କେନ୍ଦ୍ରାପଡା: ରାଜନଗର ଥାନା ଗୋପାଳପୁରଠାରେ ଟ୍ରକ ଓ ବାଇକ୍ ମୁହାଁମୁହିଁ ଧକ୍କା । ଦୁର୍ଘଟଣାରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି । ପୋଲିସ ଟ୍ରକକୁ ଜବତ କରିବା ସହ ତଦନ୍ତ ଜାରି ରଖିଛି ।
ରାଜନଗର ଓସ୍ତିଆ ଗାଁର ନିଗମାନନ୍ଦ ସାହୁ ନିଜ ଝିଆରି ପୂର୍ଣ୍ଣିମାର ଦେହ ଅସୁସ୍ଥ ଥିବାରୁ ତାଙ୍କୁ ବାଇକରେ ରାଜନଗର ସ୍ବାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ନେଇଥିଲେ । ଡାକ୍ତରଖାନାରୁ ଘରକୁ ଫେରିବା ବାଟରେ ଗୋପାଳପୁର ଛକ ନିକଟରେ ଏକ ସିମେଣ୍ଟ ବୋଝେଇ ଟ୍ରକ ସହ ମୁହାଁମୁହିଁ ଧକ୍କା ହୋଇଥିଲା । ଦୁର୍ଘଟଣା ଘଟିବା ସ୍ଥଳରେ ସେମାନଙ୍କ ମୁଣ୍ଡ ତଳେ ମାଡ ହୋଇ ପ୍ରବଳ ରକ୍ତସ୍ରାବ ହୋଇଥିବା ବେଳେ ସେମାନଙ୍କୁ ରାଜନଗର ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ମାତ୍ର ଡାକ୍ତର ଦୁଇ ଜଣଙ୍କକୁ ମୃତ ଘୋଷଣା କରିଥିଲେ ।
ଦୁର୍ଘଟଣାରେ ଓସ୍ତିଆ ଗ୍ରାମ ସମେତ ଆଖପାଖ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ଘଟଣା ସ୍ଥଳରେ ପୋଲିସ ପହଁଞ୍ଚି ଟ୍ରକକୁ ଜବତ କରିବା ସହ ଡ୍ରାଇଭରକୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି ।
କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି,ଇଟିଭି ଭାରତ