ETV Bharat / state

ପରଦା ପଛରେ ହେବ ମା' ଜଗତଜନନୀଙ୍କ ପୂଜା

କୋରୋନା ପାଇଁ ଫିକା ପଡ଼ି ଯାଇଛି ଦୀର୍ଘ ୪୦ବର୍ଷରୁ ଉର୍ଦ୍ଧ୍ବ ସମୟ ଧରି କେନ୍ଦ୍ରାପଡ଼ା ଡେରାବିଶ୍ ମଙ୍ଗଳପୁର ହଳଦିଆପାଟଣା ଗାଁରେ ପୂଜା ପାଇ ଆସୁଥିବା ଜଗତଜନନୀ ମା’ ଦୁର୍ଗାଙ୍କ ପୂଜା । ଅଧିକ ପଢନ୍ତୁ...

astami puja start with amid covid-19 restrictions
ପରଦା ପଛରେ ହେବ ମା' ଜଗତଜନନୀଙ୍କ ପୂଜା
author img

By

Published : Oct 24, 2020, 8:30 AM IST

କେନ୍ଦ୍ରାପଡ଼ା: ଭାରତରେ ବର୍ତ୍ତମାନ ଚାଲିଛି ଶାରଦୀୟ ପାର୍ବଣର ଋତୁ । ଗାଁ ଠାରୁ ସହର ଏବେ ଉତ୍ସବ ମୁଖର ହେବା କଥା କିନ୍ତୁ କୋରୋନା କଟକଣା ପାଇଁ ଫିକା ପଡିଛି ଚଳିତବର୍ଷର ପୂଜା । ଦୀର୍ଘ ୪୦ବର୍ଷରୁ ଉର୍ଦ୍ଧ୍ବ ସମୟ ଧରି କେନ୍ଦ୍ରାପଡ଼ା ଡେରାବିଶ୍ ମଙ୍ଗଳପୁର ହଳଦିଆପାଟଣା ଗାଁରେ ପୂଜା ପାଇ ଆସୁଛନ୍ତି ଜଗତଜନନୀ ଦୁର୍ଗାଙ୍କର ମୃଣ୍ମୟୀ ମୂର୍ତ୍ତି ।

ପରଦା ପଛରେ ହେବ ମା' ଜଗତଜନନୀଙ୍କ ପୂଜା

ଲୋକକଥା ଅନୁଯାୟୀ,ଏହି ପୂଜା ମଣ୍ଡପକୁ ଲାଗି ଏକ ବିଲ୍ଵ ବୃକ୍ଷକୁ ଗାଁର ୫ଜଣ ଲୋକ ପୋତିଥିଲେ ଓ ବୃକ୍ଷଟି ବଞ୍ଚିରହିଲେ ଗାଁରେ ଶାରଦୀୟ ପୂଜା କରାଯିବ ବୋଲି ମନସ୍ଥ କରିଥିଲେ । ସେହିଦିନ ଠାରୁ ଆଜକୁ ୪୦ବର୍ଷ ହେବ କୌଣସି ପ୍ରକାର ପ୍ରାକୃତିକ ଦୁର୍ବିପାକ ଏହି ବୃକ୍ଷର କୌଣସି ଅସୁବିଧା କରି ପାରିନାହିଁ । ପ୍ରତ୍ୟେକ ବର୍ଷ ଦୁର୍ଗାପୂଜା ଏଠାରେ ଖୁବ ଧୁମଧାମରେ ପାଳନ କରାଯାଉଥିବା ବେଳେ ଚଳିତ ବର୍ଷ କୋରୋନା ମହାମାରୀ ଜନିତ କଟକଣା ପାଇଁ ନିରାଡ଼ମ୍ବର ଭାବେ ପୂଜା ପାଉଛନ୍ତି ମା'ଦଶଭୁଜା ।

ପ୍ରତ୍ୟେକ ବର୍ଷ ଏଠାରେ ସ୍ଥାନୀୟ ଯୁବକ ମାନଙ୍କ ଦ୍ଵାରା କରାଯାଉଥିବା ଅପେରା ଚଳିତବର୍ଷ ବନ୍ଦ ହୋଇଥିବାରୁ ସମସ୍ତଙ୍କ ମନରେ ଦୁଃଖ । ମା' ମହିଷାମର୍ଦ୍ଦିନୀ କୋରୋନା ରୂପକ ମହାମାରୀକୁ ବିଶ୍ବରୁ ଶେଷ କରି ଲୋକ ମାନଙ୍କର ଜୀବନଯାପନ ପୂର୍ବପରି ଫେରାଇ ଆଣିବାକୁ ମା'ଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ପୂଜା କମିଟି ସଦସ୍ୟ ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.