ETV Bharat / state

ଜିଲ୍ଲାପାଳଙ୍କ ଅଚାନକ ମେଡ଼ିକାଲ ପରିଦର୍ଶନ - collectors surprise visit

କେନ୍ଦ୍ରାପଡା ମୁଖ୍ୟଚିକିତ୍ସାଳୟକୁ ଜିଲ୍ଲାପାଳଙ୍କ ଅଚାନକ ଗସ୍ତ । ଗସ୍ତବେଳେ ମେଡିକାଲର ସ୍ବଚ୍ଛତା ଓ ରୋଗୀଙ୍କ ବିଷୟରେ ପଚାରି ବୁଝିଲେ ଜିଲ୍ଲାପାଳ ସମର୍ଥ ବର୍ମା । ଅଧିକ ପଢନ୍ତୁ...

kendrapara hospital
ଜିଲ୍ଲାପାଳଙ୍କ ଅଚାନକ ଗସ୍ତ
author img

By

Published : Mar 15, 2020, 12:44 PM IST

Updated : Mar 15, 2020, 12:56 PM IST

କେନ୍ଦ୍ରାପଡା: ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ କେନ୍ଦ୍ରାପଡା ଜିଲ୍ଲାପାଳ ଅଚାନକ ଗସ୍ତ । ପରିଦର୍ଶନ ସମୟରେ ମେଡିକାଲର ପରିବେଶ ସ୍ବଚ୍ଛତା ପରଖିବା ସହ ରୋଗୀ ଓ ସମ୍ପର୍କୀୟଙ୍କ ଠାରୁ ମେଡିକାଲ ପକ୍ଷରୁ ଯୋଗା ଯାଉଥିବା ସ୍ବାସ୍ଥ୍ୟସେବା ବିଷୟରେ ପଚାରି ବୁଝିଥିଲେ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ।

ଜିଲ୍ଲାପାଳଙ୍କ ଅଚାନକ ମେଡ଼ିକାଲ ପରିଦର୍ଶନ

ଏହା ସହ ନିରାମୟ ଯୋଜନାରେ ମାଗଣା ଔଷଧ କାର୍ଯ୍ୟରତ ଡାକ୍ତରମାନେ ଲେଖୁଥିବା ଜାଣି ଖୁସି ବ୍ୟକ୍ତି କରିଥିଲେ । କେନ୍ଦ୍ରାପଡ଼ା ମ୍ୟୁନିସିପାଲିଟି ପକ୍ଷରୁ ଆୟୋଜିତ ରୂପାନ୍ତରଣ କାର୍ଯ୍ୟକ୍ରମରେ ଯୋଗଦେଇ ଉପସ୍ଥିତ ଜନସାଧାରଣଙ୍କୁ କୋରନା ଭାଇରସ ସମ୍ପର୍କରେ ସଚେତନ କରାଇଥିଲେ। ନିୟମିତ ଭାବରେ ହାତକୁ ଭଲ କରି ଧୋଇବା ଉପରେ ଗୁରୁତ୍ବ ଦେବା ସହ ବୟସ ଅନୁଯାୟୀ ମାସ୍କ ବ୍ୟବହାର ପାଇଁ ନିଜ ପ୍ରତିକ୍ରିୟାରେ କହିଛନ୍ତି ଜିଲ୍ଲାପାଳ ।

ସହରର ସାନ୍ତସାହିରେ ଥିବା ପରିବା ମାର୍କେଟ ଆବର୍ଜନା ଭର୍ତ୍ତି ହୋଇଥିବାରୁ ଏହାକୁ ଖୁବଶୀଘ୍ର ସଫେଇ କରାଯିବ ବୋଲି କହିଛନ୍ତି ଜିଲ୍ଲାପାଳ । ଅନ୍ୟପଟେ, ଜିଲ୍ଲାପାଳଙ୍କ ଏହି ଅଚାନକ ଗସ୍ତ ଓ ରାସ୍ତା ଅବରୋଧ କରି ଦୋକାନ କରିଥିବା ବ୍ୟକ୍ତିଙ୍କୁ ତାଗିଦକୁ ବୁଦ୍ଧିଜୀବି ମହଲରେ ପ୍ରସଂଶା କରାଯାଇଛି ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

Last Updated : Mar 15, 2020, 12:56 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.