ETV Bharat / state

ଇତିହାସରେ ପ୍ରଥମ, ଭକ୍ତଶୂନ୍ୟ ରଥଦାଣ୍ଡରେ ସରିଲା ଶ୍ରୀ ବଳଦେବଜୀଉଙ୍କ ଗୁଣ୍ଡିଚା ବିଧି

କୋରୋନା କଟକଣା ଭିତରେ ଶେଷ ହୋଇଛି କେନ୍ଦ୍ରାପଡ଼ାର ପ୍ରଭୁ ଶ୍ରୀ ବଳଦେବ ଜୀଉଙ୍କ ଶ୍ରୀ ଗୁଣ୍ଡିଚା ବିଧି । ରଥ ଦାଣ୍ଡରେ କେହି ଜଣେ ହେଲେବି ଭକ୍ତଙ୍କୁ ଦେଖିବାକୁ ମିଳି ନଥିଲା। ଏହି ରଥଯାତ୍ରା ଦ୍ଵାରା କେବଳ ସେବାୟତ ନୁହଁନ୍ତି ବରଂ ଶ୍ରଦ୍ଧାଳୁଙ୍କ ଭାବାବେଗ କୁ ମଧ୍ୟ ଆଘାତ ଲାଗିଛି ବୋଲି ମତ ପ୍ରକାଶ ପାଇଛି।

author img

By

Published : Jun 24, 2020, 8:28 AM IST

ଇତିହାସରେ ପ୍ରଥମ, ଭକ୍ତଙ୍କ ବିନା ସରିଲା ଶ୍ରୀ ବଳଦେବଜୀଉଙ୍କ ରଥଯାତ

କେନ୍ଦ୍ରାପଡା: କୋରୋନା କଟକଣା ଭିତରେ ଶେଷ ହୋଇଛି କେନ୍ଦ୍ରାପଡ଼ାର ପ୍ରଭୁ ଶ୍ରୀ ବଳଦେବ ଜୀଉଙ୍କ ଗୁଣ୍ଡିଚା ବିଧି । ମହାମାରୀକୁ ଦୃଷ୍ଟି ରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ଚଳିତ ବର୍ଷ ରଥଯାତ୍ରାକୁ ବନ୍ଦ ରଖିବା ପାଇଁ ନିଷ୍ପତ୍ତି ନିଆଯିବା ପରେ ନୂତନ ନୀତି ନିର୍ଘଣ୍ଟ କରାଯାଇଥିଲା ।

ଚଳିତ ରଥଯାତ୍ରାରେ ମନ୍ଦିର ପ୍ରାଙ୍ଗଣରେ ଶ୍ରୀ ଜୀଉ ମାନଙ୍କର ସମସ୍ତ ନୀତିକାନ୍ତି କରାଯାଇଛି। ମନ୍ଦିର ପ୍ରାଙ୍ଗଣରେ ଥିବା ସ୍ନାନ ମଣ୍ଡପକୁ ବ୍ରହ୍ମ ତାଳଧ୍ୱଜ ରଥ ଏବଂ ଜଗମୋହନକୁ ଗୁଣ୍ଡିଚା ମନ୍ଦିର ଭାବେ ବିବେଚନା କରାଯାଇଛି ।

ତେବେ ନୂତନ ନୀତିକାନ୍ତି ଅନୁଯାୟୀ ମଙ୍ଗଳବାର ଭୋର୍ ୫ ଟାରେ ଜୟ ମଙ୍ଗଳ ଆଳତି କରଯାଇଥିଲା। ସକାଳ ୮ ରୁ ୯ ମଧ୍ୟରେ ନୀତି ସ୍ନାନ ବଲ୍ଳଭ, ପରେ ପରେ ଖେଚୁଡ଼ି ଧୂପ, ସେନା ପଟା ଲାଗି, ମଙ୍ଗଳାର୍ପଣ ଭେଟି ପ୍ରଭୃତି କରାଯାଇଥିଲା।

ଅପରାହ୍ନ ୪ ଟାରେ ଶ୍ରୀ ଜୀଉ ମାନଙ୍କୁ ସ୍ନାନ ମଣ୍ଡପକୁ ପହଣ୍ଡି ବିଜେ କରାଯାଇଥିଲା। ତେବେ ରଥ ପରିବର୍ତ୍ତେ ସ୍ନାନ ମଣ୍ଡପ ରେ ତିନି ଦିଅଁଙ୍କର ସମସ୍ତ ନୀତିକାନ୍ତି କରାଯାଇଥିଲା। ଅନ୍ୟପକ୍ଷରେ ମନ୍ଦିର ଏବଂ ଏହାର ଚତୁଃପାର୍ଶ୍ଵରେ ୧୪୪ ଧାରା ଜାରି କରାଯାଇଥିବାରୁ ଜନଶୂନ୍ୟ ହୋଇ ପଡିଥିଲା ସମଗ୍ର ମନ୍ଦିର ପରିସର।

ରଥ ଦାଣ୍ଡରେ କେହି ଜଣେ ହେଲେବି ଭକ୍ତଙ୍କୁ ଦେଖିବାକୁ ମିଳି ନଥିଲା। ମନ୍ଦିର ସାମନାରେ ଅଟକି ରହିଥିଲା ପ୍ରତିଷ୍ଠା ବିହୀନ ବ୍ରହ୍ମ ତାଳଧ୍ଵଜ ରଥ । ଶ୍ରୀ ବଳଦେବ ଜୀଉଙ୍କ ମନ୍ଦିର ଇତିହାସରେ ଏହା ପ୍ରଥମେ,ଏହିଭଳି ଭକ୍ତଙ୍କ ବିନା ରଥଯାତ୍ରା ଅନୁଷ୍ଠିତ ହୋଇଥିଲା ।

ଏହି ରଥଯାତ୍ରା ଦ୍ଵାରା କେବଳ ସେବାୟତ ନୁହଁନ୍ତି ବରଂ ଶ୍ରଦ୍ଧାଳୁ ଙ୍କ ଭାବାବେଗକୁ ମଧ୍ୟ ଆଘାତ ଲାଗିଛି ବୋଲି ମତ ପ୍ରକାଶ ପାଇଛି। ତେବେ ନଅଦିନ ବ୍ୟାପି ସମସ୍ତ ନୀତିକାନ୍ତି ମନ୍ଦିର ପରିସରରେ କରାଯିବା ପାଇଁ ସ୍ଥିର କରାଯାଇଛି। ସୁରକ୍ଷା ଦୃଷ୍ଟିରୁ ମନ୍ଦିର କୁ ସଂଯୋଗ କରୁଥିବା ସମସ୍ତ ସଡ଼କ ସିଲ୍ କରିଦିଆଯାଇଥିବା ବେଳେ ବ୍ୟାପକ ପୋଲିସ ମୁତୟନ କରାଯାଇଛି।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.