ETV Bharat / state

ଏଟିଏମ୍ ଭାଙ୍ଗି ଲୁଟ୍ ଉଦ୍ୟମ, ଧରାପଡ଼ିଲେ ମେଡିକାଲ କର୍ମଚାରୀ

Man arrested for trying to break ATM: ଏଟିଏମ ଭାଙ୍ଗି ଲୁଟ ଉଦ୍ୟମ ବେଳେ ଧରାପଡ଼ିଲେ ମେଡିକାଲ କର୍ମଚାରୀ । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Jan 8, 2024, 7:41 AM IST

ଏଟିଏମ୍ ଭାଙ୍ଗି ଲୁଟ ଉଦ୍ୟମ, ଧରାପଡିଲେ ମେଡ଼ିକାଲ କର୍ମଚାରୀ

ଫୁଲବାଣୀ: ମେଡିକାଲ କର୍ମଚାରୀଙ୍କ ଏଟିଏମ ଭାଙ୍ଗି ଲୁଟ ଉଦ୍ୟମ । କନ୍ଧମାଳ ଜିଲା ଫୁଲବାଣୀ ସହର ସ୍ଥିତ ମହିଳା ମହାବିଦ୍ୟାଳୟ ସାମ୍ନାରେ ଥିବା ଏସବିଆଇ ଏଟିଏମ୍ ଭାଙ୍ଗି ଲୁଟ ଉଦ୍ୟମ କରାଯାଉଥିବା ବେଳେ ପୋଲିସ ହାତରେ ଧରାପଡ଼ିଲେ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟର ଜଣେ ମେଡିକାଲ କର୍ମଚାରୀ । ପୋଲିସ ତାଙ୍କୁ ଗିରଫ କରିବା ସହ ତଦନ୍ତ ଜାରି ରଖିଛି ।

ପୋଲିସ ସୂଚନା ଅନୁଯାୟୀ, କନ୍ଧମାଳ ଜିଲା ଫୁଲବାଣୀ ସହର ସ୍ଥିତ ମହିଳା ମହାବିଦ୍ୟାଳୟ ସାମ୍ନାରେ ଥିବା ଏସବିଆଇ ଏଟିଏମ୍ ଭାଙ୍ଗିବା ପାଇଁ ଚେଷ୍ଟା କରାଯାଉଥିଲା । ଏନେଇ ଏସବିଆଇର ମୁଖ୍ୟାଳୟରୁ ପୋଲିସ ନିକଟକୁ ମେସେଜ ଆସିଥିଲା । ଏସବିଆଇର ମେସେଜ ଆଧାରରେ ଟାଉନ ଥାନା ପୋଲିସ ସଙ୍ଗେ ସଙ୍ଗେ ସେହି ଏଟିଏମ ପାଖରେ ପହଞ୍ଚିଥିଲା । ଏଟିଏମ ମଧ୍ୟରେ ଅଭିଯୁକ୍ତଜଣକ ଭଙ୍ଗାରୁଜା କରୁଥିବା ବେଳେ ପୋଲିସ ତାଙ୍କୁ ଗିରଫ କରିଛି । ଅଭିଯୁକ୍ତ ଜଣକ ରାଜେନ୍ଦ୍ର ଚାନ୍ଦ ହୋଇଥିବା ବେଳେ ସେ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟରେ ଭ୍ୟାକ୍ସିନ୍ ବିଭାଗରେ କାମ କରନ୍ତି ।

ଏହାମଧ୍ୟ ପଢନ୍ତୁ.. ବଲାଙ୍ଗୀରରେ ଆନ୍ତଃରାଜ୍ୟ ଡ଼କାୟତି ଗ୍ୟାଙ୍ଗର ପର୍ଦ୍ଦାଫାସ, 6 ଗିରଫ

ଏଟିଏସ ଭାଙ୍ଗି ଲୁଟ ଉଦ୍ୟମ ଅଭିଯୋଗରେ ପୋଲିସ ରାଜେନ୍ଦ୍ର ଚାନ୍ଦକୁ ଗିରଫ କରିଥିବା ବେଳେ ଘଟଣାସ୍ଥଳରେ ଲାଗିଥିବା ସିସିଟିଭି ଫୁଟେଜ ଆଧାରରେ ତଦନ୍ତ ଜାରି ରଖିଛି । ଅନ୍ୟପଟେ ଅଭିଯୁକ୍ତ ରାଜେନ୍ଦ୍ରକୁ ପଚରାଉଚରା ବେଳେ ସେ ଅନ୍ୟ ଜଣଙ୍କ ନାଁ କହିଥିବା ପୋଲିସ ପକ୍ଷରୁ କୁହାଯାଇଛି । ରାଜେନ୍ଦ୍ରଙ୍କ ବୟାନ ଆଧାରରେ ପୋଲିସ ମେଡ଼ିକାଲ ଏନଏଚଏମର ଅନ୍ୟ ଜଣେ ବରିଷ୍ଠ ଅଧିକାରୀଙ୍କୁ ଥାନାକୁ ଆଣି ଦୀର୍ଘ 6 ଘଣ୍ଟା ପର୍ଯ୍ୟନ୍ତ ଅଟକ ରଖି ପଚରା ଉଚରା କରିବା ସହ ତାଙ୍କ ଘରର ସିସିଟିଭି ମଧ୍ୟ ଯାଞ୍ଚ କରିଥିଲା । କିନ୍ତୁ ଠୋସ ପ୍ରମାଣ ନ ମିଳିବାରୁ ପୋଲିସ ସମ୍ପୃକ୍ତ ଅଧିକାରୀଙ୍କୁ ଛାଡ଼ିଦେଇଥିବା ଜଣାପଡିଛି ।

କିନ୍ତୁ ଏଠାରେ ପ୍ରଶ୍ନ ଉଠୁଛି ଅଭିଯୁକ୍ତ ଜଣଙ୍କ ଏକା କିପରି ଏଭଳି କାଣ୍ଡ ଭିଆଇଲେ । ଏହା ପଛରେ ଆଉ କିଏ ଅଛି କି ? ଯାହା ଟାଉନଥାନା ପକ୍ଷରୁ କିଛି କୁହାଯାଇନାହିଁ । ସେ ଏକା କିପରି ଆସିଲେ ? ଏଟିଏମ ଭାଙ୍ଗିବା ପାଇଁ ସରଞ୍ଜାମ କେଉଁଠୁ ଆଣିଲେ ଏହା ସବୁ ଏବେ ତଦନ୍ତ ସାପେକ୍ଷ ।ଏନେଇ ଅଧିକ ତଦନ୍ତ ଚାଲିଥିବା କହିଛନ୍ତି ଫୁଲବାଣୀ ସଦର ଏସଡିପିଓ ସୁପ୍ରଶନ ମଲ୍ଲିକ । କାହିଁକି କେଉଁ ପରିସ୍ଥିତରେ ଅଭିଯୁକ୍ତ ଜଣଙ୍କ ଏହି ବରିଷ୍ଠ ଅଧିକାରୀଙ୍କ ନାମ ନେଲେ ସେ ନେଇ ଅଧିକା ତଦନ୍ତ ର ଆବଶ୍ୟକତା ରହିଛି । ତେବେ ଏହି ଅଧିକାରୀଙ୍କ ସହ ଅଭିଯୁକ୍ତଙ୍କ ସୁ ସର୍ମ୍ପକ ରହିଥିବା ଚର୍ଚା ହେଉଛି । ବହୁ ବାର ଅତ୍ୟଧିକ ରାତିରେ ମୋଟର ସାଇକେଲରେ ବୁଲୁ ଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି ।

ଇଟିଭି ଭାରତ, କନ୍ଧମାଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.