ETV Bharat / state

ଓଡ଼ିଆ ନବବର୍ଷରେ ଦରିଆ ରାମଚଣ୍ଡୀ ପୀଠରେ ୧୪୪ ଧାରା

ମହାବିଷୁବ ସଙ୍କ୍ରାନ୍ତିରେ ମହାକାଳପଡାର ପ୍ରସିଦ୍ଧ ଶକ୍ତିପୀଠ ମା' ଦରିଆ ରାମଚଣ୍ଡୀଙ୍କ ପୀଠରେ ୧୪୪ ଧାରା ଲାଗୁ କରାଯାଇଛି । ଅଧିକ ପଢନ୍ତୁ...

author img

By

Published : Apr 14, 2021, 7:52 PM IST

ଓଡ଼ିଆ ନବବର୍ଷରେ ଦରିଆ ରାମଚଣ୍ଡୀଙ୍କ ପୀଠରେ ୧୪୪ ଧାରା ଲାଗୁ

କେନ୍ଦ୍ରାପଡ଼ା: ମହାବିଷୁବ ସଙ୍କ୍ରାନ୍ତିରେ ମହାକାଳପଡାର ପ୍ରସିଦ୍ଧ ଶକ୍ତିପୀଠ ମା' ଦରିଆ ରାମଚଣ୍ଡୀଙ୍କ ପୀଠରେ ୧୪୪ ଧାରା ଲାଗୁ କରାଯାଇଛି । ମହାମାରୀ କୋରୋନାର ଦ୍ଵିତୀୟ ଲହରକୁ ଦୃଷ୍ଟିରେ ରଖି ଭିଡକୁ ଏଡ଼ାଇବା ପାଇଁ କେନ୍ଦ୍ରାପଡା ଜିଲ୍ଲା ପ୍ରଶାସନ ପକ୍ଷରୁ ମନ୍ଦିର ପରିସରରେ ୧୪ ଏବଂ ୧୫ ତାରିଖ ଦୁଇଦିନ ପାଇଁ ୧୪୪ ଧାରା ଲାଗୁ କରାଯାଇଛି । ମା' ଦରିଆ ରାମଚଣ୍ଡୀ ପୀଠରେ କାହିଁ କେଉଁକାଳରୁ ମହାବିଷୁବ ସଙ୍କ୍ରାନ୍ତିରେ ଝାମୁ ଯାତ୍ରା ଅନୁଷ୍ଠିତ ହୋଇଥାଏ ।

ଝାମୁ ଯାତ୍ରା ଦେଖିବା ପାଇଁ କେନ୍ଦ୍ରାପଡା ଜିଲ୍ଲା ବ୍ୟତିତ କଟକ, ଯାଜପୁର, ଜଗତସିଂହପୁର ଏବଂ ସବୁଠାରୁ ଅଧିକ ଲୋକ ମେଦିନୀପୁର ଏବଂ ପଶ୍ଚିମବଙ୍ଗରୁ ଆସିଥାନ୍ତି । ମା' ଦରିଆ ରାମଚଣ୍ଡୀ ପୀଠରେ ହେଉଥିବା ଝାମୁଯାତ୍ରାକୁ ଦେଖିବା ପାଇଁ ୫୦ରୁ ୬୦ ହଜାର ଭକ୍ତଙ୍କ ସମାଗମ ହେବା ସହିତ ଶହଶହ ସଂଖ୍ୟାର ଉଠାଦୋକାନ ପଡିଥାଏ ।

ଏହାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶକ୍ରମେ ମା' ଦରିଆ ରାମଚଣ୍ଡୀ ପୀଠ ଅଞ୍ଚଳରେ କଟକଣା ଜାରି କରାଯାଇଛି । ଯେଉଁଥିପାଇଁ ମା'ଙ୍କ ପୀଠ ସମ୍ପୂର୍ଣ୍ଣ ଖାଁ ଖାଁ ଲାଗୁଥିଲା । ମାଆ ଦରିଆ ରାମଚଣ୍ଡୀଙ୍କ ତିନୋଟି ପ୍ରବେଶ ପଥକୁ ସମ୍ପୁର୍ଣ୍ଣ ବନ୍ଦ କରାଯାଇଛି । କାଁ ଭାଁ ଜଣେ ଅଧେ ଶ୍ରଦ୍ଧାଳୁ ମାଆଙ୍କ ଦର୍ଶନ ପାଇଁ ଆସିଲେ ଗେଟ ବାହାରୁ ମୁଣ୍ଡିଆ ମାରି ଯାଉଥିବାର ଦେଖିବାକୁ ମିଳିଥିଲା । ଝାମୁଯାତ୍ରା ବନ୍ଦ କରାଯାଇଛି କିନ୍ତୁ ରୀତିନୀତି ଅନୁଯାୟୀ ମା' ଦରିଆ ରାମଚଣ୍ଡୀ ପୂଜାର୍ଚ୍ଚନା ଚାଲୁ ରହିଛି ।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.