ETV Bharat / state

ଫୁଲବାଣୀରେ ଯୋଗୀଙ୍କ ଜୋରଦାର ଗର୍ଜନ, ଟାର୍ଗେଟରେ ବିଜେଡି-କଂଗ୍ରେସ - କନ୍ଧମାଳ

ପ୍ରତିଶୃତି ରକ୍ଷା କରି ଦିନିକିଆ ଫୁଲବାଣୀ ଗସ୍ତରେ ଆସି ରାଜ୍ୟ ସରକାରଙ୍କ ଉପରେ ଖୁବ୍‌ ଗର୍ଜିଛନ୍ତି ୟୁପି ସିଏମ ଯୋଗୀ ଆଦିତ୍ୟନାଥ । ସ୍ଥାନୀୟ କରୋନେସନ ପଡିଆରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇ ରାଜ୍ୟବାସୀଙ୍କ ପ୍ରତି ରାଜ୍ୟ ସରକାର ଦୀର୍ଘ ବର୍ଷ ଧରି କରି ଆସୁଥିବା ଅନ୍ୟାୟ ବିରୋଧରେ ଗର୍ଜିଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କନ୍ଧମାଳ
author img

By

Published : Apr 15, 2019, 7:57 PM IST

ଫୁଲବାଣୀ: ପ୍ରତିଶୃତି ରକ୍ଷା କରି ଦିନିକିଆ ଫୁଲବାଣୀ ଗସ୍ତରେ ଆସି ରାଜ୍ୟ ସରକାର ଉପରେ ଖୁବ୍‌ ଗର୍ଜିଛନ୍ତି ୟୁପି ସିଏମ ଯୋଗୀ ଆଦିତ୍ୟନାଥ । ସ୍ଥାନୀୟ କରୋନେସନ ପଡିଆରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇ ରାଜ୍ୟବାସୀଙ୍କ ପ୍ରତି ରାଜ୍ୟ ସରକାର ଦୀର୍ଘ ବର୍ଷ ଧରି କରି ଆସୁଥିବା ଅନ୍ୟାୟ ବିରୋଧରେ ଗର୍ଜିଛନ୍ତି । ଓଡିଆ ମାଟିରେ କିପରି ଜଣେ ସାଧୁଙ୍କୁ ନୃଶଂସ ଭାବେ ହତ୍ୟା କରାଯାଇଥିଲା ସେନେଇ ମଧ୍ୟ କ୍ଷୋଭ ପ୍ରକାଶ କରିଥିଲେ ଯୋଗୀ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କନ୍ଧମାଳ

ସୂଚନା ମୁତାବକ କିଛି ଦିନ ତଳେ ବିଳମ୍ବ ହେତୁ ଫୁଲବାଣୀ ଗସ୍ତକୁ ବାତିଲ କରି ନିଜର ହଜାର ହଜାର ସମର୍ଥକଙ୍କୁ ନିରାଶ କରିଥିଲେ ଯୋଗୀ । ହେଲେ ନିଜ ପ୍ରତିଶୃତି ରକ୍ଷା କରି ସୋମବାର ଫୁଲବାଣୀ ଆସି ସମର୍ଥକଙ୍କୁ ଉଦ୍‌ବୋଧନ ଦେଇଛନ୍ତି ଯୋଗୀ । ଏହି ଗସ୍ତରେ ଯୋଗୀ ରାଜ୍ୟ ସରକାରଙ୍କ ବିଭିନ୍ନ ବିଫଳତାକୁ ଟାର୍ଗେଟ କରିବା ସହ ସ୍ବାମୀ ଲକ୍ଷ୍ମଣାନନ୍ଦଙ୍କ ମୃତ୍ୟୁ ପାଇଁ ରାଜ୍ୟ ସରକାରଙ୍କୁ ଦାୟୀ ମଧ୍ୟ କରିଛନ୍ତି ।

ଯେଉଁ ଷଡଯନ୍ତ୍ର ପାଇଁ ସ୍ବାମୀ ଲକ୍ଷ୍ମାଣାନନ୍ଦଙ୍କ ଜୀବନ ଯାଇଥିଲା ସେହି ଷଡଯନ୍ତ୍ର ପୁଣି ରଚିବା ପାଇଁ ବିଜେଡି ପ୍ରାର୍ଥୀମାନେ ପୁଣି କନ୍ଧମାଳ ମାଟି ମାଡିଥିବା ଯୋଗୀ ଆକ୍ଷେପ କରିଛନ୍ତି । ଏଥିସହ କନ୍ଧମାଳରେ ବିଜେଡି ପ୍ରାର୍ଥୀମାନେ କେବଳ ଖ୍ରୀଷ୍ଟିଆନମାନଙ୍କ ପାଇଁ ସ୍କୁଲ କରିବାକୁ ଯାଉଥିବା ଏକ ଧର୍ମାନ୍ତରୀକରଣ ପ୍ରକ୍ରିୟା ବୋଲି କହିଛନ୍ତି ଯୋଗୀ ।

ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କୁ ମଧ୍ୟ ଟାର୍ଗେଟ କରିବାକୁ ପଛାଇ ନଥିଲେ ଯୋଗୀ । ରାହୁଲ ନିଜ ସ୍ଥାନ ଆମେଥି ଛାଡି କେରଳରେ ବସିଥିବା ବେଳେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ନିଜ ସ୍ଥାନ ହିଞ୍ଜିଳୀ ଛାଡି ବିଜେପୁରରେ ଥିବା ପ୍ରକାଶ କରିଛନ୍ତି ଯୋଗୀ । ଏହା ଆଉ କିଛି ନୁହେଁ କେବଳ ପରାଜୟ ଭୟ ବୋଲି କହି ରାଜ୍ୟ ସରକାର ଓ କଂଗ୍ରେସକୁ ଟାର୍ଗେଟ କରିଛନ୍ତି ଯୋଗୀ ।

ରାଜ୍ୟ ସରକାରଙ୍କ 19ବର୍ଷର ଶାସନରେ କୃଷକଙ୍କଠାରୁ ଆରମ୍ଭ କରି ଗରିବ ଭାଇ ଭଉଣୀମାନେ ବହୁ ଅସୁବିଧାର ସମ୍ମୁଖୀନ ହୋଇଥିବା ଅଭିଯୋଗ ଆଣିଥିଲେ ଯୋଗୀ । ଯେଉଁଥିରେ ଟିଚ୍‌ଫଣ୍ଡ ଦୁର୍ନୀତି ସାମିଲ ରହିଥିବା ଅଭିଯୋଗ ଆଣିଥିଲେ ଯୋଗୀ । ତେଣୁ ସେବା ନାମରେ ଚାଲିଥିବା ଦୁର୍ନୀତି ଓ ଅତ୍ୟାଚାରକୁ ରୋକିବା ପାଇଁ ଆହ୍ବାନ ଦେଇଥିଲେ ସେ ।

ତେବେ ଆଗାମୀ ନିର୍ବାଚନରେ ଯଦି ବିଜେପି କ୍ଷମାତକୁ ଆସେ ତେବେ ଏସମସ୍ତ ସମସ୍ୟାର ଶୀଘ୍ର ସମାଧାନ ହେବା ନେଇ ପ୍ରତିଶୃତି ଦେଇଛନ୍ତି ଯୋଗୀ । ଅନ୍ୟପଟେ ଆୟୋଜିତ କାର୍ଯ୍ୟକ୍ରମରେ କୋରାପୁଟ ସାଂସଦ ପ୍ରାର୍ଥୀ ଜୟରାମ ପାଙ୍ଗି ଓ କନ୍ଧମାଳ ଲୋକସଭା ପ୍ରଭାରୀ ଅଶୋକ ମିଶ୍ରଙ୍କ ସମେତ ଜିଲ୍ଲାର ସମସ୍ତ ଦଳୀୟ କର୍ମୀ ଓ ନେତା ଯୋଗ ଦେଇଥିଲେ ।

କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ

Intro:Body:

DO IT

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.