ETV Bharat / state

ବନ୍ୟାରେ ଭାସିଗଲା ଘର, ଖୋଲା ଆକାଶ ତଳେ ପରିବାର - Kendrapara flood area

କେନ୍ଦ୍ରାପଡାବାସୀଙ୍କ ଦୁଃଖ ବଢାଇଥିଲା ବିରୂପା ନଦୀ । କେନ୍ଦ୍ରାପଡ଼ା ଡେରାବିଶ ବେଣୀପୁର ଠାରେ ବିରୂପା ନଦୀରେ ଘାଇ ସୃଷ୍ଟି ହୋଇ ପ୍ରାୟ 25ଶହରୁ ଉର୍ଦ୍ଧ୍ବ ଲୋକଙ୍କୁ ଜଳବନ୍ଦୀ କରିଥିଲା । ଏବେ

Kendrapara flood area
କେନ୍ଦ୍ରାପଡାବାସୀଙ୍କ ଦୁଃଖ ବଢାଇଥିଲା ବିରୂପା ନଦୀ
author img

By

Published : Sep 7, 2020, 7:12 PM IST

Updated : Sep 7, 2020, 10:19 PM IST

କେନ୍ଦ୍ରାପଡା: ଖୋଲା ଆକାଶ ତଳେ ବନ୍ୟା ପୀଡିତ ପରିବାର। ବନ୍ୟାକୁ 10 ଦିନ ବିତି ଯାଇଥିଲେ ମଧ୍ୟ ପାଣି ଛାଡିବା ପରେ ଆଶଙ୍କାରେ ପରିବାର। ଗତକିଛି ଦିନ ତଳେ ସାରା ରାଜ୍ୟରେ ଦେଖିବାକୁ ମିଳିଥିଲା ବନ୍ୟା ବିତ୍ପାତର କରୁଣ ଦୃଶ୍ୟ। କେନ୍ଦ୍ରାପଡ଼ା ଡେରାବିଶ ବେଣୀପୁର ଠାରେ ବିରୂପା ନଦୀରେ ଘାଇ ସୃଷ୍ଟି ହୋଇ ପ୍ରାୟ 25ଶହରୁ ଉର୍ଦ୍ଧ୍ବ ଲୋକଙ୍କୁ ଜଳବନ୍ଦୀ କରିଥିଲା ।

କେନ୍ଦ୍ରାପଡାବାସୀଙ୍କ ଦୁଃଖ ବଢାଇଥିଲା ବିରୂପା ନଦୀ

ଆଉ ହଠାତ ବନ୍ୟାପାଣି ଗାଁ ଭିତରକୁ ମାଡ଼ି ଆସିବାରୁ, ଜୀବନ ବିକଳରେ ସବୁକିଛି ଛାଡି ଘରର ଛାତ ଉପରେ ଆଶ୍ରା ନେଇଥିଲେ ବି କେବଳ ପିନ୍ଧା ଲୁଗାକୁ ଛାଡି ବନ୍ୟାପାଣିରେ ଧୋଇ ହୋଇଗଲା ଧାନଚାଉଳ ସହ ଅନ୍ୟ ଆସବାବପତ୍ର ।

ବନ୍ୟା ଛାଡି ଯାଇଥିବା ବେଳେ ପୁଣି ଅଣ୍ଟା ସଳଖି ଛିଡା ହେବାକୁ ସଂର୍ଘଷ କରୁଛନ୍ତି ବନ୍ୟା ବିପନ୍ନ । ବନ୍ୟାରେ ଘରର ଛାତ ଉପରେ ଆଶ୍ରା ନେଇ ନିଜ ଜୀବନ ବଞ୍ଚିଯାଇଥିବା ବେଳେ, ଜୀବିକା ନିର୍ବାହ କରିବା ଅସମ୍ଭବ ହୋଇପଡିଛି ବେଣୀପୁର ବନ୍ୟାଞ୍ଚଳବାସୀଙ୍କ ପାଇଁ। ଅନ୍ୟପଟେ ସରକାରୀ ସ୍ତରରେ କ୍ଷୟକ୍ଷତି ଆକଳନ କରାଯିବା ସହ କ୍ଷତିଗ୍ରସ୍ତଙ୍କୁ ଖୁବଶୀଘ୍ର ସହାୟତା ରାଶି ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି ଅତିରିକ୍ତ ତହସିଲଦାର। ସରକାରୀ ଭାବେ ଏମାନଙ୍କୁ ସାହାଯ୍ୟ ସହଯୋଗ କରାଯିବା ପାଇଁ ଉଦ୍ୟମ ଜାରି ରହିଛି।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି,ଇଟିଭି ଭାରତ

Last Updated : Sep 7, 2020, 10:19 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.