ETV Bharat / state

ETV BHARAT EXCLUSIVE: ଭିତରକନିକାରେ ବେଧଡକ ଚାଲିଛି ବନ୍ୟଜନ୍ତୁ ଶିକାର - kendrapara hunting news

ଶିକାରୀର ନୂଆ ଚାଲ୍‌ ! ବନ୍ଧୁକ ବଦଳରେ କୁକୁର ଅସ୍ତ୍ର ! ଶିକାରୀ ବଦଳରେ କୁକୁର କରୁଛି ଶିକାର ! ଲକ୍‌ଡାଉନ୍‌ରେ ଶିକାରୀଙ୍କ ଖୋଲିଛି ଲକ୍‌ । ଭିତରକନିକା ଜାତୀୟ ଉଦ୍ୟାନରେ ବେଧଡକ ଚାଲିଛି ପଶୁ ଶିକାର । ନିଶିଦ୍ଧାଞ୍ଚଳରେ ନିରବରେ ଚାଲିଛି ଏସବୁ କାମ । ଯାହାର Exclusive ଭିଜୁଆଲ ଲାଗିଛି ଇଟିଭି ଭାରତ ହାତରେ । ଦେଖନ୍ତୁ ଏହି ରିପୋର୍ଟ...

Bhitarkanika news
ETV BHARAT EXCLUSIVE: ଭିତରକନିକାରେ ବେଧଡକ ଚାଲିଛି ବନ୍ୟଜନ୍ତୁ ଶିକାର
author img

By

Published : May 9, 2020, 8:24 PM IST

କେନ୍ଦ୍ରାପଡା: କୋରୋନା କବଳରେ ପଡି ସାରା ବିଶ୍ବ ତ୍ରାହି ତ୍ରାହି ଡାକୁଥିବାବେଳେ ଭାରତରେ ଲକଡାଉନ ଜାରି ରହିଛି। ଅନେକ ଲୋକ ଲକ୍‌ଡାଉନ୍‌ ଲାଗି ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ହେଲେ ଏହି ଲକଡାଉନ ସମୟ ଶିକାରୀମାନଙ୍କୁ ବେଶ ସୁହାଇଛି । ଲକଡାଉନ ପାଇଁ ଲୋକେ ଘରେ ରହିଥିବାବେଳେ ଭିତରକନିକା ଜାତୀୟ ଉଦ୍ୟାନରେ ବେଧଡକ ଚାଲିଛି ବନ୍ୟଜନ୍ତୁ ଶିକାର । ଜନଗହଳି ନଥିବାରୁ ବନ୍ୟଜନ୍ତୁମାନେ ଅବାଧରେ ବିଚରଣ କରୁଥିବାବୋଳେ ଶିକାରୀମାନେ ସକ୍ରିୟ ହୋଇ ଉଠିବା ସହ ଫାଶ ଓ ଶିକାରୀ କୁକୁର ଲଗାଇ ବାରହା ଏବଂ ହରିଣମାନଙ୍କୁ ଶିକାର କରୁଛନ୍ତି ।

ଭିତରକନିକାରେ ବେଧଡକ ଚାଲିଛି ବନ୍ୟଜନ୍ତୁ ଶିକାର

ଶିକାରର ନୂଆ କୌଶଳ ଆପଣାଇ ଭିତରକନିକା ଜାତୀୟ ଉଦ୍ୟାନରେ ଚଳାଇଛନ୍ତି ଶିକାର । ଏପରି ଏକ exclusive ଦୃଶ୍ୟ ଲାଗିଛି ‘ଇଟିଭି ଭାରତ’ ହାତରେ । ଏହି ଦୃଶ୍ୟଟି ହେଉଛି ଜାତୀୟ ଉଦ୍ୟାନର ଶୈଳେନ୍ଦ୍ର ସରାଇ ଫରେଷ୍ଟ ବିଟ ନିକଟର । ଯେଉଁଥିରେ ତିନୋଟି କୁକୁର ଗୋଟିଏ ହରିଣକୁ ଶିକାର କରୁଥିବାର ଦେଖିବାକୁ ମିଳିଛି । ଯାହା ବନ ବିଭାଗକୁ ଚିନ୍ତାରେ ପକାଇଛି ।

ଲକ୍‌ଡାଉନ୍‌ ସମୟରେ ସମସ୍ତେ ଘରେ ରହିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି । ଏପରି ସ୍ଥିତିରେ ବିଲେଇ କପାଳକୁ ଶିକା ଛିଣ୍ଡିଲା ପରି ଶିକାରୀଙ୍କ ଭାଗ୍ୟ ଖୋଲିଛି । ଅବାଧରେ ଭିତରକନିକା ଜାତୀୟ ଉଦ୍ୟାନରେ ପ୍ରବେଶ କରି କୁକୁର ମାଧ୍ୟମରେ ଶିକାର କରୁଛନ୍ତି । ହରିଣ ଓ ବାରହା ମାଂସ ବିକ୍ରି କରି ମାଲାମାଲ ହେଉଛନ୍ତି । ଗତ 15 ଦିନ ମଧ୍ୟରେ ରାଜନଗର ଏବଂ କନିକା ରେଞ୍ଜ ଅଧୀନରେ ବାରହା ଓ ହରିଣ ଶିକାର କରି 8 ଜଣ ଅଭିଯୁକ୍ତ ଜେଲ ଯାଇଛନ୍ତି । ଯାହାକି ଲକ୍‌ଡାଉନ୍‌ ସମୟରେ ଶିକାରୀ ବଢିଥିବାର ପ୍ରମାଣିତ କରୁଛି ।

ଅନ୍ୟପଟେ ପ୍ରତିବର୍ଷ ଗ୍ରୀଷ୍ମ ପ୍ରବାହକୁ ନଜରରେ ରଖି ଭିତରକନିକାରେ ବନ୍ୟଜନ୍ତୁ ମାନଙ୍କ ପାଇଁ ଜଙ୍ଗଲ ମଧ୍ୟରେ ନୂତନ ଜଳାଶୟ ଏବଂ ଜଳାଶୟ ପୁନଃରୁଦ୍ଧାର କରାଯାଇଥାଏ । କିନ୍ତୁ ଚଳିତବର୍ଷ କୋରୋନା କଟକଣା ପାଇଁ ଶ୍ରମିକ ଅଭାବରୁ 45ଟି ଜଳାଶୟ ମଧ୍ୟରୁ ମାତ୍ର 5ଟି ପୁନଃରୁଦ୍ଧାର କରାଯାଇଛି । ଯାହାଫଳରେ ଜଳ ଅଭାବରୁ ବନ୍ୟଜନ୍ତୁ ମାନେ ଜନବସତି ମୁହାଁ ହେଉଛନ୍ତି । ଆଉ ଏହାର ଫାଇଦା ନେଉଛନ୍ତି ଶିକାରୀ । ସେପଟେ ବନଅଧିକାରୀ ଶିକାର ନେଇ ବିଦେଶ ଫେରନ୍ତାଙ୍କୁ ସନ୍ଦେହ ଦୃଷ୍ଟିରେ ଦେଖୁଛନ୍ତି । ଏହାସହ ଗାଁ ଗଣ୍ଡାରେ କର୍ମଚାରୀ ମୁତୟନ କରିଛନ୍ତି ।

ତେବେ ଏଠି ପ୍ରଶ୍ନ ଉଠୁଛି । ନିଶିଦ୍ଧାଞ୍ଚଳକୁ କୁକୁର ପଶୁଛି କିପରି । ବନକର୍ମଚାରୀଙ୍କ ଜଣାନ୍ତରେ ଏସବୁ ହେଉନି ତ । ନା ଶିକାରୀ ଓ ବନକର୍ମଚାରୀଙ୍କ ମଧ୍ୟରେ କିଛି ବୁଝାମଣା ହୋଇଛି । ଯାହା ବନବିଭାଗର ପାରିବା ପଣିଆ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.