ETV Bharat / state

ନାବାଳିକାର ପ୍ରେମ ବିବାହ ଉପରେ ରୋକ ଲଗାଇଲା ପ୍ରଶାସନ

ନାବାଳିକା ବିବାହ ଉପରେ ରୋକ ଲଗାଇଲା କେନ୍ଦ୍ରାପଡ଼ା ପ୍ରଶାସନ । ନାବାଳିକାଙ୍କୁ ଏହି ସାତଜଣିଆ ଟିମ କାଉନସେଲିଂ କରିବା ପରେ ନାବାଳିକାଙ୍କୁ ପରବର୍ତ୍ତୀ ସମୟରେ ଜିଲ୍ଲା ଶିଶୁ ମଙ୍ଗଳ କମିଟି ଆଗରେ ହାଜର କରାଯିବା ନେଇ ସୂଚନା ମିଳିଛି । ଅଧିକ ଖବର ପଢନ୍ତୁ...

author img

By

Published : Mar 10, 2020, 4:03 AM IST

ନାବାଳିକାର ପ୍ରେମ ବିବାହ ଉପରେ ରୋକ ଲଗାଇଲା ପ୍ରଶାସନ
ନାବାଳିକାର ପ୍ରେମ ବିବାହ ଉପରେ ରୋକ ଲଗାଇଲା ପ୍ରଶାସନ

କେନ୍ଦ୍ରାପଡା: ନାବାଳିକା ବିବାହ ଉପରେ ରୋକ ଲଗାଇଲା କେନ୍ଦ୍ରାପଡ଼ା ପ୍ରଶାସନ । ସୂଚନା ମୁତାବକ ସୋମବାର ଅପରାହ୍ନରେ ପାଟକୁରା ଥାନା ଅଧିନ ଧନୀରାମପୁର ଶିବ ମନ୍ଦିରରେ ଜନୈକା 15 ବର୍ଷୀୟା ନାବାଳିକାଙ୍କ ପ୍ରେମ ବିବାହ ଜଣେ 19 ବର୍ଷୀୟ ଯୁବକ ସହିତ ଆୟୋଜନ କରାଯାଇଥିଲା ।

ତେବେ ନାବାଳିକାଙ୍କ ପରିବାରର ଅଭିଯୋଗ ପାଇ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗର କର୍ମଚାରୀ କନକଲତା ବେହେରା, ଗରଦପୁର ସିଡିପିଓ, ପାଟକୁରା ଥାନା ମହିଳା ସବ ଇନ୍ସପେକ୍ଟରଙ୍କ ସମେତ ଏକ ସାତ ଜଣିଆ ଟିମ ବିବାହ ସ୍ଥାନରେ ପହଞ୍ଚିବାରୁ ବିବାହ ବେଦୀରୁ ଉଠି ବର ଫେରାର ହୋଇଯିବା ସହିତ ପୁରୋହିତ,ବାରିକଙ୍କ ସମେତ ବରର ପରିବାର ଲୋକେ ମଧ୍ୟ ଉକ୍ତ ମନ୍ଦିରରୁ ଫେରାର ହୋଇଯିବାରେ ସଫଳ ହୋଇଛନ୍ତି ।

ତେବେ ନାବାଳିକାଙ୍କୁ ଏହି ସାତଜଣିଆ ଟିମ କାଉନସେଲିଂ କରିବା ପରେ ନାବାଳିକାଙ୍କୁ ପରବର୍ତ୍ତୀ ସମୟରେ ଜିଲ୍ଲା ଶିଶୁ ମଙ୍ଗଳ କମିଟି ଆଗରେ ହାଜର କରାଯିବା ନେଇ ସୂଚନା ମିଳିଛି ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.