କେନ୍ଦ୍ରାପଡା: ବିଜେଡିକୁ କଂଗ୍ରେସର(congress) ସମାଲୋଚନା । ରାଜ୍ୟ ବିଧାନସଭା ଉପବାଚସ୍ପତି ତଥା ଅନୁଗୋଳ ବିଧାୟକଙ୍କ ମୁଖ୍ୟମନ୍ତ୍ରୀଙ୍କୁ( CM Naveen Patnaik )ସଭାମଞ୍ଚରେ ସାଢେ ଚାରିକୋଟି ଓଡ଼ିଆଙ୍କ ଠାକୁର ଶବ୍ଦକୁ କଡା ସମାଲୋଚନା କରିଛି କଂଗ୍ରେସ ।
ରାଜ୍ୟ କଂଗ୍ରେସ ମୁଖପାତ୍ର ତଥା କଂଗ୍ରେସ ପଛୁଆ ବର୍ଗ ରାଜ୍ୟ ଅଧ୍ୟକ୍ଷ ଜ୍ଞାନଦେଵ ବେଉରା ଅନୁଗୋଳ ବିଧାୟକ ତଥା ଉପ ବାଚସ୍ପତି ରଜନୀକାନ୍ତ ସିଂହଙ୍କ ମୁଖ୍ୟମନ୍ତ୍ରୀଙ୍କୁ ଭଗବାନ କହିବା ଭଳି ମନ୍ତବ୍ୟ ପାଇଁ କ୍ଷମା ମାଗିବା ସହ ସଭାମଞ୍ଚରେ ବସି ରଜନୀକାନ୍ତଙ୍କ ଏଭଳି ସମ୍ବୋଧନରେ କିଛି ନବୁଝି ତାଳି ମାରୁଥିବା ମୁଖ୍ୟମନ୍ତ୍ରୀ ମଧ୍ୟ କ୍ଷମା ପ୍ରାର୍ଥନା କରନ୍ତୁ ବୋଲି ଦାବି କରିଛନ୍ତି ଜ୍ଞାନ । ସାଢ଼େ ଚାରିକୋଟି ଓଡ଼ିଆଙ୍କ ପ୍ରାଣବିନ୍ଦୁ ତଥା କୋଟି ବ୍ରହ୍ମାଣ୍ଡ ଠାକୁର ଜଗନ୍ନାଥଙ୍କୁ ଅସମ୍ମାନ କରି ନବୀନ ପଟ୍ଟନାୟକଙ୍କୁ ଠାକୁର କହିବା ଯଥୋଚିତ ନୁହେଁ,ବିଜେଡି ନେତାମାନେ ଚାଟୁକାରୀତା ନାମରେ ଅଧିକ ତଳସ୍ତରକୁ ଖସି ଗଲେଣି ବୋଲି କହିଛନ୍ତି ପିସିସି(PCC) ମୁଖପାତ୍ର ଜ୍ଞାନ ବେଉରା ।
‘ଆମେ ସମସ୍ତେ ବିଜୁ ପରିବାରର ଚାକର’ ଏହା ପୂର୍ବରୁ ବାଚସ୍ପତି କହିଥିବା ଏହି କଥାକୁ ମଧ୍ୟ ସମାଲୋଚନା କରିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି କିଛିଦିନ ତଳେ ପଦ୍ମଶ୍ରୀ ପୁରସ୍କାରପ୍ରାପ୍ତ ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତ (Kangana Ranaut) ଭାରତ ୨୦୧୪ ପରଠୁ ପ୍ରକୃତ ସ୍ଵାଧୀନ ହୋଇଥିବା କଥାକୁ କଟୁ ଭାଷାରେ ସମାଲୋଚନା କରିବା ସହ ପ୍ରଧାନମନ୍ତ୍ରୀ ଏଯାବତ୍ ଏହି ଉକ୍ତିକୁ ଖଣ୍ଡନ ନକରିବା ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି ଜ୍ଞାନ । ଯେଉଁ ବୀରମାନେ ଦେଶ ସ୍ଵାଧୀନତା ପାଇଁ ପ୍ରାଣବଳୀ ଦେଇଛନ୍ତି ଏହା ତାଙ୍କପ୍ରତି ଅସମ୍ମାନ ବୋଲି କହିଛନ୍ତି ପିସିସି ମୁଖପାତ୍ର ।
କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି,ଇଟିଭି ଭାରତ