ETV Bharat / state

Bee lover from kendrapda: ମହୁମାଛି ପ୍ରେମରେ ହୀରା; ଦୋକାନକୁ ଆସୁଛନ୍ତି, ତାଙ୍କ ହାତରୁ ପାନମସଲା ଖାଉଛନ୍ତି

author img

By

Published : Jul 26, 2023, 9:36 PM IST

ମହୁମାଛୀ ଓ ପାନ ଦୋକାନୀଙ୍କ ନିଆରା ସମ୍ପର୍କ । କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଲୋକାପଡ଼ା ବଜାରରରେ ଦେଖିବାକୁ ମିଳିଛି ବିସ୍ମିତକର ଦୃଶ୍ୟ । ଅଧିକ ପଢ଼ନ୍ତୁ

ମହୁମାଛୀ ଓ ପାନ ଦୋକାନୀଙ୍କ ନିଆରା ସମ୍ପର୍କ
ମହୁମାଛୀ ଓ ପାନ ଦୋକାନୀଙ୍କ ନିଆରା ସମ୍ପର୍କ
ମହୁମାଛୀ ଓ ପାନ ଦୋକାନୀଙ୍କ ନିଆରା ସମ୍ପର୍କ

କେନ୍ଦ୍ରାପଡ଼ା: ମହୁମାଛି ପ୍ରେମରେ ପାନ ଦୋକାନୀ । ରାତି ପାହିଲେ ଦୋକାନରେ ଜମୁଛନ୍ତି ପଲ ପଲ ମହୁମାଛି । ଦୋକାନୀଙ୍କ ମୁହଁ, ଦେହ ସବୁଠି ଲେସି ହେଉଛନ୍ତି ଶହ ଶହ ମହୁମାଛି । କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଲୋକାପଡ଼ା ବଜାରରରେ ଏଭଳି ବିରଳ ଦୃଶ୍ୟ ଦେଖୁବାକୁ ମିଳିଛି । ମାଳମାଳ ମହୁମାଛିର ମେଳି ଭିତରେ ନିଜକୁ ହଜାଇ ଦେଇଥିବା ଏ ବ୍ୟକ୍ତି ଜଣକ ହେଲେ ଗଣେଶ ଚନ୍ଦ୍ର ରାୟ ।

ଆଳି ଲୋକାପଡା ଗ୍ରାମର ଗଣେଶ ଚନ୍ଦ୍ର ରାୟ ଲୋକାପଡ଼ା ବଜାରରେ ଏକ ପାନ ଦୋକାନ ରହିଛି । ଦୀର୍ଘ ବର୍ଷ ଧରି ହେବ ଯାତ୍ରା କଳାକାର ଭାବେ ପରିଚିତ ଗଣେଶ ଏବେ ପାନ ଦୋକାନ କରି ପରିବାର ପ୍ରତିପୋଷଣ କରୁଛନ୍ତି । ସେଇଠୁ ଆରମ୍ଭ ହୋଇଛି ମହୁମାଛି ଓ ଗଣେଶଙ୍କ ନୀବିଡ଼ ସମ୍ପର୍କ । ଚଳିତ ବର୍ଷ ପହିଲି ରଜରେ ହୀରା ରଜ ପାନ ଭାଙ୍ଗିବା ଆରମ୍ଭ କରିବା ଦିନଠୁ ମହୁମାଛି ତାଙ୍କ ଦୋକାନରେ ପହଞ୍ଚି ଯାଇଥିଲେ । ଦଳଦଳ ମହୁମାଛି ଦେଖି ହଠାତ ଭୟଭୀତ ହୋଇଯାଇଥିଲେ ହୀରା । ମାତ୍ର ସେମାନେ ହୀରାଙ୍କୁ କ୍ଷତି ପହଞ୍ଚାଇ ନଥିଲେ । ମହୁମାଛିଙ୍କୁ ଘଉଡ଼ାଇବାକୁ ଅନେକ ଚେଷ୍ଟା କରିଥିଲେ ମଧ୍ୟ ସେମାନେ ନଯିବାରୁ ପାନମସଲା ଦେଇ ଆଦରି ନେଇଥିଲେ । ଗଣେଶଙ୍କ ଦୋକାନର ପ୍ରଥମ ଗରାଖ ହେଉଛନ୍ତି ମହୁମାଛି । ବିଭିନ୍ନ ପ୍ରକାର ମିଠା ମସଲା ଦେଇ ପାନ ଭାଙ୍ଗିବା ବେଳେ ପାନ ଓ ଡବା ଉପରେ ଆସି ଏମାନେ ବସିଥାନ୍ତି । ମହୁମାଛିଙ୍କୁ ସେ ପାନମସଲା ପରସି ଦିଅନ୍ତି ।

ଏନେଇ ଗଣେଶ କହିଛନ୍ତି, "ପାନରେ ବ୍ୟବହୃତ ମିଠା ମସଲା ପାଇଁ ମହୁମାଛି ଏଠାକୁ ଆସନ୍ତି । ଦେହସାରା ଲେସି ହୋଇଥାନ୍ତି, ହେଲେ କୌଣିସି କ୍ଷତି ପହଞ୍ଚାନ୍ତି ନାହିଁ । ଦୋକାନକୁ ଆସୁଥିବା ଲୋକମାନଙ୍କୁ ମଧ୍ୟ ମହୁମାଛିମାନେ ଆକ୍ରମଣ କରନ୍ତିନି । ସେମାନଙ୍କୁ ଖାଇବାକୁ ଦେଇ ବହୁତ ଆନନ୍ଦ ଅନୁଭବ ହୁଏ ।"

ଏହା ମଧ୍ୟ ପଢ଼ନ୍ତୁ: ମଣିଷ ପ୍ରେମରେ ବନ୍ଧା ବାଛୁରୀ, ରାଧାରାଣୀ ଆଉ ମୁନାଙ୍କ ଅନାବିଳ ପ୍ରେମର ନିଆରା କାହାଣୀ

ତେବେ ଗଣେଶ କେବଳ ବାହାରେ ନୁହେଁ ଘରେ ମଧ୍ୟ ତାଙ୍କର ଏକ ଛୋଟ ଚିଡ଼ିଆଖାନା ରହିଛି କହିଲେ ଅତ୍ୟୁକ୍ତି ହେବନାହିଁ । ଠେକୁଆ, ନେଉଳ, ଶୁଆଶାରୀ, ପାରା, ଧଳା ମୂଷା ଭଳି ଅନେକ ପଶୁପକ୍ଷୀଙ୍କୁ ଗଣେଶ ପାଳନ କରୁଛନ୍ତି । ସେମାନଙ୍କୁ ନିଜ ଘରେ ରଖି ପିଲାଙ୍କ ପରି ଖାଇବାକୁ ଦେବା ସହ ସେମାନଙ୍କ ଯତ୍ନ ନେଇଥାନ୍ତି । ଏବେ ମହୁମାଛି ସହ ନିଆରା ସମ୍ପର୍କକୁ ନେଇ ଚର୍ଚ୍ଚାରେ ହୀରା । ଆଜିର ଦୁନିଆରେ ମଣିଷ ମଣିଷ ସମ୍ପର୍କରେ ଫାଟ ସୃଷ୍ଟି ହେଉଥିବା ବେଳେ ହୀରା ଏବଂ ମହୁମାଛି ମଧ୍ୟରେ ଗଢି ଉଠିଥିବା ଏହି ନିବିଡ଼ ସମ୍ପର୍କ ହିଁ ମାନବ ସମାଜକୁ ସମ୍ପର୍କର ମୂଲ୍ୟବୋଧ ଜଣାଇ ଦେଉଛି ।

ଇଟିଭି ଭାରତ, କେନ୍ଦ୍ରାପଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.