ETV Bharat / state

ବନ୍ୟା ଭୟ: କେନ୍ଦ୍ରାପଡାରେ ପ୍ରଶାସନ ସଜାଗ - ନଦୀକୂଳିଆ

ହୀରାକୁଦରୁ ବନ୍ୟାଜଳ ଛଡା ଯିବାପରେ କେନ୍ଦ୍ରାପଡାରେ ମହାନଦୀର ଶାଖା ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ମହାନଦୀର ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ଏହାର ଶାଖାନଦୀ ଲୁଣା, କରାଣ୍ଡିଆ ଭଳି ନଦୀରେ ବନ୍ୟା ହୋଇଛି ।

ଫଟୋ ସୌଜନ୍ୟ- ସମ୍ବାଦଦାତା, କେନ୍ଦ୍ରାପଡା
author img

By

Published : Aug 17, 2019, 10:44 AM IST

କେନ୍ଦ୍ରାପଡା: ହୀରାକୁଦରୁ ବନ୍ୟାଜଳ ଛଡା ଯିବାପରେ କେନ୍ଦ୍ରାପଡାରେ ମହାନଦୀର ଶାଖା ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଜିଲ୍ଲାର ମାର୍ଶାଘାଇ ବ୍ଲକ ବନ୍ୟା ଜଳରେ ଅଧିକ ପ୍ରଭାବିତ ହୋଇଛି ।

ମହାନଦୀର ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ଏହାର ଶାଖାନଦୀ ଲୁଣା, କରାଣ୍ଡିଆ ଭଳି ନଦୀରେ ବନ୍ୟା ହୋଇଛି । କେନ୍ଦ୍ରାପଡ଼ା ଜିଲ୍ଲା ମଧ୍ୟଦେଇ ପ୍ରବାହିତ ଏହି ଦୁଇ ଶାଖାନଦୀର ମଧ୍ୟବର୍ତ୍ତୀ ସ୍ଥାନ ଅର୍ଥାତ୍ ଦ୍ବିପାଞ୍ଚଳ ପକ୍ଷୋଟ, ଜଳପୋକ, ଆଇତିପୁର ପଞ୍ଚାୟତ ଆଦି ଗ୍ରାମରେ ବନ୍ୟାଜଳ ପଶି ଜନସାଧାରଣଙ୍କୁ ପ୍ରଭାବିତ କରିଛି । ଅନ୍ୟ ପକ୍ଷରେ ଜିଲ୍ଲା ପ୍ରଶାସନ ନଦୀକୂଳର ସମସ୍ତ ଦୁର୍ବଳ ବନ୍ଧଙ୍କୁ ଚିହ୍ନଟ କରି ବାଲିବସ୍ତା ପକାଇବା ସହ ଆଶ୍ରୟସ୍ଥଳ ଗୁଡିକୁ ବାସୋପଯୋଗୀ କରିବା ପାଇଁ ଉଦ୍ୟମ ଆରମ୍ଭ କରିଛି। ବନ୍ୟା ପରିସ୍ଥିତି ଉପୁଜିବା ନେଇ ନଦୀକୂଳିଆ ଅଞ୍ଚଳର ଲୋକେ ଏବେ ଆତଙ୍କିତ ଅବସ୍ଥାରେ ଅଛନ୍ତି ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, କେନ୍ଦ୍ରାପଡା

କୌଣସି ଠାରେ ଖାଇ ଓ ବନ୍ଧ ଭାଙ୍ଗିବା ଆଶଙ୍କାରେ ଅଛନ୍ତି ଲୋକେ। ପ୍ରଶାସନର ପଦକ୍ଷେପ ସତ୍ତ୍ବେ ନିଜ ପକ୍ଷରୁ ମଧ୍ୟ ସଚେତନମୂଳକ ପଦକ୍ଷେପମାନ ଗ୍ରହଣ କରାଯାଇଥିବା ନଦୀକୂଳିଆ ଅଞ୍ଚଳର ଲୋକେ କହିଛନ୍ତି । ନିଜ ଘରେ ଶୁଖିଲା ଖାଦ୍ୟ ମହଜୁଦ ରହିବା ସହିତ ଧାନ ମୁଗ ବିରି ପ୍ରଭୃତି ଶୁଖିଲା ଶସ୍ୟ ଓ ଖାଦ୍ୟ ସାମଗ୍ରୀକୁ ସୁରକ୍ଷିତ ସ୍ଥାନରେ ରଖିବାକୁ କୁହାଯାଇଛି । ଅନ୍ୟପଟେ ହଠାତ କୌଣସି ବିପତ୍ତି ଆସିଲେ ତାକୁ ମୁକାବିଲା କରିବା ପାଇଁ ତୟାର ଅଛନ୍ତି ଲୋକେ । ଯେଉଁ ସ୍ଥାନରେ ବର୍ତ୍ତମାନ ବନ୍ୟା ହୋଇଛି ସେଠାରେ ପ୍ରଶାସନ ପକ୍ଷରୁ କୌଣସି ସାହାଯ୍ୟ ସହଯୋଗ ମିଳିନଥିବା ଅଭିଯୋଗ କରିଛନ୍ତି ବନ୍ୟା ପୀଡିତ ।

ପରିସ୍ଥିତିକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଦୁର୍ବଳ ନଦୀବନ୍ଧ ଅଞ୍ଚଳ ଚିହ୍ନଟ କରାଯାଇ ବାଲି ବସ୍ତା ପକାଯାଇଥିବା ବେଳେ ଜଳସମ୍ପଦ ବିଭାଗର କର୍ମଚାରୀ ସଜାଗ ରହିଛନ୍ତି। ତେବେ କୌଣସି ପ୍ରକାର ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ଶୁଖିଲା ଖାଦ୍ୟ, କିରୋସିନ, ଔଷଧ, ଗୋ ଖାଦ୍ୟ ପ୍ରଭୃତି ମହଜୁଦ ଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି । ତେବେ କୌଣସି ପ୍ରକାର ଆତଙ୍କିତ ନହେବାକୁ ଜିଲ୍ଲାପାଳ କହିଛନ୍ତି।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

Intro:16.08.2019
Radhakanta Mohanty,Kendrapada
Slug-od_kpr_01_flood_script_7204459
Anchor-ହୀରାକୁଦରେ ବନ୍ୟାଜଳ ଛଡା ଯିବାପରେ କେନ୍ଦ୍ରାପଡା ଜିଲ୍ଲାରେ ପ୍ରଭାବିତ ମହାନଦୀର ଶାଖା ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି ଏବଂ ଜିଲ୍ଲାର ମାର୍ଶାଘାଇ ବ୍ଲକ ଅଞ୍ଚଳରେ ବନ୍ୟା ତା'ର ତାଣ୍ଡବଲୀଳା ରଚନା କରିଛି।
Body:VO1-ମହାନଦୀର ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ଏହାର ଶାଖାନଦୀ ଲୁଣା,କରାଣ୍ଡିଆ ଭଳି ନଦୀରେ ବନ୍ୟା ହୋଇଛି।କେନ୍ଦ୍ରାପଡ଼ା ଜିଲ୍ଲା ମଧ୍ୟଦେଇ ପ୍ରବାହିତ ଏହି ଦୁଇ ଶାଖାନଦୀର ମଧ୍ୟବର୍ତ୍ତୀ ସ୍ଥାନ ଅର୍ଥାତ ଦ୍ୱିପାଞ୍ଚଳ ପକ୍ଷୋଟ,ଜଳପୋକ,ଆଇତିପୁର ପଞ୍ଚାୟତ ଆଦି ଗ୍ରାମରେ ବନ୍ୟାଜଳ ପଶି ଜନସାଧାରଣଙ୍କୁ ପ୍ରଭାବିତ କରିଛି।ଅନ୍ୟ ପକ୍ଷରେ ପ୍ରଶାସନ ନଦୀକୂଳର ସମସ୍ତ ଦୁର୍ବଳ ବନ୍ଦ ମାନଙ୍କୁ ଚିନ୍ହଟ କରି ବାଲିବସ୍ଥା ପକାଇବା ସହିତ ଆଶ୍ରୟସ୍ଥଳଗୁଡିକୁ ବାସୋପଯୋଗୀ କରିବାପାଇଁ ଦାବି ହୋଇଛି।
Byt-ଗାୟତ୍ରୀ ଜେନା
Byt-ଦୀପକ ଦାସ
VO2:-ବନ୍ୟା ପରିସ୍ଥିତି ଉପୁଜିବା ନେଇ ନଦୀକୂଳିଆ ଅଞ୍ଚଳର ଲୋକେ ଏବେ ଆତଙ୍କିତ ଅବସ୍ଥାରେ ଅଛନ୍ତି।କୌଣସି ଠାରେ ଖାଇ ଖାଇବା ଓ ବନ୍ଧ ଭାଙ୍ଗିବା ଆଶଙ୍କାରେ ଅଛନ୍ତି ଲୋକେ।ପ୍ରଶାସନର ପଦକ୍ଷେପ ସତ୍ତ୍ୱେ ନିଜ ପକ୍ଷରୁ ମଧ୍ୟ ସଚେତନ ମୂଳକ ପଦକ୍ଷେପମାନ ଗ୍ରହଣ କରାଯାଇଥିବା ନଦୀକୂଳିଆ ଅଞ୍ଚଳର ଲୋକେ କହିଛନ୍ତି।ନିଜ ଘରେ ଶୁଖିଲା ଖାଦ୍ୟ ମହଜୁଦ ରହିବା ସହିତ ଧାନ ମୁଗ ବିରି ପ୍ରଭୁତି ଶୁଖିଲା ସଷ୍ୟ ଓ ଖାଦ୍ୟ ସାମଗ୍ରୀକୁ ସୁରକ୍ଷିତ ସ୍ଥାନରେ ରଖିବା ସହିତ ହଟାତ କୌଣସି ବିପତ୍ତି ଆସିଲେ ତାକୁ ମୁକାବିଲା କରିବା ପାଇଁ ତୟାର ଅଛନ୍ତି ଲୋକମାନେ।କିନ୍ତୁ ଯେଉଁ ସ୍ଥାନ ମାନଙ୍କରେ ବର୍ତ୍ତମାନ ବନ୍ୟା ହୋଇଛି ସେଠାରେ ପ୍ରଶାସନ ପକ୍ଷରୁ କୌଣସି ସାହାଯ୍ୟ ସହଯୋଗ ମିଳିନଥିବା ଅଭିଯୋଗ କରିଛନ୍ତି ପୀଡିତ ଜନସାଧାରଣ।ପରିସ୍ଥିତିକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ତରଫରୁ ବ୍ୟାପକ ସୁରକ୍ଷା ବେବସ୍ତା ଗ୍ରହଣ କରାଯାଇଛି।ଦୁର୍ବଳ ନଦୀବନ୍ଦ ଅଞ୍ଚଳ ଚିହ୍ନଟ କରାଯାଇ ବାଲି ବସ୍ତା ପକଯାଇଥିବା ବେଳେ ଜଳ ସମ୍ପଦ ବିଭାଗର କର୍ମଚାରୀମାନେ ସଜାଗ ରହିଛନ୍ତି।ତେବେ କୌଣସି ପ୍ରକାର ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ଶୁଖିଲା ଖାଦ୍ୟ କିରୋସିନ ଔଷଧ ଗୋ ଖାଦ୍ୟ ପ୍ରଭିତି ମହଜୁଦ ଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି।
Byt-ରଘୁନାଥ ସାମଲ
Byt-ସମର୍ଥ ବର୍ମା(ଜିଲ୍ଲାପାଳ, କେନ୍ଦ୍ରାପଡ଼ା)
Conclusion:FVO-ମୁଣ୍ଡଳୀରେ ୧୨ ଲକ୍ଷ କ୍ୟୁସେକ ରୁ ଅଧିକ ପାଣି ପ୍ରଭାବିତ ହେଲେ କେନ୍ଦ୍ରାପଡା ପ୍ରତି ବିପଦର ସମ୍ବାବନା ରହିଛି।ତେବେ ବର୍ତ୍ତମାନ ପାରିପେକ୍ଷିରେ ଲୋକେ ଆତଙ୍କିତ ନ ହେବାପାଇଁ ଜିଲ୍ଲାପାଳ ନିବେଦନ କରିଛନ୍ତି।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.