ETV Bharat / state

ବାଲିଗୁଡା ଏନଏସି ଅଧ୍ୟକ୍ଷା ଓ ଉପାଧ୍ୟକ୍ଷଙ୍କୁ ଅନାସ୍ଥା ପ୍ରସ୍ତାବ ନୋଟିସ

ବାଲିଗୁଡା ଏନଏସି ଅଧ୍ୟକ୍ଷା ଓ ଉପାଧ୍ୟକ୍ଷଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ନୋଟିସ । କାଉନସିଲର ମାନଙ୍କ କଥାକୁ ଗୁରୁତ୍ବ ଦେଉନଥିବାରୁ ଅତିଷ୍ଠ ହୋଇ ଜିଲ୍ଲାପାଳଙ୍କୁ ଲିଖିତ ନୋଟିସ। 10 ନମ୍ବର କାଉନସିଲର ବରୋଦାପ୍ରସାଦ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ 7 କାଉନସିଲର ଅନାସ୍ଥା ପ୍ରସ୍ତାବ ନେଇ ଜିଲ୍ଲାପାଳଙ୍କୁ ଲିଖିତ ନୋଟିସ ଦେଇଛନ୍ତି।

ଫଟୋ ସୌଜନ୍ୟ: ସମ୍ବାଦଦାତା, କନ୍ଧମାଳ
author img

By

Published : Sep 29, 2019, 1:12 AM IST

କନ୍ଧମାଳ: ବାଲିଗୁଡା ଏନଏସି ଅଧ୍ୟକ୍ଷା ଓ ଉପାଧ୍ୟକ୍ଷଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ନୋଟିସ ଦେଇଛନ୍ତି 7ଜଣ କାଉନସିଲର। ଜିଲ୍ଲାପାଳଙ୍କୁ ଜଣାଇ ଏ ଦିଗରେ ପ୍ରକ୍ରିୟା ଆରମ୍ଭ କରିବାକୁ ଅନୁରୋଧ କରିଛନ୍ତି । ବାଲିଗୁଡା ଏନ୍ଏସି ଅଧ୍ୟକ୍ଷା ମମତା ବେହେରା ଏବଂ ଉପାଧ୍ୟକ୍ଷ ଲୋକନାଥ ପାଢୀଙ୍କର ପ୍ରତି ସଂଖ୍ୟାଧିକ କାଉନସିଲରଙ୍କର ଆସ୍ଥା ନାହିଁ ବୋଲି ନୋଟିସ ଦେଇଛନ୍ତି ।

ବାଲିଗୁଡା ଏନ୍ଏସିର ଅଧ୍ୟକ୍ଷା ମମତା ବେହେରା ଓ ଉପାଧ୍ୟକ୍ଷ ଲୋକନାଥ ପାଢିଙ୍କୁ ବହିଷ୍କୃତ କରିବା ପାଇଁ ସଜବାଜ ହେଉଛନ୍ତି ବିଜେଡିର 7ଜଣ କାଉନସିଲର । କାଉନସିଲର ମାନଙ୍କୁ ଅଣଦେଖା କରି ଉନ୍ନୟନ କାର୍ଯ୍ୟରେ ସାମିଲ କରୁନଥିବା ଅଭିଯୋଗ କରିଛନ୍ତି । ସେମାନେ ଏନ୍ଏସି ନିର୍ବାହୀ ଅଧିକାରୀ ଓ ଯନ୍ତ୍ରୀଙ୍କୁ ଧରି ନିଜ ଇଚ୍ଛାରେ ସବୁ କାମ କରୁଛନ୍ତି । କାଉନସିଲର ମାନଙ୍କ କଥାକୁ ଗୁରୁତ୍ବ ଦେଉନଥିବାରୁ ଅତିଷ୍ଠ ହୋଇ 10 ନମ୍ବର କାଉନସିଲର ବରୋଦାପ୍ରସାଦ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ 7 କାଉନସିଲର ଅନାସ୍ଥା ପ୍ରସ୍ତାବ ନେଇ ଜିଲ୍ଲାପାଳଙ୍କୁ ଲିଖିତ ନୋଟିସ ଦେଇଛନ୍ତି।

ଉପାଧ୍ୟକ୍ଷ ଲୋକନାଥ ପାଢୀ ପ୍ରତିକ୍ରିୟାରେ କହିଛନ୍ତି ମୋ ପାଖରେ କୌଣସି ଖବର ନାହିଁ କିମ୍ବା କୌଣସି ନୋଟିସ ପାଇନାହିଁ । ଯଦି ସେପରି କିଛି ହୁଏ ତାହା ହେଲେ ମୁଁ ନିଶ୍ଚିତ ଭାବରେ ସମାଧାନ କରିବି ।

କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ

Intro: କନ୍ଧମାଳ ଜିଲ୍ଲା ବାଲିଗୁଡା ଏନ ଏ ସି ଅଧକ୍ଷା ଓ ଉପାଧ୍ୟକ୍ଷଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ନୋଟିସ ଦେଇଛନ୍ତି ସାତ ଜଣ ୱାର୍ଡ ମେମ୍ବର । ଜିଲ୍ଲାପାଳଙ୍କୁ ଜଣାଇ ଏ ଦିଗରେ ପ୍ରକ୍ରିୟା ଆରମ୍ଭ କରିବାକୁ ଅନୁରୋଧ କରିଛନ୍ତି । ବାଲିଗୁଡା ଏନ୍ ଏ ସି ଅଧକ୍ଷା ମମତା ବେହେରା ଏବଂ ଉପାଧ୍ୟକ୍ଷ ଲୋକନାଥ ପାଢୀଙ୍କର ପ୍ରତି ସଂଖ୍ୟାଧିକ କାଉନସିଲରଙ୍କର ଆସ୍ଥା ନାହିଁ ବୋଲି ନୋଟିସ ଦେଇଛନ୍ତି । Body:ବାଲିଗୁଡା ଏନ୍ ଏ ସି ର ଅଧ୍ୟକ୍ଷା ମମତା ବେହେରା ଓ ଉପାଧ୍ୟକ୍ଷ ଲୋକନାଥ ପାଢିଙ୍କୁ ବହିଷ୍କୃତ କରିବା ପାଇଁ ସଜବାଜ ହେଉଛନ୍ତି ବିଜେଡିର ସାତଜଣ କାଉନସିଲର । ବାଲିଗୁଡା ଏନ୍ଏ ସିରେ ଅଧ୍ୟକ୍ଷା ମମତା ବେହେରା ଓ ଉପାଧ୍ୟକ୍ଷ ଲୋକନାଥ ପାଢି କୁଆଡେ କାଉନସିଲର ମାନଙ୍କୁ ଅଣଦେଖା କରି ଉନ୍ନୟନ କାର୍ଯ୍ୟରେ ସାମିଲ କରୁନାହାନ୍ତି ମନମାନି କରି ଏନ୍ଏ ସି ନିର୍ବାହୀ ଅଧିକାରୀ ଓ ଯନ୍ତ୍ରୀଙ୍କୁ ଧରି ନିଜ ଇଚ୍ଛାରେ ସବୁ କାମ କରୁଛନ୍ତି । କାଉନସିଲ ମାନଙ୍କ କଥାକୁ ଗୁରୁତ୍ବ ଦେଉନଥିବାରୁ ଅତିଷ୍ଠ ହୋଇ 10 ନମ୍ବର କାଉନସିଲର ବରୋଦାପ୍ରସାଦ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ 7 କାଉନସିଲର ଅନାସ୍ଥା ପ୍ରସ୍ତାବ ନେଇ ଜିଲ୍ଲାପାଳଙ୍କୁ ଲିଖିତ ନୋଟିସ ଦେଇଛନ୍ତି। ଏନ୍ଏ ସି ଅଧ୍ୟକ୍ଷା ମମତା ବେହେରା ଓ ଉପାଧ୍ୟକ୍ଷ ଲୋକ ନାଥ ପାଢିଙ୍କୁ ହଟାଇବା ପାଇଁ ଶାସକ ଦଳର ଟାଣୁଆ ନେତାମାନେ ଚକ୍ରବିହ୍ବ ରଚନା କରିଥିବା ନେଇ ଚର୍ଚ୍ଚା ଜୋର ଧରିଛି । ଏନେଇ ଅଧ୍ୟକ୍ଷା କାଉନସିଲ ମାନଙ୍କୁ ମନେଇବା ପାଇଁ ପ୍ରୟାସଜାରି ରଖିଛନ୍ତି । ଉପାଧ୍ୟକ୍ଷ ଲୋକନାଥ ପାଢି ପ୍ରତିକ୍ରିୟାରେ କହିଛନ୍ତି ମୋ ପାଖରେ କୌଣସି ଖବର ନାହିଁ କିମ୍ବା କୌଣସି ନୋଟିସ ପାଇନାହିଁ । ଯଦି ସେପରି କିଛି ହୁଏ ତାହା ହେଲେ ମୁଁ ନିଶ୍ଚିତ ଭାବରେ ସମାଧାନ କରିବି ।Conclusion:ଜିଲ୍ଲାପାଳଙ୍କୁ ଜଣାଇ ଏ ଦିଗରେ ପ୍ରକ୍ରିୟା ଆରମ୍ଭ କରିବାକୁ ଅନୁରୋଧ କରିଥିବା ବେଳେ ଆଇନ ଅନୁଯାୟୀ କାର୍ଯ୍ଯାନୁଷ୍ଠାନ କରାଯିବ ବୋଲି ଜିଲ୍ଲା ପ୍ରଶାସନ କହିଛି। ।

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.