ଫୁଲବାଣୀ: କନ୍ଧମାଳ ଜିଲ୍ଲାରେ ସାଧାରଣ ନିର୍ବାଚନ ସମୟରେ ପୋଲିଂ ସେକ୍ଟର ଯାନରେ ଥିବା ମେସେଞ୍ଜର ତଥା ଜିଆରଏସ ସଂଯୁକ୍ତା ଦିଗାଲଙ୍କୁ ଗୁଳି କରି ହତ୍ୟା କରିଥିଲେ ମାଓବାଦୀ । ଏହି ମାମଲାରେ ଦୁଇ ଜଣ ମିଲିସିଆକୁ ଗିରଫ କରିଛି ଗୋଚ୍ଛାପଡା ପୋଲିସ।
ଫିରିଙ୍ଗିଆ ଥାନା ଅଞ୍ଚଳ ପାଙ୍ଗା ଉପରସାହିର ସମିତି ସଭ୍ୟ ଗୁନି ଦିଗାଲ ଓ ସିଡା ଦିଗାଲକୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ନିର୍ବାଚନ ସମୟରେ ମାଓବାଦୀଙ୍କୁ ଖବର ଦେବା ସହିତ ହତ୍ୟାରେ ଦୁହେଁ ସହଯୋଗ କରିଥିଲେ ବୋଲି ପୋଲିସ ସୂତ୍ରରୁ ପ୍ରକାଶ ପାଇଛି ।
ଉଭୟକୁ ଜିଲ୍ଲା କୋର୍ଟରେ ହାଜର କରାଯାଇଥିବା ବେଳେ ଜାମିନ ନାମଞ୍ଜୁର ହେବାରୁ ଜେଲ ହାଜତକୁ ଯାଇଛନ୍ତି ଦୁଇ ଅଭିଯୁକ୍ତ ।
କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ