ETV Bharat / state

ଯୋଗୀ ଆଦିତ୍ୟନାଥଙ୍କ ବ୍ରହ୍ମପୁର ଓ ଫୁଲବାଣୀ ଗସ୍ତ ବାତିଲ, ନିରାଶ ଜନତା - meeting

ବ୍ରହ୍ମପୁର ଓ ଫୁଲବାଣୀ ଗସ୍ତ ବାତିଲ । ସନ୍ଧ୍ୟାହେବାରୁ ହେଲିକ୍ୟାପ୍ଟର ଉଡାଣକୁ ମିଳିଲାନି ଅନୁମତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କନ୍ଧମାଳ
author img

By

Published : Apr 7, 2019, 6:38 AM IST

କନ୍ଧମାଳ: ଭୁବନେଶ୍ବରରୁ ହିଁ ଲକ୍ଷ୍ନୌ ଫେରିଲେ ବିଜେପି ଷ୍ଟାର ପ୍ରଚାରକ ଯୋଗୀ ଆଦିତ୍ୟନାଥ । ବ୍ରହ୍ମପୁର ଓ ଫୁଲବାଣୀ ଗସ୍ତ ବାତିଲ । ସନ୍ଧ୍ୟାହେବାରୁ ହେଲିକ୍ୟାପ୍ଟର ଉଡାଣକୁ ମିଳିଲାନି ଅନୁମତି । ସେପଟେ ଦିନ 11ଟାରୁ
ହଜାର ହଜାର ବିଜେପି କର୍ମୀ ଓ ସ୍ଥାନୀୟ ଭୋଟର ଅପେକ୍ଷା କରିଥିଲେ ହେଁ ସନ୍ଧ୍ୟା ଯାଏଁ କୌଣସି ସୂଚନା ପାଇନଥିଲେ । ପରେ ନିରାଶ ହୋଇ ଫେରିଥିଲେ ହଜାର ହଜାର ଲୋକେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କନ୍ଧମାଳ

ତେବେ ସମାବେଶ ସ୍ଥଳରେ ପ୍ରବଳ ଖରା ହେଉଥିବା ବେଳେ କୌଣସି ଟେଣ୍ଟର ବ୍ୟବସ୍ଥା କରାଯାଇନଥିଲା । ପୁଣି ଢହ ଢହ ଖରାରେ ଡହଳବିକଳ ହେଉଥିଲେ ଲୋକେ । କିନ୍ତୁ ମଞ୍ଚରେ ସମସ୍ତ ପ୍ରକାର ବ୍ୟବସ୍ତା ଥିଲା । ଏପରି ଆୟୋଜନକୁ ନାପସନ୍ଦ କରିଛନ୍ତି ଲୋକେ ।

ଏହା ସହିତ ସର୍ବଶେଷରେ ମୋବାଇଲ ମାଧ୍ୟମରେ ଯୋଗୀ ଆଦିତ୍ୟନାଥଙ୍କ ଭାଷଣ ଶୁଣିବା ପାଇଁ ସଭାସ୍ଥଳରେ ଆଉ କେହି ନଥିଲେ । କିଛି ଗଣମାଧ୍ୟମ ପ୍ରତିନିଧି, ପୋଲିସ ଏବଂ ହାତଗଣତି ଲୋକେ ହିଁ ରହି ଯାଇଥିଲେ ସେଠାରେ । ଏପରି ଅସୁବିଧାକୁ ନେଇ କ୍ଷମା ପ୍ରାର୍ଥନା କରିଥିଲେ ବିଜେପି କନ୍ଧମାଳ ଲୋକସଭା ପ୍ରାର୍ଥୀ ଖାରବେଳ ସ୍ବାଇଁ । ତେବେ କନ୍ଧମାଳ ସମେତ ବୌଦ୍ଧ, ନୟାଗଡ ଓ ଗଞ୍ଜାମ ଜିଲ୍ଲାର କର୍ମୀ, ନେତା ଓ ବିଜେପି ପ୍ରାର୍ଥୀ ଏହି ବିଜୟ ସଂକଳ୍ପ ସମାବେସରେ ଉପସ୍ଥିତି ଥିଲେ ।

କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ

Intro:Body:

xcfvcv

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.