ETV Bharat / state

ଭିଜିଲାନ୍ସ ଜାଲରେ ବରିଷ୍ଠ କିରାଣୀ, କହିଲେ ମୋତେ ଫସାଯାଇଛି - କନ୍ଧମାଳରେ ଭିଜିଲାନ୍ସ ଚଢାଉ

2 ହଜାର ଟଙ୍କା ଲାଞ୍ଚ ନେଉ ଥିବାବେଳେ ଭିଜିଲାନ୍ସ ହାତରେ ଧରାପଡିଲେ କନ୍ଧମାଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ରେକର୍ଡ ରୁମ୍ ଇନଚାର୍ଜ । ଅଧିକ ପଢନ୍ତୁ...

ଭିଜିଲାନ୍ସ ଜାଲରେ ବରିଷ୍ଠ କିରାଣୀ, କହିଲେ ମୋତେ ଫସାଯାଇଛି

author img

By

Published : Mar 23, 2021, 8:52 PM IST

Updated : Mar 23, 2021, 10:50 PM IST

ଫୁଲବାଣୀ: ଭିଜିଲାନ୍ସ ଜାଲରେ ବରିଷ୍ଠ କିରାଣୀ । ଜମିର ପୁରୁଣା ରେକର୍ଡ କପି ଦେବା ପାଇଁ ୨୦୦୦ ଟଙ୍କା ଲାଞ୍ଚ ନେବାବେଳେ ଧରିଲା ଫୁଲବାଣୀ ଭିଜିଲାନ୍ସ । ଜିଲ୍ଲାପାଳଙ୍କ ଅଫିସ୍ ରେକର୍ଡ ରୁମ ଇନଚାର୍ଜ ଅଶୋକ କୁମାର ପଟ୍ଟନାୟକଙ୍କୁ ଗିରଫ କରିଛି ।

ଭିଜିଲାନ୍ସ ଜାଲରେ ବରିଷ୍ଠ କିରାଣୀ, କହିଲେ ମୋତେ ଫସାଯାଇଛି
ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ବିଲାସପୁର ଗାଁର ଅବସରପ୍ରାପ୍ତ ସେନା କର୍ମଚାରୀ ଲଳିତ କୁମାର ସାହୁଙ୍କ ୧୯୮୫ ରୁ ୧୯୯୦ ସମୟର ଜମି ରେକର୍ଡ ଏକ ଚାଷୀ ଋଣ ପାଇଁ ଆବଶ୍ୟକ ହେଉଥିଲା । ସେଥିପାଇଁ ସେ ଆବେଦନ କରିଥିଲେ । ତେବେ ପ୍ରଥମେ ନଭେମ୍ବର ୨୦୨୦ ଏବଂ ପୁଣିଥରେ ଆବେଦନ କରି ନିରାଶ ହୋଇଥିଲେ । ୨ ହଜାର ଟଙ୍କା ଲାଞ୍ଚ ଦେଲେ କାମ ହେବ ବୋଲି କହିଥିଲେ ଫୁଲବାଣୀ ଜିଲ୍ଲାପାଳଙ୍କ ଅଫିସ୍ ରେକର୍ଡ ରୁମ ଇନଚାର୍ଜ ବରିଷ୍ଠ କିରାଣୀ ଅଶୋକ କୁମାର ପଟ୍ଟନାୟକ ।

ସେହି ଅନୁସାରେ ୨ ହଜାର ଟଙ୍କା ଲାଞ୍ଚ ନେବାବେଳେ ଫୁଲବାଣୀ ଭିଜିଲାନ୍ସ ଟିମ୍ ଚଢାଉ କରି କିରାଣୀଙ୍କୁ ଗିରଫ କରିଛନ୍ତି । ଏଥିସହ ଲାଞ୍ଚ ଟଙ୍କା ମଧ୍ୟ ଜବତ କରିଛି ଭିଜିଲାନ୍ସ । ପରେ କିରାଣୀଙ୍କ ସରକାରୀ କ୍ୱାଟରରେ ଖାନତଲାସୀ କରାଯାଇଛି । ଅନ୍ୟପଟେ ମୋତେ ଫସାଯାଇଛି ବୋଲି କହିଛନ୍ତି ଅଶୋକ କୁମାର ପଟ୍ଟନାୟକ ।

କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ

Last Updated : Mar 23, 2021, 10:50 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.