ETV Bharat / state

କୋରୋନା ନେଇ ବଳଦେବଜୀଉ ମନ୍ଦିର ଟ୍ରଷ୍ଟ ବୋର୍ଡର ଜରୁରୀ ବୈଠକ

author img

By

Published : Mar 16, 2020, 9:49 PM IST

କୋରୋନା ନେଇ ବଳଦେବଜୀଉ ମନ୍ଦିର ଟ୍ରଷ୍ଟ ବୋର୍ଡର ଜରୁରୀ ବୈଠକ । ବୈଠକରେ ଠାକୁର ଦର୍ଶନ ପାଇଁ ଆସୁଥିବା ଶ୍ରଦ୍ଧାଳୁ ମାନଙ୍କ ପାଇଁ ଜାରି ହେଲା ଜରୁରୀ କଟକଣା । ଅଧିକ ପଢନ୍ତୁ...

An urgent meeting of the Baldevjiu Temple Trust Board regarding Corona
କୋରୋନା ନେଇ ବଳଦେବଜୀଉ ମନ୍ଦିର ଟ୍ରଷ୍ଟ ବୋର୍ଡର ଜରୁରୀ ବୈଠକ

କେନ୍ଦ୍ରାପଡା: ଜିଲ୍ଲାର ଆରାଧ୍ୟ ଦେବତା ପ୍ରଭୁ ଶ୍ରୀ ବଳଦେବଜୀଉ ମନ୍ଦିର ଟ୍ରଷ୍ଟ ବୋର୍ଡ ପକ୍ଷରୁ କୋରୋନା ସମ୍ପର୍କିତ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଠାକୁର ଦର୍ଶନ ପାଇଁ ଆସୁଥିବା ଶ୍ରଦ୍ଧାଳୁ ମାନଙ୍କ ପାଇଁ ଜରୁରୀ କଟକଣା ଜାରି କରାଯାଇଛି ।

ମନ୍ଦିରକୁ ଆସୁଥିବା ଭକ୍ତମାନେ କେବଳ ଜଗମୋହନ ପର୍ଯ୍ୟନ୍ତ ଯାଇପାରିବେ । କିନ୍ତୁ ମଝି ଦେଉଳ ଏବଂ ଗର୍ଭଗୃହକୁ କୌଣସି ଶ୍ରଦ୍ଧାଳୁ ପ୍ରବେଶ କରିପାରିବେ ନାହିଁ ବୋଲି ଏକ ନିର୍ଦ୍ଦେଶନାମା ଜାରି କରାଯାଇଛି । ସେହିପରି ଶ୍ରଦ୍ଧାଳୁ ମାନେ ଅରୁଣ ସ୍ତମ୍ଭ ଓ ଗରୁଡ଼ ସ୍ତମ୍ଭ ସ୍ପର୍ଶ କରିପାରିବେ ନାହିଁ । ମନ୍ଦିର ପ୍ରବେଶ ପୂର୍ବରୁ ଶ୍ରଦ୍ଧାଳୁ ମାନଙ୍କୁ ମନ୍ଦିର ପ୍ରଶାସନ ପକ୍ଷରୁ ହ୍ୟାଣ୍ଡୱାସ୍ ଯୋଗାଇ ଦିଆଯିବ । ଏଥିସହିତ ସେବାୟତ ମାନେ ମାସ୍କ କିମ୍ବା ନିଜର ଗାମୁଛା ମୁହଁରେ ବାନ୍ଧିବା ପାଇଁ ବୈଠକରେ ନିଷ୍ପତ୍ତି ହୋଇଛି ।

ସେହିପରି ମାର୍ଚ୍ଚ 31 ତାରିଖ ପର୍ଯ୍ୟନ୍ତ ମନ୍ଦିରରେ କୌଣସି ବିବାହ କିମ୍ବା ବ୍ରତଘର ଅନୁଷ୍ଠିତ ହେବ ନାହିଁ । ସାମ୍ପ୍ରତିକ ପରିସ୍ଥିତିକୁ ଦୃଷ୍ଟିରେ ରଖି ଶ୍ରଦ୍ଧାଳୁ ମାନେ ଅଧିକ ସଂଖ୍ୟକ ମନ୍ଦିରକୁ ନ ଆସିବା ପାଇଁ ଉପଜିଲ୍ଲାପାଳ ଜ୍ୟୋତି ଶଙ୍କର ମହାପାତ୍ର ନିବେଦନ କରିଛନ୍ତି ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.