ETV Bharat / state

ଅର୍ଚ୍ଚନା ଫାଶରେ ସାନବାବୁଙ୍କୁ ନେଇ ଚର୍ଚ୍ଚା, ମନ୍ତ୍ରୀ ପ୍ରତାପ ଦେବଙ୍କ ବହିଷ୍କାର ଦାବି କଲା କଂଗ୍ରେସ

author img

By

Published : Oct 11, 2022, 3:17 PM IST

Updated : Oct 11, 2022, 3:54 PM IST

ଶକ୍ତିମନ୍ତ୍ରୀ ପ୍ରତାପ କେଶରୀ ଦେବଙ୍କ ମନ୍ତବ୍ୟକୁ ନେଇ ଜୋର ଧରିଛି ବିବାଦ। ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କ ସହ ସମ୍ପୃକ୍ତି ଥିବା ଅଭିଯୋଗ କରି ପଦରୁ ବହିଷ୍କାର ଦାବି କଲା କଂଗ୍ରେସ। ଅଧିକ ପଢ଼ନ୍ତୁ

congress protest in kendrapara demands for exclusion
ଅର୍ଚ୍ଚନା ଫାଶରେ ସାନବାବୁଙ୍କୁ ନେଇ ଚର୍ଚ୍ଚା, ମନ୍ତ୍ରୀ ପ୍ରତାପଦେବଙ୍କ ବହିଷ୍କାର ଦାବି କଲା କଂଗ୍ରେସ

କେନ୍ଦ୍ରାପଡ଼ା: ମନ୍ତ୍ରୀ ପ୍ରତାପ କେଶରୀ ଦେବଙ୍କ ମନ୍ତବ୍ୟକୁ ନେଇ ବିବାଦ ଜୋର ଧରିଛି । ପ୍ରତାପ ଦେବ ନିଜ ବକ୍ତବ୍ୟରେ ମହାପ୍ରଭୁ ଜଗନ୍ନାଥଙ୍କୁ ତୁଚ୍ଛ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଓଡିଶା ଓ ଭାରତର ପରିଚୟ ବୋଲି କହିବା ପରେ ରାଜନୀତି ସ୍ତରରେ ବିବାଦ ଦେଖିବାକୁ ମିଳିଛି । ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କ ସହ ମନ୍ତ୍ରୀଙ୍କ ସମ୍ପୃକ୍ତି ଥିବା ନେଇ ଅଭିଯୋଗ କରି ମନ୍ତ୍ରୀଙ୍କ ବହିଷ୍କାର ଦାବି କରିଛି କଂଗ୍ରେସ ।

ମନ୍ତ୍ରୀ ପ୍ରତାପ ଦେବଙ୍କ ବହିଷ୍କାର ଦାବି କଲା କଂଗ୍ରେସ

ରାଜ୍ୟ ଶକ୍ତି ଓ ଲଘୁ ଉଦ୍ୟୋଗ ଶିଳ୍ପମନ୍ତ୍ରୀ ତଥା ଆଳିର ବିଧାୟକ ପ୍ରତାପ କେଶରୀ ଦେବଙ୍କ କୁଶ ପୁତ୍ତଳିକା ଦାହ କରି ମନ୍ତ୍ରୀ ପଦରୁ ଇସ୍ତଫା ଦାବି କରିଛି ଆଳି ବ୍ଲକ କଂଗ୍ରେସ । ଗତ କିଛିଦିନ ପୂର୍ବେ ମହାପ୍ରଭୂ ଶ୍ରୀଜଗନ୍ନାଥଙ୍କୁ ନେଇ ଦେଇଥିବା ମନ୍ତବ୍ୟକୁ ନେଇ କଂଗ୍ରେସ ନିନ୍ଦା ପ୍ରକାଶ କରିଛି । ସେହିପରି ବହୁଚର୍ଚ୍ଚିତ ଭୁବନେଶ୍ବରର ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କ ସହିତ କେନ୍ଦ୍ରାପଡ଼ାର ସାନବାବୁଙ୍କ ସମ୍ପର୍କକୁ ନେଇ ଚର୍ଚ୍ଚା ଜୋର ଧରିବା ପରେ ପ୍ରତାପ ଦେବ ହିଁ କେନ୍ଦ୍ରାପଡ଼ାର ସେହି ସାନବାବୁ ବୋଲି କଂଗ୍ରେସ ଅଭିଯୋଗ ଆଣିଛି ।

ଏହା ମଧ୍ୟ ପଢ଼ନ୍ତୁ: ଭିଡିଓ କନଫରେନ୍ସରେ ହାଜର ହେଲେ ବ୍ଲାକମେଲର ଅର୍ଚ୍ଚନା, ଚାଲିଛି ଜାମିନ୍ ଆବେଦନର ଶୁଣାଣି

ପୂର୍ବାହ୍ନରୁ କଂଗ୍ରେସ କର୍ମୀ ମାନେ କଟକ-ଚାନ୍ଦବାଲି ମୁଖ୍ୟ ରାସ୍ତାର ନିଆଳ ନିକଟରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ମନ୍ତ୍ରୀ ପ୍ରତାପ ଦେବଙ୍କ କୁଶ ପୁତ୍ତଳିକା ଦାହ କରିଛନ୍ତି । ଯୁବ କଂଗ୍ରେସ ପକ୍ଷରୁ ଆଳି ବିଧାୟକଙ୍କୁ ଅଣ୍ଡାମାଡ଼ କରିବା ଚେତାବନୀ ଦେଇଥିବା ବେଳେ ଆଗାମୀ ଦିନରେ ସାରା ରାଜ୍ୟରେ କଂଗ୍ରେସ ପକ୍ଷରୁ ଆନ୍ଦୋଳନ ଜାରି ରହିବ ବୋଲି କହିଛନ୍ତି କଂଗ୍ରେସ ନେତା ।

ଏହା ମଧ୍ୟ ପଢ଼ନ୍ତୁ: ଅର୍ଚ୍ଚନା ନାଗ ସେକ୍ସ ସ୍କାଣ୍ଡାଲ ମାମଲା, ସିବିଆଇ ତଦନ୍ତ ଦାବି କଲା BJP

ସେପଟେ ଅର୍ଚ୍ଚନା ନାଗ ସେକ୍ସ ସ୍କାଣ୍ଡାଲ ମାମଲାରେ ରାଜ୍ୟ ସରକାରଙ୍କୁ କଡା ସମାଲୋଚନା କରିଛି ବିଜେପି । ଏହି ଘଟଣାରେ ବଡ ବଡ ନେତା ମନ୍ତ୍ରୀଙ୍କ ସମ୍ପୃକ୍ତି ଥିବା ଅଭିଯୋଗ ଆଣି ମାମଲାର ସିବିଆଇ ତଦନ୍ତ ଦାବି କରିଛି ବିଜେପି ମହିଳା ମୋର୍ଚ୍ଚା । ନେତା, ମନ୍ତ୍ରୀଙ୍କୁ ଘଣ୍ଟ ଘୋଡାଇବାକୁ ଯାଇ ମାମଲାକୁ ଚାପି ଦେବାକୁ ଚେଷ୍ଟା କରାଯାଉଥିବା ଅଭିଯୋଗ କରି ରାଜ୍ୟ ସରକାରଙ୍କୁ ଘେରିଛି ଭାରତୀୟ ଜନତା ପାର୍ଟି(BJP) । ଆଜି ରାଜ୍ୟ ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ ସ୍ମୃତି ପଟ୍ଟନାୟକ (BJP Mahila Morcha State President Smruti Pattnaik) ସାମ୍ବାଦିକ ସମ୍ମିଳନୀ କରି ମାମଲାରେ ସିବିଆଇ ତଦନ୍ତ ଦାବି କରିଛନ୍ତି ।

ଇଟିଭି ଭାରତ, କେନ୍ଦ୍ରାପଡ଼ା

Last Updated : Oct 11, 2022, 3:54 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.