ETV Bharat / state

ପ୍ରାର୍ଥି ଲାଗି ପ୍ରସ୍ତୁତ ହେବାରୁ ଭୋଟର ତାଲିକାରୁ ନାଁ କାଟିଦେଲେ ! - ପ୍ରାର୍ଥୀ ହେବାକୁ ଥିବା ମହିଳାଙ୍କ ଭୋଟର ଲିଷ୍ଟରୁ ବାଦ

ଆଗକୁ ପଞ୍ଚାୟତ ନିର୍ବାଚନ, ଏବେ ଠାରୁ ଗାଁରେ ପଞ୍ଚାୟତ ନିର୍ବାଚନ ପାଇଁ ଅଙ୍କକଷା ଜୋର ଧରିଲାଣି । ଆଗାମୀ ନିର୍ବାଚନରେ ପ୍ରାର୍ଥି ହେବା ପାଇଁ ପ୍ରସ୍ତୁତ ଥିବା ଜଣେ ମହିଳାଙ୍କୁ ଭୋଟର ତାଲିକାରୁ ନାଁ କାଟି ଦେଇଥିବା ଅଭିଯୋଗ ହୋଇଛି। ଅଧିକ ପଢନ୍ତୁ

Candidate  aspirants voter list delete in kandhamal
ପ୍ରାର୍ଥି ଲାଗି ପ୍ରସ୍ତୁତ ହେବାରୁ ଭୋଟର ତାଲିକାରୁ ନାଁ କାଟିଦେଲେ
author img

By

Published : Dec 29, 2021, 11:00 PM IST

ଫୁଲବାଣୀ: ଆଗକୁ ପଞ୍ଚାୟତ ନିର୍ବାଚନ, ଏବେ ଠାରୁ ଗାଁ ଗାଁରେ ପଞ୍ଚାୟତ ନିର୍ବାଚନ ପାଇଁ ଅଙ୍କକସା ଜୋର ଧରିଲାଣୀ । ପ୍ରାର୍ଥୀ ହେବା ପାଇଁ ଆଶାୟୀଙ୍କ ସଜବାଜ ଚାଲିଛି । ହେଲେ ଏଥିରେ ବ୍ୟଥିତ ହୋଇ କିଛି ବିରୋଧି ମୁଳୂ ମାରିଲେ ଯିବ ସରି ନ୍ୟାୟରେ ଭୋଟର ତାଲିକାରୁ ନାଁ କାଟି ଦେଉଛନ୍ତି । ଏଭଳି ଏକ ସମ୍ବେଦନଶୀଳ ଘଟଣା କନ୍ଧମାଳ ଜିଲା ଫିରିଙ୍ଗିଆ ବ୍ଲକ କେଳାପଡା ପଞ୍ଚାୟତରେ ଦେଖିବାକୁ ମିଳିଛି । ଆଶାୟୀଙ୍କ ନାମ ଭୋଟର ତାଲିକାରୁ ବାଦ୍ ଦିଆ ଯାଇଥିବାରୁ ସେ ଆସି ଜିଲାପାଳ,ଉପ ଜିଲାପାଳଙ୍କ ପାଖରେ ସମ୍ପୃକ୍ତ ବିଏଲ୍‌ଓଙ୍କ ନାମରେ ଅଭିଯୋଗ କରିଛନ୍ତି ।

ପ୍ରାର୍ଥି ଲାଗି ପ୍ରସ୍ତୁତ ହେବାରୁ ଭୋଟର ତାଲିକାରୁ ନାଁ କାଟିଦେଲେ

ସୂଚନା ଅନୁଯାୟୀ କେଳାପଡା ପଞ୍ଚାୟତ କେଳାପଡା ଗ୍ରାମ ୩ ନଂ ୱାର୍ଡର ସଂଜୟ ପ୍ରଧାନଙ୍କ ସ୍ତ୍ରୀ ଯଶୋଦା ମାଝୀ । ପ୍ରତ୍ୟେକ ନିର୍ବାଚନରେ ନିଜ ମତ ସାବ୍ୟସ୍ତ କରି ଆସୁଥିଲେ । ଏବେ ପଂଚାୟତ ନିର୍ବାଚନ ସମୟ । ନିର୍ବାଚନରେ ଯଶୋଦା ପ୍ରାର୍ଥୀ ହେବା ପାଇଁ ପ୍ରସ୍ତୁତ ହେଉଥିଲେ । ଏଥିପାଇଁ ସମସ୍ତ କାଗଜପତ ଠିକ୍ ବି କରି ସାରିଥିଲେ । ହେଲେ ଶେଷରେ ଜାଣିବାକୁ ପାଇଲେ ତାଙ୍କର ଭୋଟର ଲିଷ୍ଟରେ ନାଁ ନାହିଁ । ଏ ସମ୍ପର୍କରେ ଯଶୋଦା କୁହନ୍ତି ତାଲିକାରୁ ମୋ ନାମକୁ ବାଦ ଦିଆଯାଇଛି । କେଳାପଡ଼ା ଦାୟିତ୍ୱରେ ଥିବା ବି.ଏଲ୍‌.ଓ ପ୍ରଫୁଲ୍ଲ ମଲ୍ଲିକ ଉଦ୍ଧେଶ୍ୟ ମୂଳକ ଭାବରେ ଭୋଟ ତାଲିକାରୁ ଜାଣିସୁଣି ମୋ ନାଁକୁ ବାଦ ଦେଇଛନ୍ତି । ଏହା ଦ୍ୱାରା ମୋର ସାମ୍ବିଧାନିକ ଅଧିକାର କ୍ଷୁର୍ଣ୍ଣ ହୋଇଛି ।

ନିର୍ବାଚନ ଅଧିକାରୀଙ୍କ ନିୟମ ଅନୁସାରେ ଭୋଟର ତାଲିକାରୁ ୭ନଂ ଫର୍ମରେ ପୁରଣ ସହ ମୋର ସ୍ୱୀକୃତି ଅନୁସାରେ ବାଦ ଦେବାକଥା । କିନ୍ତୁ କିଭଳି ଭାବରେ ମୋର ଅଜାଣତରେ ନାମ ଭୋଟର ତାଲିକାରୁ ବାଦ ପଡ଼ିଲା ତାହାର ତଦନ୍ତ କରିବାକୁ ଜିଲାପାଳଙ୍କୁ ଲିଖିତ ଭାବେ ଜଣାଇଛି ବୋଲି କହିଛନ୍ତି । ଏ ନେଇ ବିଏଲ୍‌ଓଙ୍କ ମତାମତ ନେବାରେ ସେ କହିଥିଲେ ଯେ ହେତୁ ସେ ଅନ୍ୟ ଓ୍ବାଡ଼ରେ ବିବାହିତ କରିଛନ୍ତି ସେଥି ପାଇଁ ନାମ କାଟି ଦିଆଯାଇଛି । କିନ୍ତୁ ଯଶୋଦା କହିଛନ୍ତି ମୋର ବାପ ଘର ଓ ଶାଶୁଘର ଗୋଟିଏ ଗ୍ରାମରେ ହେଇଥିଲେ ସୁଧା ମୋ ନ ଜଣାଇ କିପରି ବି.ଏଲ.ଓ ମୋ ନାମ ଭୋଟ ତାଲିକାରୁ କାଟିଦେଲେ ।

କନ୍ଧମାଳରୁ ସଞ୍ଜୟ ପାତ୍ର,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.