ETV Bharat / state

ବିଚାରଧୀନ କଏଦୀ ମୃତ, ନିର୍ଯାତନା ଅଭିଯୋଗ ଆଣିଲା ପରିବାର

କନ୍ଧମାଳ ଜିଲ୍ଲା ସାରଙ୍ଗଡ଼ ପୁରୁଣା ସାହିର ବିଚାରଧୀନ କଏଦୀ ସୁଶୀଲ ନାୟକ ପୋଲିସ ମାଡ଼ରେ ମୃତ୍ୟୁ ହୋଇଥିବା ଅଭିଯୋଗ ଆଣିଛନ୍ତି ପରିବାର ଲୋକେ l

ବିଚାରାଧୀନବନ୍ଦୀ ମୃତ, ନିର୍ଯାତନା ଅଭିଯୋଗ ଅଣିଲେ ପରିବାର ଲୋକେ

author img

By

Published : Mar 5, 2021, 9:02 AM IST

ଫୁଲବାଣୀ: ଜିଲ୍ଲା ସାରଙ୍ଗଡ଼ ପୁରୁଣା ସାହିର ବିଚାରଧୀନ କଏଦୀ ସୁଶୀଲ ନାୟକ ପୋଲିସ ମାଡ଼ରେ ମୃତ୍ୟୁ ହୋଇଥିବା ଅଭିଯୋଗ ଆଣିଛନ୍ତି ପରିବାର ଲୋକେ l ଦୁଇ ଦିନ ପୂର୍ବରୁ ବାଲିଗୁଡ଼ା ଜେଲକୁ ଯାଇଥିବା ବେଳେ ଗୁରୁବାର ଫୁଲବାଣୀ ଜିଲ୍ଲା ମେଡ଼ିକାଲରେ ମୃତ୍ୟୁ ହୋଇଛି। ଏନେଇ କ୍ଷତିପୂରଣ ଓ ନ୍ୟାୟ ଦାବି କରିଛନ୍ତି ପରିବାର ଲୋକେ ।

ବିଚାରାଧୀନବନ୍ଦୀ ମୃତ, ନିର୍ଯାତନା ଅଭିଯୋଗ ଅଣିଲେ ପରିବାର ଲୋକେ

ସୂଚନ ମୁତାବକ, ସାରଙ୍ଗଡ଼ ପୁରୁଣା ସାହିର ସୁଶୀଲ ନାୟକଙ୍କ ନାମରେ 2010 କୌଣସି ଏକ ମାମଲାରେ ସାରଙ୍ଗଡ଼ ପୋଲିସ ଗତ 28 ତାରିଖ ରବିବାରରେ ଭୋର 4 ଟା ସମୟରେ ଅଭିଯୁକ୍ତ ସୁଶିଲକୁ ଘରୁ ମାଡ଼ ମାରି ଉଠାଇ ନେଇଥିଲେ l

ଗତ 1 ତାରିଖରେ ଅଭିଯୁକ୍ତ ସୁଶିଲକୁ ବାଲିଗୁଡ଼ା କୋର୍ଟ ଚାଲାଣ ପରେ ବିଚାରଧୀନ ହାଜତକୁ ପଠାଇ ଦିଆଯାଇଥିଲା l କିନ୍ତୁ 2 ତାରିଖ ଦିନ ଅଭିଯୁକ୍ତ ସୁଶିଲଙ୍କ ଦେହ ଅସୁସ୍ଥ ହେବାରୁ ପ୍ରଥମେ ବାଲିଗୁଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା l ଅବସ୍ଥା ଅତି ଗୁରୁତର ହେବାରୁ ଗୁରୁବାର ସନ୍ଧ୍ୟା ସମୟରେ ଗୁରୁତର ଅବସ୍ଥାରେ ସୁଶୀଲଙ୍କୁ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ପରେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା ।

କିନ୍ତୁ ଅନ୍ୟପକ୍ଷରେ ପୋଲିସ ଅତ୍ୟଧିକ ମାଡ଼ ମାରିବାରୁ ତାଙ୍କର ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି l କିନ୍ତୁ ସୁଶୀଲ ବିଚାରଧୀନ ହାଜତରେ ରହିଥିବା ଓ ଦେହ ଅସୁସ୍ଥ ଯୋଗୁଁ ମୃତ୍ୟୁ ହୋଇଥିବା ପୋଲିସ ସୂଚନା ଦେଇଛି l ଯଦି ଦେହ ଖରାପ ଥିଲା ତାହେଲେ ପୋଲିସ କାହିଁକି ଖବର ଦେଇ ନଥିଲେ ବୋଲି ପରିବାର ଲୋକେ ଅଭିଯୋଗ ଆଣିଛନ୍ତି l

କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.