ETV Bharat / state

ଧାମନଗରରେ ପ୍ରାର୍ଥୀ ଘୋଷଣା ପୂର୍ବରୁ ଜନ ସମ୍ପର୍କ ବଢାଉଛି ବିଜେଡି - ଉପ ନିର୍ବାଚନ ପ୍ରାର୍ଥୀ ଘୋଷଣା

ଉପ ନିର୍ବାଚନ ପ୍ରାର୍ଥୀ ଘୋଷଣା ପୂର୍ବରୁ ଧାମନଗର ନିର୍ବାଚନ ମଣ୍ଡଳୀରେ ବିଜେଡି ପକ୍ଷରୁ ବିଶାଳ ଜନ ସମ୍ପର୍କ ପଦଯାତ୍ରା । ଅଧିକ ପଢ଼ନ୍ତୁ

bjd held jan sampark pada yatra in dhamnagar bhadrak
ଧାମନଗରରେ ପ୍ରାର୍ଥୀ ଘୋଷଣା ପୂର୍ବରୁ ଜନ ସମ୍ପର୍କ ଗଢିଲା ବିଜେଡି
author img

By

Published : Oct 12, 2022, 11:27 AM IST

ଭଦ୍ରକ: ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା ପୂର୍ବରୁ ଧାମନଗର ନିର୍ବାଚନ ମଣ୍ଡଳୀରେ ବିଜେଡି ପକ୍ଷରୁ ଜନ ସମ୍ପର୍କ ପଦ ଯାତ୍ରା ଜାରି ରହିଛି । ଧାମନଗର ଜୋନର ରାଧାବଲ୍ଲଭପୁର ପଞ୍ଚାୟତରେ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ପ୍ରୀତିରଞ୍ଜନ ଘଡ଼ାଇ, ରାଜ୍ୟ ସଭା ସାଂସଦ ସୁଲତା ଦେଓ, ଜିଲ୍ଲା ପର୍ଯ୍ୟବେକ୍ଷକ ପ୍ରଣବ ବଳବନ୍ତରାୟ ପ୍ରମୁଖ ଯୋଗ ଦେଇ ଜନସମ୍ପର୍କ ପଦ ଯାତ୍ରାରେ ସାମିଲ ହୋଇଥିଲେ।

ଧାମନଗରରେ ପ୍ରାର୍ଥୀ ଘୋଷଣା ପୂର୍ବରୁ ଜନ ସମ୍ପର୍କ ଗଢିଲା ବିଜେଡି

ରାଜ୍ୟ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ସମ୍ପର୍କରେ ଲୋକ ମାନଙ୍କୁ ଅବଗତ କରିବା ପଦଯାତ୍ରାରେ ମୂଳ ଉଦ୍ଦେଶ୍ୟ ଥିଲା। ଏହି ଅବସରରେ ଶତାଧିକ ନେତା ଓ କର୍ମୀମାନେ ସାମିଲ ହୋଇଥିଲେ । ଶେଷରେ ଛତ୍ରପଦା ଠାରେ ଆୟୋଜିତ ସଭାରେ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ଉପସ୍ଥିତ ମନ୍ତ୍ରୀ, ସାଂସଦ ଓ ନେତାମାନେ ଲୋକଙ୍କୁ ବୁଝାଇଥିଲେ। ଆୟୋଜିତ ବିଶାଳ ଜନ ସମାବେଶକୁ ଦୃଷ୍ଟିରେ ରଖି ଆଗାମୀ ଉପ ନିର୍ବାଚନରେ ବିଜେଡି ଭଲ ଫଳ କରିବ ବୋଲି ଦଳୀୟ ନେତା କହିଛନ୍ତି । ଏନେଇ ରାଜ୍ୟସଭା ସାଂସଦ ସୁଲତା ଦେଓ କହିଛନ୍ତି, " ବିଜୁ ଜନତା ଦଳ ପକ୍ଷରୁ ଅକ୍ଟୋବର 2 ତାରିଖରୁ ନଭେମ୍ବର 2 ପର୍ଯ୍ୟନ୍ତ ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଛି । ରାଜ୍ୟସରକାରଙ୍କ ଜନ କଲ୍ୟାଣ ନୀତିକୁ ଜନସାଧାରଣଙ୍କ ନିକଟରେ ପହଞ୍ଚାଇବା, ସେମାନଙ୍କୁ ବାର୍ତ୍ତା ଦେବା ଦଳର ମୂଳ ଲକ୍ଷ୍ୟ । ଆମେ ଲୋକଙ୍କ ସହ ଯୋଡ଼ି ହୋଇ ରହିଛୁ।"

ଅନୁଷ୍ଠିତ କାର୍ଯ୍ୟକ୍ରମରେ ଭଦ୍ରକ ସାଂସଦ, ଭଣ୍ଡାରିପୋଖରୀ ବିଧାୟକ, ଭଦ୍ରକ ବିଧାୟକ, ଧାମନଗର ନିର୍ବାଚନ ମଣ୍ଡଳୀ ପର୍ଯ୍ୟବେକ୍ଷକଙ୍କ ସମେତ ବହୁ ପ୍ରମୁଖ ନେତା ସାମିଲ ହୋଇଥିଲେ । ପ୍ରାର୍ଥୀଙ୍କ ଟିକେଟ ଫାଇନାଲକୁ ନେଇ ଠିକ ସମୟରେ ଠିକ ନିଷ୍ପତ୍ତି ନିଆଯିବ ବୋଲି ବିଜେଡି କହିଛି।

ଏହା ମଧ୍ୟ ପଢ଼ନ୍ତୁ: ଧାମନଗର ଲଢେଇ: ଆଗରେ ବିଜେପିର ସୂର୍ଯ୍ୟବଂଶୀ, କଂଗ୍ରେସ ବିଜେଡ଼ି ଏଯାଏଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରିନି

ସୂଚନା ଥାଉକି, ଧାମନଗର ଉପ ନିର୍ବାଚନ ପାଇଁ ବିରୋଧି ଦଳ ଉପନେତା ତଥା ବିଜେପି ବିଧାୟକ ବିଷ୍ଣୁ ସେଠୀଙ୍କ ଦେହାନ୍ତ ପରେ ପୁଅ ସୂର୍ଯ୍ୟବଂଶ ସୂରଜଙ୍କୁ ପ୍ରାର୍ଥୀ କରିଛି ବିଜେପି । ହେଲେ ବିଜେଡ଼ି ଓ କଂଗ୍ରେସର କିଏ ହେବ ପ୍ରାର୍ଥୀ ତାହାକୁ ନେଇ ଜାରି ରହିଛି ସସପେନ୍ସ । ଜନ ସମ୍ପର୍କ ପଦଯାତ୍ରା ମଧ୍ୟମରେ ବିଜେଡି ପକ୍ଷରୁ ଏକ ପ୍ରକାର ନିର୍ବାଚନ ପ୍ରଚାର କାର୍ଯ୍ୟ ଆରମ୍ଭ ହୋଇଥିବାବେଳେ, କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଚୟନ ପାଇଁ ଘନ ଘନ ବୈଠକ ଚାଲିଛି । ମଙ୍ଗଳବାର ସୂର୍ଯ୍ୟବଂଶୀ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ପ୍ରାର୍ଥୀତ୍ବ ଘୋଷଣା ପରେ ସେ ନିଜର ନିର୍ବାଚନ ପ୍ରଚାର ଆରମ୍ଭ କରିଦେଇଛନ୍ତି ।

ଧାମନଗର ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଞ୍ଚଳ ଗୁଡ଼ିକରେ ଥିବା ଗାଁ ଗୁଡିକୁ ଯାଇ ଭୋଟରଙ୍କୁ ସାକ୍ଷାତ କରି ଆର୍ଶୀବାଦ ଭକ୍ଷା କରିଲେଣି ସୂର୍ଯ୍ୟବଂଶୀ । ତେବେ ଏହି ଉପନିର୍ବାଚନରେ ବିଜେପି ନିଶ୍ଚୟ ବିଜୟ ହେବ ବୋଲି ଦଳର ହେଭିୱେଟ ନେତାମାନେ ଦୃଢୋକ୍ତି ପ୍ରକାଶ କରିଛନ୍ତି । ଅନ୍ୟପକ୍ଷରେ ଯିଏ ବି ଦଳରୁ ପ୍ରାର୍ଥୀ ହେବ ସେ ନିଶ୍ଚିତ ବିଜୟୀ ହେବ ବୋଲି କହୁଛି ବିଜେଡି । ହେଲେ ବିଜେଡି ପକ୍ଷରୁ ଏ ଯାଏଁ ପ୍ରାର୍ଥୀଙ୍କ ନାମ ଚୂଡାନ୍ତ ହୋଇନାହିଁ ।

ଇଟିଭି ଭାରତ, ଭଦ୍ରକ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.