ETV Bharat / state

ଏଲପିଜି ଗ୍ୟାସରୁ ଲାଗିଲା ନିଆଁ, ନାବାଳିକା ଗୁରୁତର

ଏଲପିଜି ଗ୍ୟାସରେ ରାନ୍ଧୁଥିବା ବେଳେ ପୋଡି ହୋଇ ଗୁରୁତର ହୋଇଛନ୍ତି ନାବାଳିକା । ସ୍ଥାନୀୟ ମଣ୍ଡାକିଆସ୍ଥିତ ରିଜପ ପ୍ରଧାନଙ୍କ 15 ବର୍ଷୀୟ ଝିଅ ରିବିତା ରାନ୍ଧୁଥିବା ବେଳେ ଗ୍ୟାସ ଲିକେଜ ଯୋଗୁଁ ପ୍ରଥମେ ତାଙ୍କ କପଡାରେ ନିଆଁ ଲାଗିଯାଇଥିଲା ।

author img

By

Published : Jun 4, 2019, 10:51 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, କନ୍ଧମାଳ

ଫୁଲବାଣୀ: ଏଲପିଜି ଗ୍ୟାସରେ ରାନ୍ଧୁଥିବା ବେଳେ ପୋଡି ହୋଇ ଗୁରୁତର ହୋଇଛନ୍ତି ନାବାଳିକା । କନ୍ଧମାଳ ଜିଲ୍ଲା ଫୁଲବାଣୀର ସ୍ଥାନୀୟ ମଣ୍ଡାକିଆସ୍ଥିତ ରିଜପ ପ୍ରଧାନଙ୍କ 15 ବର୍ଷୀୟ ଝିଅ ରିବିତା ଖରାବେଳେ ରାନ୍ଧୁଥିବା ବେଳେ ଗ୍ୟାସ ଲିକେଜ ଯୋଗୁଁ ପ୍ରଥମେ ତାଙ୍କ ପୋଷାକରେ ନିଆଁ ଲାଗିଯାଇଥିଲା । ପରେ ସେହି ନିଆଁରେ ପୋଡି ହୋଇ ଗୁରୁତର ହୋଇ ପଡିଥିଲେ ରିବିତା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କନ୍ଧମାଳ

ରିବିତାଙ୍କୁ ତୁରନ୍ତ ରାଇକିଆ ମେଡିକାଲ ଓ ପରେ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଥିଲା । ହେଲେ ରିବିତାଙ୍କ ଶରୀରର 40 ପ୍ରତିଶତରୁ ଅଧିକ ଅଂଶ ପୋଡି ହୋଇଯାଇଥିବା ଜଣା ପଡିଛି । ଏନେଇ ରିବିତାଙ୍କ ଭାଇଙ୍କ କହିବା ଅନୁଯାୟୀ ଗତ 2 ବର୍ଷ ହେବ ଉଜ୍ବଳା ଯୋଜନାରେ ସେମାନେ ଏଲପିଜି ଗ୍ୟାସ ପାଇଥିଲେ । ସେବେଠାରୁ ସେଥିରେ ରାନ୍ଧୁଥିଲେ ହେଲେ ଆଜି ଯାଏଁ ଏପରି କୌଣସି ଅଘଟଣ ଘଟିନଥିଲା ।

କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.