ETV Bharat / state

ସରିଲା କୁମ୍ଭୀର ଗଣନା, ଗତବର୍ଷ ତୁଳନାରେ ବଢିଛି ସଂଖ୍ୟା - କେନ୍ଦ୍ରାପଡା ଲାଟେଷ୍ଟ ନ୍ୟୁଜ୍‌

ଶେଷ ହୋଇଛି ବିଶ୍ବ ପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନର କୁମ୍ଭୀର ଗଣନା। କୁମ୍ଭୀରଙ୍କ ସଂଖ୍ୟା 1757 ରହିଛି । ଯାହାକି ଗତବର୍ଷ ଗଣନା କରାଯାଇଥିବା 1742ରୁ 15ଟି ଅଧିକ।

Crocodile count in bhitarakanika, kendrapara latest news, କେନ୍ଦ୍ରାପଡା ଲାଟେଷ୍ଟ ନ୍ୟୁଜ୍‌, ଭିତରକନିକାରେ କୁମ୍ଭୀର ଗଣନା
ସରିଲା କୁମ୍ଭୀର ଗଣନା, ଗତବର୍ଷ ତୁଳନାରେ ବଢିଛି ସଂଖ୍ୟା
author img

By

Published : Jan 4, 2020, 11:55 PM IST

କେନ୍ଦ୍ରାପଡା: ଶେଷ ହୋଇଛି ବିଶ୍ବ ପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନର କୁମ୍ଭୀର ଗଣନା। ଗତ 26 ତାରିଖରୁ କୁମ୍ଭୀର ଗଣନା ପାଇଁ ଏହି ଜାତୀୟ ଉଦ୍ୟାନ ବନ୍ଦ ରହିଥିଲା। କୁମ୍ଭୀର ବିଶାରଦ ଡ଼ଃ ସୁଧାକର କର ଓ ରାଜନଗର ବନଖଣ୍ଡ ଅଧିକାରୀ ବିକାଶ ରଞ୍ଜନ ଦାସଙ୍କ ନେତୃତ୍ବରେ ହୋଇଥିବା ଏହି ଗଣନା କାର୍ଯ୍ୟରେ 23ଟି ଟିମ 54ଟି ସେଗମେଣ୍ଟରେ ବିଭିନ୍ନ ନଦୀ ଓ କ୍ରିକ ମଧ୍ୟରେ ଗଣନା କରିଥିଲେ।

ସରିଲା କୁମ୍ଭୀର ଗଣନା, ଗତବର୍ଷ ତୁଳନାରେ ବଢିଛି ସଂଖ୍ୟା

ଏହି ଗଣନା ରାଜନଗର, ଭିତରକନିକା, ମହାକାଳପଡ଼ା ଓ ଗହୀରମଥା ରେଞ୍ଜରେ ସମ୍ପାଦନ କରାଯାଇଥିବା ବେଳେ କୁମ୍ଭୀରଙ୍କ ସଂଖ୍ୟା 1757 ରହିଛି । ଯାହାକି ଗତବର୍ଷ ଗଣନା କରାଯାଇଥିବା 1742ରୁ 15ଟି ଅଧିକ। ଏହି କୁମ୍ଭୀରମାନଙ୍କ ମଧ୍ୟରେ ଆଡ଼ଲ୍ଟ 339, ସବ ଆଡଲଟ 185, ଜୁଭେନାଇଲ 288, ଇଅରଲିଙ୍ଗ 325, ସବୁଠାରୁ ଛୋଟ ଅର୍ଥାତ ହାଚଲିଙ୍ଗ ସଂଖ୍ୟା 620 ବୋଲି ସୂଚନା ଦେଇଛନ୍ତି ବନଖଣ୍ଡ ଅଧିକାରୀ ବିକାଶ ରଞ୍ଜନ ଦାସ।

ତେବେ କୁମ୍ଭୀର ଗଣନା ପାଇଁ ଗତ 26ତାରିଖରୁ ପର୍ଯ୍ୟଟକମାନଙ୍କ ପାଇଁ ବନ୍ଦ ରହିଥିବା ଭିତରକନିକା ଜାତୀୟ ଉଦ୍ୟାନ ରବିବାରଠାରୁ ପର୍ଯ୍ୟଟକମାନଙ୍କ ପାଇଁ ଖୋଲିବ ବୋଲି ମଧ୍ୟ କହିଛନ୍ତି ବନଖଣ୍ଡ ଅଧିକାରୀ। କୁମ୍ଭୀର ଗଣନା ପାଇଁ ଡଙ୍ଗାଗୁଡିକ ସମସ୍ୟା ସୃଷ୍ଟି କରୁଥିବାରୁ ଗଣନା କାର୍ଯ୍ୟ ସ୍ବଚାରୁ ରୂପେ ସମ୍ପାଦନ ପାଇଁ ପର୍ଯ୍ୟଟକମାନଙ୍କ ପାଇଁ ଜାତୀୟ ଉଦ୍ୟାନ ଏହି ସମୟରେ ବନ୍ଦ ରହିଥାଏ ବୋଲି କହିଛନ୍ତି ବନଖଣ୍ଡ ଅଧିକାରୀ ବିକାଶ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

Intro:04.01.2020
Radhakanta Mohanty, Kendrapada
Slug-od_kpr_crocodile counting_script_7204459
Anchor-ଶେଷ ହୋଇଛି ବିଶ୍ୱ ପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନର କୁମ୍ଭୀର ଗଣନା।ଗତ ୨୬ ତାରିଖରୁ କୁମ୍ଭୀର ଗଣନା ପାଇଁ ଏହି ଜାତୀୟ ଉଦ୍ୟାନ କୁମ୍ଭୀର ଗଣନା ପାଇଁ ଆଜି ପର୍ଯ୍ୟନ୍ତ ବନ୍ଦ ରହିଥିଲା।କୁମ୍ଭୀର ବିଶାରଦ ଡ଼ଃ ସୁଧାକର କର ଓ ରାଜନଗର ବନଖଣ୍ଡ ଅଧିକାରୀ ବିକାଶ ରଞ୍ଜନ ଦାସଙ୍କ ନେତୃତ୍ୱରେ ହୋଇଥିବା ଏହି ଗଣନା କାର୍ଯ୍ୟରେ ୨୩ଟି ଟିମ ୫୪ଟି ସେଗମେଣ୍ଟରେ ବିଭିନ୍ନ ନଦୀ ଓ କ୍ରିକ ମଧ୍ୟରେ ଗଣନା କରିଥିଲେ।ଏହି ଗଣନା ରାଜନଗର, ଭିତରକନିକା, ମହାକାଳପଡ଼ା ଓ ଗହୀରମଥା ରେଞ୍ଜରେ ଏହି ଗଣନା କାର୍ଯ୍ୟ ସମ୍ପାଦନ କରାଯାଇଥିବା ବେଳେ କୁମ୍ଭୀରଙ୍କ ସଂଖ୍ୟା ୧୭୫୭ ରହିଛି ଯାହାକି ଗତବର୍ଷ ଗଣନା କରାଯାଇଥିବା ୧୭୪୨ରୁ ୧୫ଟି ଅଧିକ।ଏହି କୁମ୍ଭୀର ମାନଙ୍କ ମଧ୍ୟରେ ଆଡ଼ଲଟ ୩୩୯,ସବ ଆଡଲଟ ୧୮୫,ଜୁଭେନାଇଲ ୨୮୮,ଇଅରଲିଙ୍ଗ ୩୨୫,ସବୁଠାରୁ ଛୋଟ ଅର୍ଥାତ ହାଚଲିଙ୍ଗ ସଂଖ୍ୟା ୬୨୦ବୋଲି ସୂଚନା ଦେଇଛନ୍ତି ବନଖଣ୍ଡ ଅଧିକାରୀ ବିକାଶ ରଞ୍ଜନ ଦାସ।ତେବେ କୁମ୍ଭୀର ଗଣନା ପାଇଁ ଗତ ୨୬ତାରିଖରୁ ପର୍ଯ୍ୟଟକ ମାନଙ୍କ ପାଇଁ ବନ୍ଦ ରହିଥିବା ଭିତରକନିକା ଜାତୀୟ ଉଦ୍ୟାନ ଆସନ୍ତାକାଲି ଠାରୁ ପର୍ଯ୍ୟଟକ ମାନଙ୍କ ପାଇଁ ଖୋଲିବ ବୋଲି ମଧ୍ୟ କହିଛନ୍ତି ବନଖଣ୍ଡ ଅଧିକାରୀ।କୁମ୍ଭୀର ଗଣନା ପାଇଁ ଡଙ୍ଗା ଗୁଡିକ ସମସ୍ୟା ସୃଷ୍ଟି କରୁଥିବାରୁ ଗଣନା କାର୍ଯ୍ୟ ସୁଚାରୁରୂପେ ସମ୍ପାଦନ ପାଇଁ ପର୍ଯ୍ୟଟକ ମାନଙ୍କ ନିମନ୍ତେ ଜାତୀୟ ଉଦ୍ୟାନ ଏହି ସମୟରେ ବନ୍ଦ ରହିଥାଏ ବୋଲି କହିଛନ୍ତି ବନଖଣ୍ଡ ଅଧିକାରୀ ଶ୍ରୀ ଦାସ।
Body:Byt-ବିକାଶ ରଞ୍ଜନ ଦାସ(ବନଖଣ୍ଡ ଅଧିକାରୀ,ରାଜନଗର)Conclusion:3
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.