ETV Bharat / state

ଭାଇରାଲ୍ ଭିଡିଓ ପରେ ଅନୁଭବଙ୍କ ଟ୍ୱିଟ, ଆଉ କେବେ ବି ସମ୍ଭବ ନୁହେଁ ପୁନଃମିଳନ - ଅନୁଭବ ମହାନ୍ତି

ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାର ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତି । ଗତକାଲି (ଶୁକ୍ରବାର) ଭିଡିଓରେ ବଖାଣିଥିଲେ କ୍ଷୋଭ ଓ ଅଭିମାନ ଭରା ଅନୁଭୂତି । ଆଜି (ଶୁକ୍ରବାର) ଆଉ ଏକ ଟ୍ବିଟ ତାଙ୍କ ସହ ବର୍ଷାଙ୍କ ସମ୍ପର୍କକୁ ଚର୍ଚ୍ଚାକୁ ଆଣିଛି । ଅଧିକ ପଢନ୍ତୁ

ୟୁଟ୍ୟୁବ ପରେ ଅନୁଭବଙ୍କ ସୋସିଆଲ ମିଡିଆରେ ଟ୍ୱିଟ

author img

By

Published : May 20, 2022, 12:31 PM IST

Updated : May 20, 2022, 2:53 PM IST

କେନ୍ଦ୍ରାପଡା: ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାର ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତି । ଗତକାଲି (ଶୁକ୍ରବାର) ଭିଡିଓରେ ବଖାଣିଥିଲେ କ୍ଷୋଭ ଓ ଅଭିମାନ ଭରା ଅନୁଭୂତି । ଆଜି (ଶୁକ୍ରବାର) ଆଉ ଏକ ଟ୍ବିଟ ତାଙ୍କ ସହ ବର୍ଷାଙ୍କ ସମ୍ପର୍କକୁ ଚର୍ଚ୍ଚାକୁ ଆଣିଛି । ଟ୍ବିଟ କରି ଅନୁଭବ କହିଛନ୍ତି ଏ ଜନ୍ମରେ କଦାପି ଏକାଠି ହୋଇପାରିବେନାହିଁ , ପୁନର୍ବାର ମିଳନ ନେଇ ଅନୁରୋଧ ନକରିବାକୁ ଫ୍ୟାନଙ୍କୁ ନିବେଦନ କରିଛନ୍ତି ଅନୁଭବ ।

  • For everyone who are repeatedly advising me to reunite with her, I must clarify very clearly, NO.. NEVER.. NEVER EVER.. !
    NEITHER IN THIS BIRTH NOR IN ANY OF MY FUTURE BIRTHS (if any).
    No offence please🙏🏻

    — Anubhav Mohanty (@AnubhavMohanty_) May 19, 2022 " class="align-text-top noRightClick twitterSection" data=" ">

ଗତକାଲି (ଗୁରୁବାର) ଆଖିରେ ଆଖିଏ ଲୁହ ଓ ଛାତିରେ କୋହ ଭରି ସୋସିଆଲ ମିଡିଆରେ ଭିଡିଓରେ ଏକ ଭିଡିଓ ସେୟାର କରିଥିଲେ । ପ୍ରେମ କରି ତାଙ୍କ ଜୀବନ ଆଉ ପରିବାରର ଭବିଷ୍ୟତ ଅନ୍ଧକାର ହୋଇଗଲା ବୋଲି କହିବା ସହ ପ୍ରେମ କରି ଭୁଲ କରିଥିବା କହିଥିଲେ ଅନୁଭବ । ୨୦୦୮ ମସିହାରୁ ତାଙ୍କର ପ୍ରେମ ସମ୍ପର୍କ ଗଢିଉଠିବା ଠାରୁ ଆଜିଯାଏ ସେ କେଉଁଭଳି ମାନସିକ ନିର୍ଯାତନାର ଶିକାର ହୋଇଛନ୍ତି ତାହା ମଧ୍ୟ କହିଥିଲେ ।

ଏହା ବି ପଢନ୍ତୁ... ବିଳମ୍ବିତ ରାତିରେ ସାଂସଦ ଅନୁଭବଙ୍କ ୟୁଟ୍ୟୁବ ଭିଡିଓ, କହିଲେ-ନ୍ୟାୟ ଅପେକ୍ଷାଠୁ ଭଲ ମୃତ୍ୟୁକୁ ଆପଣାଇନେବା

ଆଉ ଏକ ସମ୍ପର୍କ ଯୋଡି ହେବାର ପ୍ରଶ୍ନ ଉଠୁନାହିଁ । ଏ ଜନ୍ମ କଣ ଆଗ ସାତ ଜନ୍ମ ଯାଏଁ ମିଳନ ହୋଇପାରିବ ନାହି । ପୁନଃମିଳନ ନେଇ ଅନୁରୋଧ ନକରିବାକୁ ଫ୍ୟାନଙ୍କୁ ଟ୍ବିଟ କରି ନିବେଦନ କରିଛନ୍ତି ଅନୁଭବ । ବର୍ଷାଙ୍କ ସହ ସମ୍ପର୍କ ତାଙ୍କୁ ଏତେ କଷ୍ଟ ଦେଇଛି ଯେ ତାହାକୁ ସେ ଆଉ ସହି ପାରୁନାହାନ୍ତି । ସତରେ କଣ ଏ ଯୋଡି ଭାଙ୍ଗିଯିବ ଆଉ କେବେ ଏମାନେ ଏକାଠି ହେବେନାହିଁ ଏ ଭଳି ଅନେକ ପ୍ରଶ୍ନ ଉଙ୍କି ମାରିଛି ଫ୍ୟାନ୍ସଙ୍କ ମନରେ ।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି,ଇଟିଭି ଭାରତ

Last Updated : May 20, 2022, 2:53 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.