ETV Bharat / state

Municipal Result: କେନ୍ଦ୍ରାପଡାର ୨୦ ନମ୍ବର ଓ୍ବାର୍ଡ ଜିତିଲା BJP - କେନ୍ଦ୍ରାପଡା ଖବର

ପୌର ନିର୍ବାଚନ ଭୋଟ ଗଣତି । କେନ୍ଦ୍ରାପଡା ୨୦ ନମ୍ବର ଓ୍ବାର୍ଡରେ ବିଜେପି ପ୍ରାର୍ଥିନୀଙ୍କ ବାଜିମାତ । ଅଧିକ ପଢନ୍ତୁ

Municipal Result: କେନ୍ଦ୍ରାପଡା ୨୦ ନମ୍ବର ଓ୍ବାର୍ଡରେ ବିଜେପି ପ୍ରାର୍ଥୀନୀ ବିଜୟୀ

author img

By

Published : Mar 26, 2022, 4:11 PM IST

କେନ୍ଦ୍ରାପଡା : ବିଜେପିର ସମ୍ମାନ ରଖିଲେ ଅସୀମା । ପୌର ନିର୍ବାଚନ ଭୋଟ ଗଣତି ପରେ ରାଜ୍ୟର ସର୍ବ ପୁରାତନ ମ୍ୟୁନିସିପାଲିଟି କୁହାଯାଉଥିବା କେନ୍ଦ୍ରାପଡ଼ା ସହରର ୨୧ଟି ୱାର୍ଡରୁ ବିଜେପି କେବଳ ଗୋଟିଏ ଜିତିବା ପାଇଁ ସକ୍ଷମ ହୋଇଛି । ଅସୀମା ବିଜେପିରୁ ପ୍ରାର୍ଥିନୀ ହୋଇ ଦଳର ସମ୍ମାନକୁ ସହରରେ ବଞ୍ଚାଇ ରଖିଛନ୍ତି ।

Municipal Result: କେନ୍ଦ୍ରାପଡା ୨୦ ନମ୍ବର ଓ୍ବାର୍ଡରେ ବିଜେପି ପ୍ରାର୍ଥୀନୀ ବିଜୟୀ

ଅସୀମା ତାଙ୍କର ନିକଟତମ ପ୍ରତିଦ୍ବନ୍ଦୀ ବିଜେଡିର ଶରତ ବେହୁରାଙ୍କୁ ୪୪୫ ଖଣ୍ଡ ଭୋଟରେ ପରାସ୍ତ କରିଛନ୍ତି। ରାଜନୀତିରେ ନୂଆ ମୁହଁ ଅସୀମା ମୋଟ ୭୮୦ଖଣ୍ଡ ଭୋଟ ପାଇଥିବା ବେଳେ ଶରତଙ୍କୁ ମିଳିଛି ୩୩୫ ଖଣ୍ଡ ଭୋଟ । ଅନ୍ୟପଟେ ଦୀର୍ଘ ୩୫ ବର୍ଷ ଧରି କଂଗ୍ରେସ ଟିକେଟରୁ ପୌର ନିର୍ବାଚନରେ ଲଢ଼ି ପୂର୍ବରୁ ଅନେକ ହେଭିୱେଟଙ୍କୁ ଧୂଳି ଚଟାଇ ବିଜୟୀ ହେଉଥିବା ଶରତ ଚଳିତ ପୌର ନିର୍ବାଚନରେ ଅସୀମାଙ୍କ ଠାରୁ ପରାସ୍ତ ହୋଇଛନ୍ତି ।

ଶରତ ଗତ ଫେବ୍ରୁଆରୀ ୬ ତାରିଖରେ କଂଗ୍ରେସ ଛାଡି ବିଜେଡିର ଯୋଗ ଦେଇଥିବା ବେଳେ ଦଳ ୨୦ ନମ୍ବରରୁ ତାଙ୍କୁ ପ୍ରାର୍ଥି କରାଯାଇଥିଲା । ଏହି ଫଳାଫଳ ପରେ ଅସୀମା ୨୦ ନମ୍ବର ୱାର୍ଡର ଜନସାଧାରଣଙ୍କୁ ବିଜୟର ଶ୍ରେୟ ଦେଇଥିବା ବେଳେ ପୌର ପରିଷଦରେ ନିଜ ୱାର୍ଡର ଆବଶ୍ୟକୀୟ ଦାବି ଉପସ୍ଥାପନ କରି ନିଜ ୱାର୍ଡରେ ଆଲୋକୀକରଣ ବ୍ୟବସ୍ଥା ସହ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେବେ ବୋଲି କହିଛନ୍ତି।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.