ETV Bharat / state

ତାତିଲା ଠିକାଦାର ସଂଘ, ପ୍ରାପ୍ୟ ପ୍ରଦାନ ପାଇଁ ଦେଲା ସପ୍ତାହକର ମହଲତ

author img

By

Published : Aug 12, 2023, 7:59 AM IST

କାମ କରିବା ପରେ ବି ପ୍ରାପ୍ୟ ମିଳୁନଥିବା ଅଭିଯୋଗ କରିଛନ୍ତି ଠିକାଦାର। ଗତକାଲି ନିର୍ବାହୀ ଯନ୍ତ୍ରୀଙ୍କ ସମେତ ଉପରିସ୍ଥ ୫ ଅଧିକାରୀଙ୍କୁ 7 ଦିନର ମହଲତ ଦେଇଛି ଠିକାଦାର ସଂଘ । ଅଧିକ ପଢନ୍ତୁ

ଠିକାଦାର ସଂଘର ଅସନ୍ତୋଷ
ଠିକାଦାର ସଂଘର ଅସନ୍ତୋଷ
ଠିକାଦାର ସଂଘର ଅସନ୍ତୋଷ

କେନ୍ଦ୍ରାପଡ଼ା: କାମ କରିବା ପରେ ବି ପ୍ରାପ୍ୟ ମିଳୁନଥିବା ଅଭିଯୋଗ ହୋଇଛି । ଏପରିକି ଅମାନତ ମାଗିବା ବେଳକୁ କୌଣସି ସନ୍ତୋଷଜନକ ଉତ୍ତର ମଧ୍ୟ ମିଳୁନାହିଁ ବୋଲି ଅଭିଯୋଗ କରିଛି ଠିକାଦାର ସଂଘ । ଏନେଇ ବାରମ୍ବାର ଆପତ୍ତି ଅଭିଯୋଗ ହୋଇଥିଲେ ବି ନିର୍ବାହୀ ଯନ୍ତ୍ରୀ ଠିକାଦାରମାନଙ୍କ ଅଭିଯୋଗକୁ କର୍ଣ୍ଣପାତ କରୁନଥିବା ମଧ୍ୟ ଅଭିଯୋଗ ହୋଇଛି । ଯେଉଁଥିପାଇଁ ବାଧ୍ୟ ହୋଇ ଗତକାଲି(ଶୁକ୍ରବାର) ନିର୍ବାହୀ ଯନ୍ତ୍ରୀଙ୍କ ସମେତ ଉପରିସ୍ଥ ୫ ଅଧିକାରୀଙ୍କୁ 7 ଦିନର ମହଲତ ଦେଇଛି ଠିକାଦାର ସଂଘ ।

ଅଭିଯୋଗ ଅନୁଯାୟୀ, କେନ୍ଦ୍ରାପଡା ଜିଲ୍ଲାର ୯ଟି ବ୍ଳକ ଓ ୨ଟି ମ୍ୟୁନିସିପାଲିଟିର ୨୪୯ ପଞ୍ଚାୟତ ଏବଂ ୪୪ଟି ୱାର୍ଡରେ ଦୀର୍ଘ ଦିନ ଧରି ତୁଳସୀକ୍ଷେତ୍ର ପାନୀୟ ଜଳ ଯୋଗାଣ ପାଇଁ ନଳକୂପ ଖନନ କାର୍ଯ୍ୟରେଠିକାଦାର ସଂଘ ନିୟୋଜିତ ଅଛନ୍ତି । କୋଭିଡ଼ ମହାମାରୀ ପରେ ନଳକୂପ ଖନନ ବନ୍ଦ ରହିଛି । ହେଲେ ପୂର୍ବରୁ କାମ କରାଯାଇଥିବା ନଳକୂପ ଗୁଡିକର ଖନନ ପାଇଁ ସରକାରୀ ଦପ୍ତରରେ ଜମା କରାଯାଇଥିବା ଅମାନତ ରାଶି ଏଯାବତ ମିଳିପାରୁନାହିଁ । ବାରମ୍ବାର ନିର୍ବାହୀ ଯନ୍ତ୍ରୀଙ୍କ ନିକଟରେ ଏନେଇ ଜଣାଯାଇଥିଲେ ମଧ୍ୟ କୌଣସି ସୁଫଳ ପାଇନାହାନ୍ତି ଠିକାଦାର ସଂଘ । ଏଥି ମଧ୍ୟରେ ନଳକୂପ ଖନନ କାର୍ଯ୍ୟକୁ ମଧ୍ୟ ବନ୍ଦ କରି ଦିଆଯାଇଛି ।

ଏହା ବି ପଢନ୍ତୁ...ଚାଷୀଙ୍କୁ ମିଳୁନି ବକେୟା ଫସଲ ବୀମା ରାଶି, ରାଜଧାନୀକୁ ପଦଯାତ୍ରା କରିବାକୁ ଚେତାବନୀ

ତେବେ ଦୀର୍ଘ 2 ବର୍ଷରୁ ଅଧିକ ସମୟ ବିତି ଯାଇଥିଲେ ମଧ୍ୟ ଅନ୍ତିମ ଦେୟ ବାବଦରେ ବଳକା ଅର୍ଥକୁ ଅନାଇ ବସିଛନ୍ତି ଠିକାଦାର । "ସରକାରୀ ଭାବେ ଅମାନତ ରାଶି ପ୍ରଦାନ କରିବାର ସମୟ ସୀମା 1 ବର୍ଷ ମଧ୍ୟରେ ରହିଥିବାବେଳେ, ଏପର୍ଯ୍ୟନ୍ତ କାହିଁକି ସେମାନଙ୍କ ରାଶି ଦିଆଯାଉନାହିଁ ?" ସେନେଇ ପ୍ରଶ୍ନ କରିଛନ୍ତି ତୁଳସୀକ୍ଷେତ୍ର ପାନୀୟ ଜଳ ଯୋଗାଣ ଓ ପରିମଳ ଠିକାଦାର ସଂଘର ସଭାପତି ହରିଲାଲ ଅଗ୍ରୱାଲ । ବଳକା ପ୍ରାପ୍ୟ ପ୍ରଦାନ ପାଇଁ ଠିକାଦାର ସଂଘ ସଦସ୍ୟ ବାରମ୍ବାର ଯାଉଥିଲେ ମଧ୍ୟ ସେମାନଙ୍କୁ ଜାଣିଶୁଣି ଅଣଦେଖା କରାଯାଉଥିବା ନେଇ ଠିକାଦାରମାନେ ଅଭିଯୋଗ କରିଛନ୍ତି ।

ତେବେ ଏହି ଅମାନତ ରାଶି ସମ୍ବନ୍ଧୀୟ ଆବେଦନ ପତ୍ର ଜିଲ୍ଲା ଜଳ ଯୋଗାଣ ଓ ପରିମଳ ବିଭାଗର କାର୍ଯ୍ୟାଳୟ ମଧ୍ୟରେ ଦୀର୍ଘ ଦିନ ହେବ ପଡି ରହିଥିବା କୁହାଯାଉଛି । କୌଣସି କାରଣ ନଥାଇ ଏଗୁଡ଼ିକୁ ଉପଖଣ୍ଡ କାର୍ଯ୍ୟାଳୟକୁ ଫେରସ୍ତ କରାଯାଉଥିବା ଅଭିଯୋଗ ନେଇ ଗତକାଲି ସଂଘର ୧୦ରୁ ଊର୍ଦ୍ଧ୍ବ ସଦସ୍ୟ କେନ୍ଦ୍ରାପଡା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ନାରବାଜି କରିଥିବା ଦେଖିବାକୁ ମିଳିଛି । ଏନେଇ ଅତିରିକ୍ତ ମୁଖ୍ୟଯନ୍ତ୍ରୀ, ଗ୍ରାମ୍ୟ ଜଳ ଯୋଗାଣ ବିଭାଗର ମୁଖ୍ୟ ଯନ୍ତ୍ରୀ ,ବିଭାଗର ପ୍ରମୁଖ ସଚିବ ଓ କେନ୍ଦ୍ରାପଡା ଆରକ୍ଷୀ ଅଧିକ୍ଷକଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇଛି । ଆସନ୍ତା ସପ୍ତାହକ ମଧ୍ୟରେ ଅମାନତ ରାଶି ପ୍ରଦାନ କରାନଗଲେ ପରିସ୍ଥିତି ଭୟାବହ ହେବ ବୋଲି ଚେତାବନୀ ଦେଇଛି ସଂଘ ।

ଇଟିଭି ଭାରତ,କେନ୍ଦ୍ରାପଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.