ETV Bharat / state

କାମ ଦେଉଛି ସଚେତନତା, କେନ୍ଦ୍ରାପଡାରେ ବୃଦ୍ଧି ପାଉଛି ହେନ୍ତାଳ ବଣ - କେନ୍ଦ୍ରାପଡାର ଲୁଣା ଜଙ୍ଗଲ

କେନ୍ଦ୍ରାପଡାର ହେନ୍ତାଳ ବଣ । ପ୍ରାକୃତିକ ବିପର୍ଯ୍ୟୟ ବିଶେଷକରି ବାତ୍ୟା ସମୟରେ ଉପକୂଳକୁ ସୁରକ୍ଷା ଯୋଗାଇ ଆସିଛି ଏହି ଲୁଣାଜଙ୍ଗଲ ଅର୍ଥାତ ହେନ୍ତାଳ ବଣ । ଅଧିକ ପଢନ୍ତୁ

mangrove forest in Kendrapara
mangrove forest in Kendrapara
author img

By ETV Bharat Odisha Team

Published : Nov 26, 2023, 10:03 PM IST

ହେନ୍ତାଳବଣ ଓ ଲୁଣା ଜଙ୍ଗଲ ସୃଷ୍ଟି ଉପରେ ବ୍ୟାପକ ଆନ୍ଦୋଳନ

କେନ୍ଦ୍ରାପଡ଼ା: ମହାବାତ୍ୟାର କରାଳ ଗ୍ରାସରୁ କେନ୍ଦ୍ରାପଡାକୁ ରକ୍ଷା କରିଥିଲା ହେନ୍ତାଳ ବଣ । ଯାହାପରେ ବିପର୍ଯ୍ୟୟର ଢାଲ ଭାବେ ପରିଚୟ ପାଇଥିଲା ଏହି ହେନ୍ତାଳ ବଣ ବା ଲୁଣା ଜଙ୍ଗଲ । ବାତ୍ୟାରୁ ରକ୍ଷା ପାଇବା ପାଇଁ ସରକାର ଉପକୂଳବର୍ତ୍ତୀ ଅଞ୍ଚଳରେ ହେନ୍ତାଳ ବଣ ସୃଷ୍ଟି କରିବା ପାଇଁ ପରିକଳ୍ପନା କରିଥିଲେ । ତାହା ଏବେ ବାସ୍ତବ ରୂପ ନେଇଥିବା ଦେଖିବାକୁ ମିଳିଛି । ଓଡିଶାରେ ବୃଦ୍ଧି ପାଇଛି ଲୁଣା ଜଙ୍ଗଲ ।

ତେବେ କେନ୍ଦ୍ରାପଡ଼ା ଉପକୂଳ ଅଞ୍ଚଳରେ ବସବାସ କରୁଥିବା ଲୋକମାନଙ୍କ ମନରୁ ଆଜି ବି ଲିଭିନାହିଁ ୧୯୯୯ ମସିହା ଅକ୍ଟୋବର ୨୯ ତାରିଖର ମହାବାତ୍ୟା । କେନ୍ଦ୍ରାପଡା ଜିଲ୍ଲାରେ ବ୍ୟାପକ ଧନଜୀବନ ହାନି ହେବା ସହ ହଜାର ହଜାର କଚ୍ଚା ଘର ତାର ଅସ୍ତିତ୍ୱ ହରାଇଥିଲା । ଅନ୍ୟପଟେ ଏହି ମହାବାତ୍ୟାର ଗ୍ରାସରୁ କେନ୍ଦ୍ରାପଡାକୁ ସାମାନ୍ୟ ରକ୍ଷା କରିଥିଲା ଲୁଣା ଜଙ୍ଗଲ ।

ଓଡିଶାରେ ୨୫୮.୫୯ ବର୍ଗ କିଲୋମିଟର ଲୁଣା ଜଙ୍ଗଲ ଥିବା ବେଳେ କେବଳ ଭିତରକନିକାରେ ୮୧ ପ୍ରତିଶତ ଲୁଣା ଜଙ୍ଗଲ ରହିଛି । ଓଡିଶାର କେନ୍ଦ୍ରାପଡାକୁ ବାଦ ଦେଲେ ବାଲେଶ୍ୱର, ଭଦ୍ରକ, ଜଗତସିଂହପୁର ଓ ପୁରୀରେ ଲୁଣା ଜଙ୍ଗଲ ରହିଛି । ଭାରତ ସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତନ ବିଭାଗ ପକ୍ଷରୁ ୨୦୨୧ ଫରେଷ୍ଟ ସର୍ଭେ ଅଫ୍ ଇଣ୍ଡିଆ ରିପୋର୍ଟରେ ସାରା ଦେଶରେ ମାତ୍ର ୧୭ ବର୍ଗ କିମି ଲୁଣା ଜଙ୍ଗଲ ବୃଦ୍ଧି ପାଇଥିବା ବେଳେ ସେଥି ମଧ୍ୟରୁ କେବଳ ଓଡିଶାରେ ୮.୩୪ ବର୍ଗକିମି ଲୁଣା ଜଙ୍ଗଲ ବୃଦ୍ଧି ପାଇଛି । ଏହି ସଂଖ୍ୟା ମଧ୍ୟରୁ କେବଳ ଭିତରକନିକାରେ ୭.୭୬ ବର୍ଗ କିଲୋମିଟର ଲୁଣା ଜଙ୍ଗଲ ବୃଦ୍ଧି ପାଇଛି ।

ଏହାମଧ୍ୟ ପଢନ୍ତୁ..କଟକ ହେବ ଗ୍ରୀନ ଜୋନ, ଅଣ୍ଟା ଭିଡ଼ିଲା ସିଏମସି ଓ ବନ ବିଭାଗ

ବ୍ରାହ୍ମଣୀ, ବୈତରଣୀ ଓ ଖରସ୍ରୋତା ଅବବାହିକାରେ ବିସ୍ତୃତ ହୋଇଥିବା ଭାରତର ଦ୍ୱିତୀୟ ବୃହତମ ଲୁଣା ଜଙ୍ଗଲ ଭିତରକନିକା । ଭିତରକନିକାର ଲୁଣାଜଙ୍ଗଲ ପ୍ରାକୃତିକ ବିପର୍ଯ୍ୟୟ ବିଶେଷକରି ବାତ୍ୟା ସମୟରେ ଉପକୂଳକୁ ସୁରକ୍ଷା ଯୋଗାଇ ଆସିଛି । ଲୁଣା ଜଙ୍ଗଲର ପରିସର ବୃଦ୍ଧି ପାଇ ପ୍ରତି ବର୍ଷ ରାଜନଗର ବନବିଭାଗ ପକ୍ଷରୁ ମ୍ୟାନଗ୍ରୁଭ ପ୍ଲାଣ୍ଟେସନ କରାଯାଉଛି । ଭିତରକନିକାରେ ଲୁଣାଜଙ୍ଗଲ ପରିସରବୃଦ୍ଧି ପାଇଁ ଗତ କିଛିବର୍ଷ ହେଲା ବ୍ୟାପକ ମ୍ୟାନଗ୍ରୁଭ ପ୍ଲାଣ୍ଟେସନ କରାଯାଉଥିବା ଦେଖିବାକୁ ମିିଳିଛି ।

ତେବେ ଜୈବବିବିଧତା ଏବଂ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ପାଇଁ ଥିବା ହେନ୍ତାଳ ବଣର ରହିଥାଏ ଅଦ୍ଭୁତ ଶକ୍ତି । ଯେଉଁଥିପାଇଁ ହେନ୍ତାଳ ବଣ କିମ୍ବା ଲୁଣାଜଙ୍ଗଲର ପରିସର ବୃଦ୍ଧି ପାଇଁ କେବଳ ଭାରତ ନୁହେଁ, ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ମଧ୍ୟ ଗୁରୁତ୍ବାରୋପ କରାଯାଉଛି । ବ୍ରାହ୍ମଣୀ, ବୈତରଣୀ ଓ ଖରସ୍ରୋତା ଅବବାହିକାରେ ବିସ୍ତୃତ ହୋଇଥିବା ଭାରତର ଦ୍ୱିତୀୟ ବୃହତ୍ତମ ଲୁଣା ଜଙ୍ଗଲ ଭିତରକନିକା ।

ଲୁଣା ଜଙ୍ଗଲର ପରିସର ବୃଦ୍ଧି ପାଇ ପ୍ରତି ବର୍ଷ ରାଜନଗର ବନବିଭାଗ ପକ୍ଷରୁ ମ୍ୟାନଗ୍ରୁଭ ପ୍ଲାଣ୍ଟେସନ କରାଯାଉଥିବା ଦେଖିବାକୁ ମିଳିଛି । ଅନ୍ୟପଟେ ୧୯୯୯ ପରେ କେନ୍ଦ୍ରାପଡା ଜିଲ୍ଲାର ଉପକୂଳବର୍ତ୍ତୀ ରାଜନଗର ଅଞ୍ଚଳର ଧନ ଜୀବନକୁ ସୁରକ୍ଷା ଦେବା ପାଇଁ ଆଜି ପଯ୍ୟନ୍ତ ନିର୍ମାଣ ହୋଇଛି ୪୭ଟି ବାତ୍ୟା ଆଶ୍ରୟସ୍ଥଳି । କିନ୍ତୁ ରକ୍ଷଣାବେକ୍ଷଣା ଅଭାବରୁ ସେଗୁଡିକ ଜରାଜୀର୍ଣ୍ଣ ହୋଇପଡିଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକେ । ସୁରକ୍ଷା ଦେବା ପାଇଁ ନିର୍ମାଣ ହୋଇଥିବା ଆଶ୍ରୟସ୍ଥଳ ଏବେ ସୁରକ୍ଷା ଖୋଜୁଥିବା ସ୍ଥାନୀୟ ଲୋକେ କହିଛନ୍ତି ।

ଇଟିଭି ଭାରତ, କେନ୍ଦ୍ରାପଡା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.