ETV Bharat / state

ବଢୁଛି ବାରହା ଆକ୍ରମଣ, ଚୁପ୍ ବସିଛି ବନବିଭାଗ - baraha attack

ବାରହା ଆକ୍ରମଣରେ ଜଣେ ଗୁରୁତର ଓ ଜଣେ ଆହତ। ଏ ଘଟଣା ଘଟିଛି କେନ୍ଦ୍ରପଡାର ମହାକାଳପଡ଼ା ଥାନା ଅଧିନସ୍ଥ ଓରତ ଗାଁରେ। ଗୁରୁତରଙ୍କ ଅବସ୍ଥା ସଙ୍କଟାପର୍ଣ୍ଣ ଥିବାରୁ ତାଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଅଧିକ ଖବର ପଢନ୍ତୁ...

ବଢୁଛି ବାରହା ଆକ୍ରମଣ, ଚୁପ୍ ବସିଛି ଜଙ୍ଗଲ ବିଭାଗ
author img

By

Published : Nov 10, 2019, 9:29 PM IST

କେନ୍ଦ୍ରାପଡା:ବାରହା ଆକ୍ରମଣରେ ଜଣେ ଗୁରୁତର। ଏ ଘଟଣା ଘଟିଛି ମହାକାଳପଡ଼ା ଥାନା ଅଧିନସ୍ଥ ଓରତ ଗାଁରେ। ଏହି ଗ୍ରାମର ଭ୍ରମରବର ସେଠୀ ବିଲକୁ ଘାଷ ଆଣିବାକୁ ଯାଇଥିବା ବେଳେ ବୁଦା ମଧ୍ୟରୁ ବାହାରି ଏକ ବାରହା ତାଙ୍କୁ ଆକ୍ରମଣ କରିଥିଲା । ଏଥିରେ ଭ୍ରମରବରଙ୍କ ଦୁଇଗୋଡ଼ କ୍ଷତାକ୍ତ ହେବା ସହ ବାମହାତରେ ମଧ୍ୟ କ୍ଷତ ସୃଷ୍ଟି ହୋଇଛି।

ତାଙ୍କ ଡାକ ଶୁଣିବା ପରେ ସେଠାକୁ ଶୌଚ ହେବାକୁ ଯାଇଥିବା ଗଜେନ୍ଦ୍ର ସେଠୀ ପହଁଞ୍ଚିବାରୁ ବାରହା ମଧ୍ୟ ତାଙ୍କୁ ଆକ୍ରମଣ କରିଥିବା ଜଣାପଡିଛି। ପରେ ଉଭୟଙ୍କୁ କେନ୍ଦ୍ରାପଡ଼ା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ଭ୍ରମରବରଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ବଡ଼ ଡ଼ାକ୍ତରଖାନାକୁ ଚିକିତ୍ସା ପାଇଁ ସ୍ଥାନାନ୍ତର କରାଯାଇଛି।

ତେବେ ଧାନ ପାଚି ଆସୁଥିବାରୁ ଧାନ ଖାଇବାକୁ ଆସି ବାରହା ଆକ୍ରମଣ କରିବା ଘଟଣା ପ୍ରତିବର୍ଷ ନଜିର ରହିଛି । ହେଲେ ବନବିଭାଗ ପକ୍ଷରୁ ଏନେଇ କୌଣସି ପଦକ୍ଷେପ ନିଆଯାଉନଥିବାରୁ ସାଧାରଣରେ ଅସନ୍ତୋଷ ଦେଖିବାକୁ ମିଳିଛି।

ବଢୁଛି ବାରହା ଆକ୍ରମଣ, ଚୁପ୍ ବସିଛି ଜଙ୍ଗଲ ବିଭାଗ

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

Intro:10.11.2019
Radhakanta Mohanty,Kendrapada
Slug-od_kpr_01_baraha attack_script_7204459
Anchor-ବାରହା ଆକ୍ରମଣରେ ଜଣେ ଗୁରୁତର,୧ଆହତ।ସୂଚନା ଅନୁସାରେ ମହାକାଳପଡ଼ା ଥାନା ଓରତ ଗାଁର ଭ୍ରମରବର ସେଠୀ ଆଜି ବିଲକୁ ଘାସ ଆଣିବାକୁ ଯାଇଥିବା ବେଳେ ବୁଦା ମଧ୍ୟରୁ ଏକ ବାରହା ତାଙ୍କୁ ଆକ୍ରମଣ କରିଥିଲା।ଏହି ଆକ୍ରମଣରେ ଭ୍ରମରବର ଦୁଇଗୋଡ଼ କ୍ଷତାକ୍ତ ହେବା ସହ ବାମ ହାତ ମଧ୍ୟ କ୍ଷତ ସୃଷ୍ଟି ହୋଇଛି।ଭ୍ରମରବରଙ୍କ ଡାକ ଶୁଣି ସେଠାକୁ ଶୌଚ ହେବାକୁ ଯାଇଥିବା ଗଜେନ୍ଦ୍ର ସେଠୀ ପହଁଚିବାରୁ ବରହା ତାଙ୍କୁ ମଧ୍ୟ ଆକ୍ରମଣ କରିଥିବା ସୂଚନା ମିଳିଛି।ପରେ ଉଭୟଙ୍କୁ କେନ୍ଦ୍ରାପଡ଼ା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ବେଳେ ଭ୍ରମରବରଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ବଡ଼ ଡ଼ାକ୍ତରଖାନାକୁ ଚିକିତ୍ସା ପାଇଁ ପଠାଯାଇଛି।ତେବେ ଧାନ ପାଚି ଆସୁଥିବାରୁ ଲୋକମାନଙ୍କ ଧାନ ଖାଇବାକୁ ଆସି ବାରହାମାନେ ଏଭଳି ଆକ୍ରମଣ କରିବା ପ୍ରତିବର୍ଷର କାର୍ଯ୍ୟ ହୋଇଥିବା ବେଳେ ଜଙ୍ଗଲ ବିଭାଗ ପକ୍ଷରୁ ସେଭଳି କୌଣସି ପଦକ୍ଷେପ ନିଆଯାଉନଥିବାରୁ ସାଧାରଣରେ ଉତ୍ତେଜନା ସୃଷ୍ଟି ହୋଇଛି।Body:2Conclusion:3
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.