ETV Bharat / state

ଶିକାର କରିବାକୁ ଆସି ମଣିଷ ଫାସରେ ପଡିଲା କୁମ୍ଭୀର - କୁମ୍ଭୀର

ଶିକାର କରିବାକୁ ଆସି ଫସିଲା କୁମ୍ଭୀର । ଘଟଣାଟି ହେଉଛି ଜିଲ୍ଲାର ଇନ୍ଦୁପୁର ଅଞ୍ଚଳର । ଏଠାରେ ଥିବା ବିରୂପା ନଦୀରେ ଗତ 4 ବର୍ଷ ହେବ ଥିବା କୁମ୍ଭୀରଟି ମଇଁଷି, ଘୁଷୁରୀ, ଛେଳି ଓ ଗାଈ ଗୋରୁଙ୍କୁ ଆକ୍ରମଣ କରୁଥିବା ବେଳେ ସ୍ଥାନୀୟ ଅଞ୍ଚଳରେ କୋକୁଆ ଭୟ ସୃଷ୍ଟି ହୋଇଥିଲା । ଅଧିକ ପଢନ୍ତୁ...

kendrapara latest news, crocodile stuck in human trap, crocodile, crocodile fear in kendrapara, କେନ୍ଦ୍ରାପଡା ଲାଟେଷ୍ଟ ନ୍ୟୁଜ୍‌, କେନ୍ଦ୍ରାପଡାରେ ମଣିଷ ଫାସରେ କୁମ୍ଭୀର, କୁମ୍ଭୀର, କେନ୍ଦ୍ରାପଡାରେ କୁମ୍ବୀର ଉତ୍ପାତ
ଶିକାର କରିବାକୁ ଆସି ମଣିଷ ଫାସରେ ପଡିଲା କୁମ୍ଭୀର
author img

By

Published : Aug 4, 2020, 8:02 AM IST

Updated : Aug 5, 2020, 12:01 AM IST

କେନ୍ଦ୍ରାପଡା: ଶିକାର କରିବାକୁ ଆସି ଫସିଲା କୁମ୍ଭୀର । ଘଟଣାଟି ହେଉଛି ଜିଲ୍ଲାର ଇନ୍ଦୁପୁର ଅଞ୍ଚଳର । ଏଠାରେ ଥିବା ବିରୂପା ନଦୀରେ ଗତ 4 ବର୍ଷ ହେବ ଥିବା କୁମ୍ଭୀରଟି ମଇଁଷି, ଘୁଷୁରୀ, ଛେଳି ଓ ଗାଈ ଗୋରୁଙ୍କୁ ଆକ୍ରମଣ କରୁଥିବା ବେଳେ ସ୍ଥାନୀୟ ଅଞ୍ଚଳରେ କୋକୁଆ ଭୟ ସୃଷ୍ଟି ହୋଇଥିଲା । ସେପଟେ ଗତବର୍ଷ ଅକ୍ଟୋବର ମାସରେ କୁମ୍ଭୀରଟି ଜଣେ ଗାଈ ଜଗୁଆଳିଙ୍କୁ ଆକ୍ରମଣ କରି ଗୁରୁତର କରିଦେଇଥିଲା । ଏନେଇ ଦୀର୍ଘ ଦିନ ହେବ କୁମ୍ଭୀରଟିକୁ ଧରିବାକୁ ଚେଷ୍ଟା ଜାରି ରହିଥିଲା ।

ସୂଚନା ମୁତାବକ, ଗତ ରବିବାର ରାତିରେ କୁମ୍ଭୀରଟି ସ୍ଥାନୀୟ ଅଞ୍ଚଳର ଘୁଷୁରୀ ପାଳକ ବିଭୂତି ଘଡେଇଙ୍କର ଘୁଷୁରୀ ପଲରୁ ଏକ ଘୁଷୁରୀ ଟାଣି ଆଣିଥିଲା । ହେଲେ ଏହାକୁ ଅଧା ଖାଇ ସେ ନଦୀ ପାଖରେ ଥିବା ଜମିରେ ଛାଡି ଯାଇଥିଲା । ଏନେଇ ସମ୍ପୃକ୍ତ ଘୁଷୁରୀ ପାଳକ ମୃତ ଘୁଷୁରୀଟିକୁ ଏକ ଖାଲରେ ପକାଇ ଫାସ ବସାଇଥିଲେ । କୁମ୍ଭୀର ପୁଣି ଆସିବାର ଅପେକ୍ଷା କରିବା ପରେ ସୋମବାର ସନ୍ଧ୍ୟା ସମୟରେ କୁମ୍ଭୀରଟି ପୁଣି ଆସି ଖାଲରୁ ଘୁଷୁରୀକୁ ଖାଇବାକୁ ଉଦ୍ୟମ କରିବା ବେଳେ ସେ ଫେରିବା ବାଟକୁ ମାଟି ପକାଇ ବନ୍ଦ କରିଦେଇଥିଲେ । ଫଳରେ ନଦୀକୁ ଫେରିନପାରି କୁମ୍ଭୀରଟି ଖାଲରେ ଫସି ଯାଇଥିଲା ।

ଶିକାର କରିବାକୁ ଆସି ମଣିଷ ଫାସରେ ପଡିଲା କୁମ୍ଭୀର

କୁମ୍ଭୀରଟି ପ୍ରାୟ 12 ଫୁଟ ଲମ୍ବ ହୋଇଥିବା ଅନୁମାନ କରାଯାଉଥିବା ବେଳେ ଏହାକୁ ଦେଖିବା ପାଇଁ ଘଟଣାସ୍ଥଳରେ ଜମିଛି ସ୍ଥାନୀୟ ବାସିନ୍ଦାଙ୍କ ଭିଡ ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

Last Updated : Aug 5, 2020, 12:01 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.