, ଦାଣ୍ଡିସାହି ଜଳବନ୍ଦୀ ହୋଇରହିଛି ।

କେନ୍ଦ୍ରାପଡାରେ ବନ୍ୟା ସ୍ଥିତି ସଙ୍ଗୀନ: 60ରୁ ଉର୍ଦ୍ଧ୍ବ ଗାଁ ପ୍ରଭାବିତ

ବ୍ରାହ୍ମଣୀରେ ଜଳ ସ୍ତର ବୃଦ୍ଧି କାରଣରୁ ଜିଲ୍ଲାର ବିଭିନ୍ନ ଅଞ୍ଚଳ ପାଣି ଘେରରେ। ବିଭିନ୍ନ ଗାଁ ଦାଣ୍ଡରେ ବନ୍ୟା ପାଣି ଲହଡି ମାରୁଛି ତ କେଉଁଠି ଘର ଭିତରେ ପାଣି। ପାଣି ବଢିବା ସହ ଦାଣ୍ଡିସାହି କଲେଜ ରୋଡରେ ତିନି ଫୁଟ ଉଚ୍ଚରେ ବନ୍ୟା ଜଳ ପ୍ରଭାହିତ ହେଉଛି। ପାଇକା,ଲୁଣା, କରାଣ୍ଡିଆରେ ଜଳସ୍ତର କେଉଁଠି ବିପଦ ସଙ୍କେତ ଉପରେ ତ ଆଉ କେଉଁଠି ବିପଦ ସଙ୍କେତ ନିକଟରେ ପ୍ରବାହିତ ହେଉଛି ।

କେବଳ ପଟ୍ଟାମୁଣ୍ଡାଇ ନୁହେଁ ଆଳି ବ୍ଲକର 12ଟି, ରାଜକନିକା ବ୍ଲକର 8ଟି, ରାଜନଗର ବ୍ଲକର 4ଟି ପଞ୍ଚାୟତର 200ରୁ ଉର୍ଦ୍ଧ୍ବ ଗାଁ ଜଳବନ୍ଦୀ । ଅନ୍ୟପକ୍ଷେ ମହାନଦୀ ଓ ତାର ଶାଖା ନଦୀରେ ଜଳସ୍ତର ବଢିବାରେ ଲାଗିଛି । ଅନେକ ସ୍ଥାନରେ ବିପଦ ସଙ୍କେତ ଉପରେ ପ୍ରଭାବିତ ହେଉଛି ବନ୍ୟାଜଳ ଆଉ ଏହାକୁ ନେଇ ଭୟଭୀତ ତଳିଆ ଅଞ୍ଚଳ ଲୋକେ । ତେବେ ସେଠାରେ ସ୍ଥିତି ସମ୍ଭାଳିବା ପାଇଁ ନିୟୋଜିତ ଅଛନ୍ତି ଓଡ୍ରାଫ୍ ଟିମ୍ ।

ଅଞ୍ଚଳରେ ପାନୀୟ ଜଳ, ଖାଦ୍ୟ ଆଦିର ସୁବିଧା କରିବା ସହ ବିଦ୍ୟୁତ ସମସ୍ୟା ଦୂର କରିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି । ଅନ୍ୟପକ୍ଷେ ଜିଲ୍ଲାପାଳ ସ୍ଥିତି ଉପରେ ନଜର ରଖିଥିବା ସୂଚନା ଦେଇଛନ୍ତି ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତିଙ୍କ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.