ETV Bharat / state

ଏଲଇଡି ଲାଇଟରେ ଘୋଟାଲା, ତଦନ୍ତ ପାଇଁ ପହଞ୍ଚିଲେ ଜିଲ୍ଲାପାଳ - kendrapada collector investing on LED light

କେନ୍ଦ୍ରାପଡ଼ା ଜିଲ୍ଲାପାଳ ସମର୍ଥ ବର୍ମା ମହାକାଳପଡ଼ା ପଞ୍ଚାୟତ ଗସ୍ତ ସମୟରେ ଗ୍ରାମବାସୀ ଏଲଇଡି ଲାଇଟ ବିଷୟରେ ଅଭିଯୋଗ ଆଣିବାରୁ ସେ ନିଜେ ବିଭିନ୍ନ ଖୁଣ୍ଟ ନିକଟକୁ ଯାଇ ତଦନ୍ତ କରିଛନ୍ତି ।

ଏଲଇଡି ଲାଇଟରେ ଘୋଟାଲା, ତଦନ୍ତ ପାଇଁ ପହଞ୍ଚିଲେ ଜିଲ୍ଲାପାଳ
author img

By

Published : Nov 21, 2019, 4:12 AM IST

କେନ୍ଦ୍ରାପଡ଼ା: ପଞ୍ଚାୟତ ପାଣ୍ଠିରୁ 6 ଲକ୍ଷ 50 ହଜାର ଟଙ୍କା ବ୍ୟୟରେ ମହାକାଳପଡ଼ା ପଞ୍ଚାୟତର ବିଭିନ୍ନ ଖୁଣ୍ଟରେ ଲାଗିଥିଲା ଏଲଇଡି ଲାଇଟ । ଏହା ଗତ ଏକ ମାସ ତଳେ ଲଗାଯାଇଥିବା ବେଳେ ବର୍ତ୍ତମାନ ଏଗୁଡିକ ଆଉ ଜଳିବା ସ୍ଥିତିରେ ନାହାଁନ୍ତି । ତେବେ ଲାଇଟ ନଜଳିବା ସମ୍ପର୍କରେ ଅଭିଯୋଗ ପାଇବା ପରେ ଜିଲ୍ଲାପାଳ ନିଜେ ତଦନ୍ତ ପାଇଁ ପହଞ୍ଚିଛନ୍ତି ଉକ୍ତ ପଞ୍ଚାୟତରେ ।

ଏଲଇଡି ଲାଇଟରେ ଘୋଟାଲା, ତଦନ୍ତ ପାଇଁ ପହଞ୍ଚିଲେ ଜିଲ୍ଲାପାଳ

କେନ୍ଦ୍ରାପଡ଼ା ଜିଲ୍ଲାପାଳ ସମର୍ଥ ବର୍ମା ମହାକାଳପଡ଼ା ପଞ୍ଚାୟତ ଗସ୍ତ ସମୟରେ ଗ୍ରାମବାସୀ ଏଲଇଡି ଲାଇଟ ବିଷୟରେ ଅଭିଯୋଗ ଆଣିବାରୁ ଜିଲ୍ଲାପାଳ ନିଜେ ବିଭିନ୍ନ ଖୁଣ୍ଟ ନିକଟକୁ ଯାଇ ଉକ୍ତ ଲାଇଟର ତଦନ୍ତ କରିଛନ୍ତି । ତଦନ୍ତ ସମୟରେ ଅଳ୍ପ କିଛି ଟଙ୍କା ଖର୍ଚ୍ଚ କରାଯାଇ ନିମ୍ନମାନର ଲାଇଟ ଲଗାଯାଇଥିବା ଅନୁମାନ କରିଛନ୍ତି ଜିଲ୍ଲାପାଳ ।

ଏନେଇ ଜିଲ୍ଲା ପ୍ରକଳ୍ପ ଅଧିକାରୀଙ୍କୁ ସରଜମିନ ତଦନ୍ତ ପାଇଁ ନିର୍ଦ୍ଦେଶ ଦେବାସହ ତଦନ୍ତ ରିପୋର୍ଟ ଆସିଲେ ଏହା ଉପରେ ଜିଲ୍ଲାପାଳ କାର୍ଯ୍ୟାନୁଷ୍ଠାନ ନେବେ ବୋଲି ସୂଚନା ମିଳିଛି । ଏହି ଲାଇଟ ଲଗାଇବା ଘୋଟାଲା ଜିଲ୍ଳାର ଅନ୍ୟ ଅଞ୍ଚଳରେ ମଧ୍ୟ ଦେଖିବାକୁ ମିଳିଛି । ପଞ୍ଚାୟତ ଜନ ପ୍ରତିନିଧି ଓ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ମିଶି ଏଭଳି ଘୋଟାଲା କରିଥିବା ଅଭିଯୋଗ କରିଛନ୍ତି ଜନସାଧାରଣ।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

Intro:20.11.2019
Radhakanta Mohanty,Kendrapada
Slug-od_kpr_01_dm inquiry_script_7204459
Anchor-ପଂଚାୟତ ପାଣ୍ଠିରୁ 6ଲକ୍ଷ 50 ହଜାର ଟଙ୍କା ବ୍ୟୟରେ ମହାକାଳପଡ଼ା ପଞ୍ଚାୟତର ବିଭିନ୍ନ ଖୁଣ୍ଟରେ ଲାଗିଥିଲା LED ଲାଇଟ।ଏହା ଗତ ଏକ ମାସ ତଳେ ଲଗାଯାଇଥିବା ବେଳେ ବର୍ତ୍ତମାନ ଏଗୁଡିକ ଆଉ ଜଳିବା ସ୍ଥିତିରେ ନାହାନ୍ତି।କେନ୍ଦ୍ରାପଡ଼ା ଜିଲ୍ଲାପାଳ ସମର୍ଥ ବର୍ମା ମହାକାଳପଡ଼ା ପଞ୍ଚାୟତ ଗସ୍ତ ସମୟରେ ଗ୍ରାମବାସୀ LED ଲାଇଟ ବିଷୟରେ ଅଭିଯୋଗ ଆଣିବାରୁ ଜିଲ୍ଲାପାଳ ନିଜେ ବିଭିନ୍ନ ଖୁଣ୍ଟ ନିକଟକୁ ଯାଇ LED ଲାଇଟର ତଦନ୍ତ କରିଛନ୍ତି।ତଦନ୍ତ ସମୟରେ ଅଳ୍ପ କିଛି ଟଙ୍କା ଖର୍ଚ୍ଚ କରାଯାଇ ନିମ୍ନମାନର ଲାଇଟ ଲଗାଯାଇଥିବା ଅନୁମାନ କରିଛନ୍ତି ଜିଲ୍ଲାପାଳ।ଏନେଇ ଜିଲ୍ଲା ପ୍ରକଳ୍ପ ଅଧିକାରୀଙ୍କୁ ସରଜମିନ ତଦନ୍ତ ପାଇଁ ନିର୍ଦ୍ଦେଶ ଦେବାସହ ତଦନ୍ତ ରିପୋର୍ଟ ଆସିଲେ ଏହା ଉପରେ ଜିଲ୍ଲାପାଳ କାର୍ଯ୍ୟାନୁଷ୍ଠାନ ନେବେ ବୋଲି ସୂଚନା ମିଳିଛି।ଏହି ଲାଇଟ ଲଗାଇବା ଘୋଟାଲା ଜିଲ୍ଳାର ଅନ୍ୟ ଅଞ୍ଚଳରେ ମଧ୍ୟ ଦେଖିବାକୁ ମିଳିଛି।ପଞ୍ଚାୟତ ଜନ ପ୍ରତିନିଧି ଓ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ମାନଙ୍କ ମିଲିଭଗତରେ ଏଭଳି ଘୋଟାଲା କରାଯାଉଥିବା ଅଭିଯୋଗ କରିଛନ୍ତି ଜନସାଧାରଣ।Body:2Conclusion:3
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.