ଫୁଲବାଣୀ: କନ୍ଧମାଳ ଜିଲ୍ଲା ସାରଙ୍ଗଗଡ଼ରେ ବହୁ ଚର୍ଚ୍ଚିତ ଫାର୍ମାସିଷ୍ଟ ଛାତ୍ର ହତ୍ୟା ଘଟଣାରେ ଏଯାଏଁ ପୋଲିସର ହାତ ଖାଲି । ଅଭିଯୁକ୍ତର ଗିରଫ ଦାବିରେ ଗ୍ରାମବାସୀ ସାରଙ୍ଗଡ଼ ଥାନା ଘେରାଓ କରିବା ସହିତ ରାଜ୍ୟ ରାଜପଥ ଅବରୋଧ କରିଛନ୍ତି । ପୋଲିସ ହତ୍ୟା ଅଭିଯୁକ୍ତଙ୍କୁ ଗିରଫ କରିବା ଦାବିରେ ସାରଙ୍ଗଡ଼ ଥାନା ଘେରାଉ କରି ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି ଲୋକେ l
ଗତ 14 ତାରିଖରୁ ନିଖୋଜ ଯୁବକଙ୍କ ଗଳିତ ମୃତଦେହ 17 ତାରିଖରେ ପୋଲିସ ଅଗ୍ନିଶମ ବାହିନୀ ସହାୟତାରେ କଲୋନୀ ସାହିର ଏକ ପରିତ୍ୟକ୍ତ କୂଅରୁ ଉଦ୍ଧାର କରିଥିଲା । ସନ୍ଧାନୀ କୁକୁର ଓ ସାଇଣ୍ଟିଫିକ ଟିମ ସାହାଯ୍ୟରେ ତଦନ୍ତ ଚଳାଇଥିଲେ ବି ପୋଲିସ ହତ୍ୟାକାରୀର ସୁରାକ ଏଯାଏଁ ପାଇନି l
ଗତ 14 ତାରିଖରେ ବାହାଡାପଦାର 21 ବର୍ଷୀୟ ଫାର୍ମାସିଷ୍ଟ ଛାତ୍ର ଶରଣ ପଞ୍ଜର ନାୟକଙ୍କ ଜେଜେମାଆଙ୍କ ମୃତ୍ୟୁ ହୋଇଥିଲା। ଜେଜେମାଙ୍କ ଅନ୍ତିମ ସଂସ୍କାର କରିବାକୁ ଯାଇ ଆଉ ସେ ଘରକୁ ଫେରିନ ଥିଲେ। ପରିବାର ଲୋକେ ବହୁ ଖୋଜାଖୋଜି ପରେ ସନ୍ଧାନ ମିଳି ନଥିଲା। ଏନେଇ ପରିବାର ଲୋକେ ଥାନାରେ ଏତଲା ଦେଇଥିଲେ।
ଶୁକ୍ରବାର ସନ୍ଧ୍ୟାରେ ପରିବାର ଲୋକେ କୂଅରେ ମୃତଦେହ ଭାସୁଥିବା ଦେଖି ପୋଲିସକୁ ଖବର ଦେଇଥିଲେ ଓ କଲୋନୀ ସାହିର ହରିଶଙ୍କର ପାତ୍ରଙ୍କ ନାମରେ ହତ୍ୟା ଅଭିଯୋଗ ଆଣିଥିଲେ ପରିବାର ଲୋକେ l ପରିବାର ଲୋକ ହତ୍ୟାକାଣ୍ଡ ପଛର କାରଣ ପ୍ରେମ ଜନିତ ହୋଇଥିବାବେଳେ ଛାତ୍ରର ମୃତ୍ୟୁ ପାଇଁ ପ୍ରେମିକାଙ୍କ ପରିବାରଙ୍କୁ ଦାୟୀ କରିଥିଲେ l
ପୋଲିସ ଏତଲା କ୍ରମେ ପ୍ରେମିକାର ପରିବାରକୁ ଥାନାରେ ପଚରା ଉଚରା କରି ଛାଡିଦେଇଛି । ଯାହାକୁ ନେଇ ସ୍ଥାନୀୟ ଲୋକଙ୍କ ଅସନ୍ତୋଷ ପ୍ରକାଶ କରି ଥାନାକୁ ଘେରାଉ ଓ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି । ରାସ୍ତା ବନ୍ଦ ଥିବାରୁ ବାଲିଗୁଡାରୁ ଫୁଲବାଣୀ ଓ କଳାହାଣ୍ଡି ଜିଲ୍ଲାକୁ ଯୋଗାଯୋଗ ବାଧାପ୍ରାପ୍ତ ହୋଇଛି।
କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ