ETV Bharat / state

ଭବିଷ୍ୟତ ଚିନ୍ତାରେ ବାତ୍ୟା ବିପନ୍ନ - ବାତ୍ୟା ବିପନ୍ନ

ସାମୁଦ୍ରିକ ବାତ୍ୟା ଫନିକୁ 15 ଦିନ ପୁରିଲାଣି ହେଲେ ବିପନ୍ନଙ୍କ ମୁହଁରେ ଫେରିନି ହସ। ବାତ୍ୟା ପରେ ରିଲିଫ ଓ ରନ୍ଧାଖାଦ୍ୟ ଦିଆଯାଇଥିଲା । ହେଲେ ଏଯାଏଁ କ୍ଷୟକ୍ଷତି ଆକଳନ ପାଇଁ କୌଣସି ସରକାରୀ ବାବୁଙ୍କ ଦେଖାନାହିଁ। ଫଳରେ ବାସହରା ଓ କ୍ଷତିଗ୍ରସ୍ତ ଚାଷୀଙ୍କୁ ଘାରିଛି ଭବିଷ୍ୟତ ଚିନ୍ତା।

ଫଟୋ ସୌଜନ୍ୟ:ସମ୍ବାଦଦାତା, କେନ୍ଦ୍ରାପଡା
author img

By

Published : May 17, 2019, 11:32 PM IST

କେନ୍ଦ୍ରାପଡା: ବତ୍ୟା ଫନି କେନ୍ଦ୍ରାପଡାର 9ଟି ବ୍ଲକ ଓ 2 ପୌର ପାଳିକାରେ ତାଣ୍ଡବ ରଚିଥିଲା । ଅଣଚାଷ ପବନରେ ଛାରଖାର ହୋଇଯାଇଛି ଘରଦ୍ବାର । ମାଟିରେ ମିଶିଛି ସୁନାର ଫସଲ। ବାତ୍ୟାକୁ 15 ଦିନ ପୁରିଲାଣି ହେଲେ ବିପନ୍ନଙ୍କ ମୁହଁରେ ଫେରିନି ହସ । ବାତ୍ୟା ପରେ ରିଲିଫ ଓ ରନ୍ଧାଖାଦ୍ୟ ଦିଆଯାଇଥିଲା । ହେଲେ ଏଯାଏଁ କ୍ଷୟକ୍ଷତି ଆକଳନ ପାଇଁ କୌଣସି ସରକାରୀ ବାବୁଙ୍କ ଦେଖାନାହିଁ। ସେପଟେ ପୁନରୁଦ୍ଧାର କାର୍ଯ୍ୟ ମଧ୍ୟ ଧୀମା ଗତିରେ ଚାଲୁଛି। ଫଳରେ ବାସହରା ଓ କ୍ଷତିଗ୍ରସ୍ତ ଚାଷୀଙ୍କୁ ଘାରିଛି ଭବିଷ୍ୟତ ଚିନ୍ତା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କେନ୍ଦ୍ରାପଡା

ରବି ଫସଲ ପାଇଁ ଋଣ କରିଥିବା ଚାଷୀକୂଳ ଏବେ ମୁଣ୍ଡରେ ହାତ ଦେଇ ବସିଛି । ଆଉ ଏଭଳି ସ୍ଥିତିରେ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ସମସ୍ୟା ଦେଖାଯାଇ ଥିବାବେଳେ, ରାଜସ୍ୱ ନିରୀକ୍ଷିକ (ଆରଆଇ) କ୍ବଚିତ ସ୍ଥାନ ଗସ୍ତକରି ନିଜ ମନଇଚ୍ଛା ରିପୋର୍ଟ ଦେଉଥିବା ଅଭିଯୋଗ ହୋଇଛି । ଯାହାଦ୍ବାରା ଯୋଗ୍ୟ ହିତାଧିକାରୀ ସହାୟତା ପାଇବାରୁ ବଞ୍ଚିତ ହେଉଛନ୍ତି ।

ବାତ୍ୟା ବିପନ୍ନଙ୍କ ସମସ୍ୟା ବୁଝିବା ପାଇଁ ପ୍ରଶାସନ ପକ୍ଷରୁ କୌଣସି ଉଦ୍ୟମ କରା ନଯିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟାନ୍ବିତ କରିଛି । 'ଫନି' ମାଡରେ କ୍ଷତିଗ୍ରସ୍ତଙ୍କ ଅଣ୍ଟା ଭାଙ୍ଗିଯାଇଛି । ଏବେ ଅପେକ୍ଷା କେବେ ମିଳିବ ସରକାରୀ ସହାୟତା, ବିପନ୍ନଙ୍କ ମୁଁହରେ ଫେରିବ ହସ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତିଙ୍କ ରିପୋର୍ଟ, ଇଟିଭି ଭାରତ

Intro:Body:

fhjfh

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.