କେନ୍ଦ୍ରାପଡ଼ା: ଏକ ଘରୋଇ ଟିଭି ଚ୍ୟାନେଲର ରିଆଲିଟି ଶୋ' "ଦାଦାଗିରି"ର ଉପସ୍ଥାପକରୁ ବାଦ୍ ପଡିବା ପରେ ଦ୍ଵିତୀୟ ଥର ପାଇଁ ମୁହଁ ଖୋଲିଛନ୍ତି ଓଲିଉଡ ଷ୍ଟାର ଅନୁଭବ ମହାନ୍ତି । ସେ ନିଜ ଫ୍ୟାନମାନଙ୍କ ପାଇଁ ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରିଛନ୍ତି ଅନୁଭବ ।
ଓଲିଉଡ ଅଭିନେତା ଅନୁଭବ ମହାନ୍ତି । ନିଜ ଅଫିସିଆଲ ସୋସିଆଲ ସାଇଟ ଇନ୍ଷ୍ଟାଗ୍ରାମରେ ଅନୁଭବ ନିଜ ଫ୍ୟାନମାନଙ୍କୁ କହିଛନ୍ତି ଯେ, "ଫ୍ୟାନ୍ସ ମାନଙ୍କ ପାଇଁ ଏହି ଭିଡିଓ । ମୁଁ ଜାଣିଛି, ଆପଣଙ୍କୁ ମାନଙ୍କୁ ଗୋଟିଏ କଥା ବହୁତ ଦୁଃଖ ଦେଇଛି । କିନ୍ତୁ ଏତିକି କହିବି, ଭଗବାନ ଯାହା ବି କରନ୍ତି କିଛି ଭଲ ଚିନ୍ତା କରି ହିଁ କରିଥାଆନ୍ତି । ଏଥିପାଇଁ ଜମା ବ୍ୟସ୍ତ ହେବେନି ଜମା ଧୈର୍ଯ୍ୟହରା ହେବେନି । ଆଗକୁ କିଛି ବହୁତ ଭଲ ହିଁ ଶୁଣିବାକୁ ପାଇବେ । ଏତିକି କହିବି ଏହି ଭାଇ ଆପଣମାନଙ୍କ ଥିଲା ଆପଣମାନଙ୍କର ରହିବ ।"
ଏହି ୪୦ ସେକେଣ୍ଡ ଭିଡିଓରେ ନିଜର ରାଜନୈତିକ ଜୀବନ, ବ୍ୟକ୍ତିଗତ ଜୀବନରେ ଦେଖାଦେଇଥିବା ବିବାଦ ଆଡ଼କୁ ଇଶାରା କରିଛନ୍ତି । ଚଳିତବର୍ଷ ପ୍ରାରମ୍ଭରେ ପ୍ରଥମକରି ଏକ ରିଅଲିଟି ଶୋ'ରେ ଉପସ୍ଥାପକ ଦାୟିତ୍ୱ ତୁଲାଉଥିଲେ । ତେବେ ଅଚାନକ ତାଙ୍କ ସ୍ଥାନରେ ଭେଟେରାନ ଓଡ଼ିଆ ଅଭିନେତା ସିଦ୍ଧାନ୍ତ ମହାପାତ୍ରଙ୍କୁ ଉପସ୍ଥାପକ ଦାୟିତ୍ବ ଦିଆଯାଇଛି । ସେପଟେ ଅନୁଭବଙ୍କ ଗ୍ରହ ଖରାପ ରହିଛି ବୋଲି ରାଜନୈତିକ ବିଶ୍ଲେଷକ ମାନେ କହିଛନ୍ତି ।
କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ