ETV Bharat / state

୬ ବର୍ଷ ପରେ ହଜିଲା ପୁଅକୁ ଫେରିପାଇଲେ ପରିବାର ଲୋକେ - ଦାଦନ ଖଟିବାକୁ ରାଜ୍ୟ ବାହାରକୁ ଯାଇ ହଜି ଯାଇଥିଲେ

ଦାଦନ ଖଟିବାକୁ ରାଜ୍ୟ ବାହାରକୁ ଯାଇ ହଜି ଯାଇଥିଲେ । ଦୀର୍ଘ 6 ବର୍ଷରେ ପରିବାର ପାଖରେ ପହଞ୍ଚିଛନ୍ତି । ହଜିଲା ପୁଅକୁ ଫେରିପାଇ ପରିବାରରେ ଖୁସିର ଲହରୀ ଖେଳିଯାଇଛି । ଅଧିକ ପଢ଼ନ୍ତୁ

young boy reached home after 6 years in kandhamal
୬ ବର୍ଷ ପରେ ହଜିଲା ପୁଅକୁ ଫେରିପାଇଲେ ପରିବାର ଲୋକେ
author img

By

Published : Nov 13, 2022, 12:14 PM IST

ଫୁଲବାଣୀ: ୬ ବର୍ଷ ପରେ ହଜିଲା ପୁଅକୁ ଫେରିପାଇଲେ ପରିବାର ଲୋକେ । ଦୀର୍ଘ ବର୍ଷ ପରେ ନିଜ ପୁଅକୁ ପାଖରେ ପାଇ ପରିବାର ବର୍ଗ ବିଭୋର ହୋଇପଡ଼ିଛନ୍ତି। ଗାଁରେ ଖେଳିଯାଇଛି ଖୁସିର ଲହରୀ । କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକ ଅନ୍ତର୍ଗତ ରୁତୁଙ୍ଗିଆ ଗ୍ରାମ ପଞ୍ଚାୟତର ଓହାକିଆ ଗ୍ରାମର ଗୋବିନ୍ଦ ମଲ୍ଲିକ ନାମକ ଜଣେ ନାବାଳକ 2016ରୁ କେଉଁ ଆଡ଼େ ଚାଲିଯାଇ ଘରକୁ ଫେରି ନଥିଲେ ।

୬ ବର୍ଷ ପରେ ହଜିଲା ପୁଅକୁ ଫେରିପାଇଲେ ପରିବାର ଲୋକେ

ଗୋବିନ୍ଦ କିଛି ଲୋକଙ୍କ ପ୍ରଲୋଭନରେ ପଡ଼ି ଦାଦନ ଖଟିବାକୁ ବାହାର ରାଜ୍ୟକୁ ଚାଲି ଯାଇଥିଲେ । ହେଲେ ସେଠାରେ ସମ୍ପୃକ୍ତ ବ୍ୟକ୍ତି ମାନେ ଗୋବିନ୍ଦକୁ ଛାଡ଼ିଦେଇ କୁଆଡେ ଚାଲିଯାଇଥିଲେ । ଫଳରେ ଗୋବିନ୍ଦ ଆଉ ଘରକୁ ଫେରିନପାରି ବାଟବଣା ହୋଇଯାଇଥିଲେ । ପରିବାର ଲୋକେ ମଧ୍ୟ ଗୋବିନ୍ଦର କୌଣସି ସନ୍ଧାନ ପାଇନଥିଲେ । ଗୋବିନ୍ଦ ରାଜ୍ୟ ବାହାରେ ଜଣେ ଓଡ଼ିଆ ଯୁବକଙ୍କ ସହିତ ସାଙ୍ଗ ହୋଇଥିଲେ । ଉକ୍ତ ସାଙ୍ଗ ସହ କିଛି ଦିନ ପୂର୍ବେ ସେ କଳାହାଣ୍ଡି-ରାୟଗଡ଼ା ସୀମାନ୍ତ ଲାଞ୍ଜିଗଡ଼ ଅଞ୍ଚଳ ଆସି ରହୁଥିଲେ । ଅନ୍ୟପଟେ ଘଟଣା ସମ୍ପର୍କରେ ସୂଚନା ପାଇ ବାଲିଗୁଡ଼ା ଅଞ୍ଚଳର ଯୁବ ସମାଜସେବୀ ଅରୁଣ ନାୟକ ଗୋବିନ୍ଦଙ୍କୁ ଖୋଜିବାରେ ମୁଖ୍ୟ କର୍ଣ୍ଣଧାର ସାଜିଥିଲେ । ଆଖପାଖ ଅଞ୍ଚଳରେ ଗୋବିନ୍ଦର ସନ୍ଧାନ ଜାରି ରଖିଥିଲେ ।

ଏହା ମଧ୍ୟ ପଢ଼ନ୍ତୁ: ଜୁନିୟର ଛାତ୍ରଙ୍କୁ ଫିଲ୍ମ ଷ୍ଟାଇଲରେ ମାଡ ମାରିଲେ ସିନିୟର, ଭିଡିଓ ଭାଇରାଲ

କଳାହାଣ୍ଡି-ରାୟଗଡ଼ା ସିମାନ୍ତ ଲାଞ୍ଜିଗଡ଼ ଅଞ୍ଚଳରେ ଗୋବିନ୍ଦ ଥିବା ସେହି ଅଞ୍ଚଳର ସରୋଜିନୀ ନାୟକ ନାମକ ଜଣେ ଅଙ୍ଗନୱାଡ଼ି କର୍ମୀଙ୍କ ଠାରୁ ସୂଚନା ପାଇ 'ସେବା ହିଁ ଧର୍ମ' ଅନୁଷ୍ଠାନର ସଦସ୍ୟ ଓ ଗୋବିନ୍ଦଙ୍କ ସମ୍ପର୍କୀୟଙ୍କ ସହ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ଦୋରାସାର୍ଲି ଗ୍ରାମକୁ ଯାଇଥିଲେ । ସେଠାରୁ ଗୋବିନ୍ଦଙ୍କୁ ସୁରକ୍ଷିତ ଭାବେ ଆଣି ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିବା ଜଣାପଡ଼ିଛି । ଦୀର୍ଘ ୬ ବର୍ଷ ପରେ ହଜିଲା ପୁଅକୁ ପାଇ ପରିବାରରେ ଖୁସିର ଲହରୀ ଖେଳିଯାଇଛି । ଅନ୍ୟପଟେ ପରିବାର ଲୋକେ ଏବଂ ଅଞ୍ଚଳବାସୀ ଯୁବ ସମାଜସେବୀ ଅରୁଣ ଓ ତାଙ୍କ ଅନୁଷ୍ଠାନର ଏଭଳି ପ୍ରୟାସକୁ ପ୍ରସଂଶା କରିଛନ୍ତି ।

ଇଟିଭି ଭାରତ, କନ୍ଧମାଳ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.