ETV Bharat / state

ଧରାପଡିଲା ନକଲି CRPF ଅଫିସର, ଭୟ ଦେଖାଇ କରୁଥିଲା ଲୁଟ

author img

By

Published : Dec 28, 2019, 9:54 PM IST

ନକଲି ସିଆପିଏଫ ଅଫିସର ହୋଇ ଲୋକଙ୍କୁ ଲୁଟ କରୁଥିବା ଜଣେ ବ୍ୟକ୍ତିକୁ ଗିରଫ କଲା କ.ନୂଆଗାଁ ପୋଲିସ । ଅଧିକ ପଢ଼ନ୍ତୁ...

police arrests  fake crff officer, crpf officer arrested,  k.nuagaon in kandhamal, ଧରାପଡ଼ିଲା ନକଲି ସିଆରପିଏଫ, ଭୟ ଦେଖାଇ କରୁଥିଲା ଲୁଟ, ନକଲି ସିଆରପିଏଫ ପୋଲିସ, କ.ନୂଆଗାଁ ପୋଲିସ, କନ୍ଧମାଳ ଖବର
ଧରାପଡ଼ିଲା ନକଲି ସିଆରପିଏଫ ପୋଲିସ, ଭୟ ଦେଖାଇ କରୁଥିଲା ଲୁଟ

ଫୁଲବାଣୀ: କନ୍ଧମାଳ ଜିଲ୍ଲାରେ ଜଣେ ନକଲି ସିଆରପିଏଫ ଅଫିସରକୁ ଗିରଫ କଲା କ.ନୂଆଗାଁ ପୋଲିସ । ଫିରିଙ୍ଗିଆ ଥାନା ଅଞ୍ଚଳର ଦୁଃଖୀଶ୍ୟାମ ଦିଗାଲ ଦୀର୍ଘ ଦିନ ହେବ ସିଆରପିଏଫ ଅଫିସର ପରିଚୟ ଦେଇ ଲୋକଙ୍କୁ ଭୟଭିତ କରୁଥିଲା ।

ଧରାପଡ଼ିଲା ନକଲି ସିଆରପିଏଫ ପୋଲିସ, ଭୟ ଦେଖାଇ କରୁଥିଲା ଲୁଟ

ସୂଚନା ଅନୁଯାୟୀ କିଛି ଦିନ ତଳେ କ.ନୂଆଗାଁ ଅଞ୍ଚଳର ଜଣେ ଦିବ୍ୟାଙ୍ଗ ନାବାଳିକାକୁ ଅପହରଣ କରିଥିଲା ଅଭିଯୁକ୍ତ । ଏଥିସହ ଅଫିସର କହି ଗୋଛାପଡା ଓ ସାଇନପଡା ଅଞ୍ଚଳରୁ ଦୁଇ ବାଇକ ଚାଳକଙ୍କୁ ଭୟ ଦେଖାଇ ଦୁଇଟି ବାଇକ ଲୁଟି ନେଇଥିଲା । ନାବାଳିକା ଅପହରଣ ଓ ବାଇକ ଲୁଟ ନେଇ ଥାନାରେ ଅଭିଯୋଗ ପରେ ତଦନ୍ତ କରି ନକଲି ଅଫିସର ଦୁଃଖୀଶ୍ୟାମକୁ ଗିରଫ କରିଛି ପୋଲିସ । ଏହାସହ ତାଠାରୁ ଦୁଇଟି ବାଇକ, ନକଲି ସିଆରପିଏଫ ପୋଷାକ, ଗୋଟିଏ ମୋବାଇଲ ଫୋନ, ସିମ କାର୍ଡ, ଏଟିଏମ କାର୍ଡ ଜବତ କରିଛି ।

ଅଭିଯୁକ୍ତ ଦୁଃଖୀଶ୍ୟାମ ନିଜକୁ ସିଆରପିଏଫ ଅଫିସର ଆକାଶ ମଲିକ କହି ଫୁଲବାଣୀ, ଗୋଛାପଡା, ଫିରିଙ୍ଗିଆ, କ.ନୂଆଗାଁ ଥାନା ଅଞ୍ଚଳରେ ବୁଲି ଲୁଟ କରୁଥିଲା । ତେବେ ଅଭିଯୁକ୍ତ ନାମରେ ଏକାଧିକ ଥାନାରେ ବିଭିନ୍ନ ମାମଲା ଥିବା ଜଣାପଡିଛି । ଗୋଛାପଡା ଓ ଫିରିଙ୍ଗିଆ ଥାନାରେ ପୂର୍ବରୁ ମାମଲା ରୁଜୁ ହୋଇଛି ଏବଂ ଅଧିକ ତଦନ୍ତ ଚାଲିଛି । ଗିରଫ ଦୁଃଖୀଶ୍ୟାମକୁ କୋର୍ଟ ଚାଲାଣ କରିଛି ପୋଲିସ ।

କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ

Intro:ଜଣେ ନକଲି ସି.ଆର.ପି.ଏଫ ପୋଲିସ୍ ଅଫିସର ଗିରଫ। ଗିରଫ କଲା କ.ନୂଆଗାଁ ପୋଲିସ । ଫିରିଙ୍ଗିଆ ଥାନା ଅଂଚଳର ଦୁଃଖିଶ୍ୟାମ ଦିଗାଲ ଦୀର୍ଘ ଦିନ ହେବ crpf ଅଫିସର ପରିଚୟ ଦେଇ ଲୋକଙ୍କୁ ଭୟବିତ କରୁଥିଲା । କିଛି ଦିନ ତଳେ କ.ନୂଆଗାଁ ଅଂଚଳର ଜଣେ ଦିବ୍ୟାଙ୍ଗ ନାବାଳିକା କୁ ଅପହରଣ ମଧ୍ୟ କରିଥିଲା । ଏଥିସହ ଅଫିସର କହି ଗୋଛାପଡା ଓ ସାଇନପଡା ଅଂଚଳ ରୁ ଦୁଇ ବାଇକ ଚାଳକଙ୍କୁ ଭୟ ଦେଖାଇ ଦୁଇ ବାଇକ ଲୁଟି ନେଇଥିଲା । ନାବାଳିକା ଅପହରଣ ଓ ବାଇକ ଲୁଟ ନେଇ ଥାନା ରେ ଅଭିଯୋଗ ପରେ ରେ ନକଲି ଅଫିସର ଠାରୁ ଦୁଇ ବାଇକ, ନକଲି crpf ଡ୍ରେସ, ଗୋଟିଏ ମୋବାଇଲ ଫୋନ, ସିମ କାର୍ଡ, atm କାର୍ଡ ଜବତ କରିବା ସହ ସମ୍ପୃକ୍ତ ନକଲି Crpf ଅଫିସରକୁ ଗିରଫ କରିଛି। Body:ଅଭିଯୁକ୍ତ ଦୁଃଖିଶ୍ୟାମ ନିଜକୁ crpf ଅଫିସର ଆକାଶ ମଳିକ କହି ଫୁଲବାଣୀ, ଗୋଛାପଡା, ଫିରିଙ୍ଗିଆ, k.ନୂଆଗାଁ ଥାନା ଅଂଚଳରେ ବୁଲି ଲୁଟ କରୁଥିଲା । ତେବେ ଅଭିଯୁକ୍ତ ନାମ ରେ ଏକାଧିକ ଥାନା ରେ ବିଭିନ୍ନ ମାମଲା ଥିବା ଜଣା ପଡିଛି । ଗୋଚ୍ଛାପଡା ଓ ଫିରିଙ୍ଗିଆ ଥାନାରେ ପୂର୍ବରୁ ମାମଲା ରୁଜୁ ହୋଇଛି ଏବଂ ଅଧିକ ତଦନ୍ତ ଚାଲିଛି।
ଗିରଫ ଦୁଃଖୀକୁ କୋର୍ଟ ଚାଲାଣ କରିଛି ପୋଲିସ୍ ।Conclusion:କନ୍ଧମାଳରୁ ସଦାଶିବ ପାତ୍ର,ଇଟିଭି ଭାରତ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.