ETV Bharat / state

ସଫଳ ଉଦ୍ୟୋଗୀ ବନାନୀ ରାଣୀ, ବିଦେଶ ଯିବ ହାତ ତିଆରି ଶାଳ ଓ ଶିଆଳିପତ୍ର ଥାଳି

author img

By ETV Bharat Odisha Team

Published : Sep 23, 2023, 8:58 PM IST

ବିଦେଶ ଯିବ ଉଦ୍ୟୋଗୀ ବନାନୀ ରାଣୀଙ୍କ ହାତ ତିଆରି ଶାଳ ଓ ଶିଆଳିପତ୍ରର ଥାଳି। ଜର୍ମାନୀ, ୟୁରୋପ ଓ ଆମେରିକାକୁ ଯିବାକୁ ଅର୍ଡର ଆସିଛି। ଅଧିକ ପଢନ୍ତୁ

kandhamal entrepreneur Banani rani
kandhamal entrepreneur Banani rani
ବିଦେଶ ଯିବ ହାତ ତିଆରି ଶାଳ ଓ ଶିଆଳିପତ୍ର ଥାଳି

ଫୁଲବାଣୀ: ବାହାଘର ହେଉ କି ବ୍ରତଘର । ଭୋଜିଭାତର ଆସର ଜମିଲେ ଖୋଜା ପଡେ ଶାଳ ଓ ଶିଆଳିପତ୍ରର ଥାଳି । ଧିରେ ଧିରେ ଏହା ଲୋପ ପାଇବାକୁ ବସିଥିବା ଥିବା ଏହାକୁ ବ୍ୟବସାୟ ଭାବେଗ୍ରହଣ କରି ଜଣେ ସଫଳ ଉଦ୍ୟୋଗୀ ହୋଇ ପାରିଛନ୍ତି କନ୍ଧମାଳ ଜିଲ୍ଲା ଫୁଲବାଣୀର ବନାନୀ ରାଣୀ । ତାଙ୍କ ହାତ ତିଆରି ଇକୋ ଫ୍ରେଣ୍ଡଲି ଥାଳିର ଚାହିଦା ଏବେ ଢେର ଅଧିକା । ସେ ତିଆରି କରୁଥିବା ଶାଳ ଓ ଶିଆଳିପତ୍ରର ଥାଳି ଏବେ ବିଦେଶ ଯିବ । ଜର୍ମାନୀ, ୟୁରୋପ ଓ ଆମେରିକାକୁ ଯିବ ପରିବେଶକୁ ସୁହାଇଲା ଭଳି ଏହି ଇକୋ ଫ୍ରେଣ୍ଡଲି ଥାଳି । ଦିଲ୍ଲୀର ଜନତା ମଇଦାନରେ ଆୟୋଜିତ ଅନ୍ତର୍ଜାତୀୟ ପ୍ରଦର୍ଶନୀରେ ସାମିଲ ହୋଇଥିବା ବେଳେ ତାଙ୍କର ଶାଳ ଓ ଶିଆଳିପତ୍ରର ଥାଳି ବିଦେଶ ଯିବାକୁ ଅର୍ଡର ଆସିଛି।

2020 ମସିହାରେ ସାଇ ସ୍ଵପ୍ନା ୟୁନିଟ୍ ପ୍ରତିଷ୍ଠା କରି ପରିବେଶ ଅନୁକୂଳ ଖଲିପତ୍ର ବ୍ୟବସାୟ ଆରମ୍ଭ କରିଥିଲେ ବନାନୀ ରାଣୀ। ଏଥି ପାଇଁ ସେ ଏମ୍ଏସ୍ଏମ୍ଇ ପ୍ରଶିକ୍ଷଣ ନେଇଥିଲେ। ଶାଳ ଓ ଶିଆଳି ଖଲିପତ୍ର ଥାଳି, କପ୍ ପ୍ଲେଟ୍ ଓ ଦନା ପ୍ରସ୍ତୁତ ପାଇଁ ସେ ପାଞ୍ଚ ପ୍ରକାର ମେସିନ୍ କିଣିଥିଲେ । 2ଜଣ ମହିଳାଙ୍କୁ ନେଇ କ୍ଷୁଦ୍ର ଉଦ୍ୟୋଗ ଆରମ୍ଭ କରିଥିବା ବେଳେ ଏବେ 50 ଜଣ ମହିଳାଙ୍କ ତାଙ୍କ ନିକଟରେ କାମ କରି ସ୍ବାବଲମ୍ବୀ ହୋଇପାରିଛନ୍ତି। ଏଭଳି ବ୍ୟବସାୟ ଆରମ୍ଭ ପୂର୍ବରୁ ବନାନୀଙ୍କର ଉଦ୍ଦେଶ୍ୟ ଥିଲା ପରିବେଶ ଅନୁକୁଳ ଉଦ୍ୟୋଗ ପ୍ରତିଷ୍ଠା କରିବା ଏବଂ ଆଦିବାସୀ ମହିଳାଙ୍କୁ ଆତ୍ମନିର୍ଭର କରାଇବା ।

ବନାନୀଙ୍କ ସ୍ବାମୀ ଭବାନୀ ପ୍ରସନ୍ନ ମହାନ୍ତି ତାଙ୍କୁ ଏଥିରେ ସହାୟତା କରିଥାନ୍ତି। ବ୍ୟବସାୟ ସମ୍ପୂର୍ଣ୍ଣ ଅଣସଂଗଠିତ ଶ୍ରମିକଙ୍କ ଉପରେ ନିର୍ଭରଶୀନ । ଆଦିବାସୀ ମହିଳାମାନେ ଜଙ୍ଗଲରୁ ଶାଳ ଓ ଶିଆଳି ପତ୍ର ତୋଳି ବନାନୀଙ୍କ ମାନୁଫାକ୍ଚରିଂ ୟୁନିଟ୍ ପାଇଁ ଯୋଗାଇ ଥାନ୍ତି। ଆଦିବାସୀ ମହିଳାମାନେ ବନାନୀଙ୍କ ଏହି ୟୁନିଟ ରେ ପତ୍ର ସିଲେଇଠାରୁ ଆରମ୍ଭ କରି ଅଠା ଲଗାଇବା, କ୍ରିପ୍ ପେପର ବୋର୍ଡ କଟିଂ କରିବା ଏବଂ ମେସିନରେ ସିଲେଇ କରିବା ପର୍ଯ୍ୟନ୍ତ ସମସ୍ତ କାମ କରିଥାନ୍ତି । ଦିନକୁ ଆଠଘଣ୍ଟା ପରିଶ୍ରମ କରି ମହିଳା କର୍ମଚାରୀମାନେ ଘଣ୍ଟାକୁ ହଜାରେ ପେଟ୍ ଓ ଥାଳି ବାହାର କରନ୍ତି।

ଏହା ମଧ୍ୟ ପଢନ୍ତୁ-ନିଆରା ମୂର୍ତ୍ତି କାରିଗର 'ରେଣୁବାଳା', ମହିଳା ସଶକ୍ତିକରଣର ସାଜିଛନ୍ତି ଉଦାହରଣ

ବନାନୀ ବିବାହ ପରେ ସ୍ବାମୀଙ୍କ ସହ ମିଶି ନିଜସ୍ୱ ଉଦ୍ୟମରେ ଆରମ୍ଭ କରିଥିଲେ ଏହି ଉଦ୍ୟୋଗ । ବନାନୀ ଓଡ଼ିଆ ଭାଷା ସାହିତ୍ୟରେ ସ୍ନାତକ ଡିଗ୍ରି ହାସଲ କରିଥିଲେ। ସେ ଚାହିଁଥିଲେ ଶିକ୍ଷକତା କରିପାରିଥାନ୍ତେ । ମାତ୍ର, କାହା ଉପରେ ନିର୍ଭର ନହେବାକୁ ସେ ଏପରି ପ୍ରୟାସ ଆରମ୍ଭ କରିଥିଲେ। ବନାନୀ ମାଇକ୍ରୋ ବିଜ୍ (ମାନୁଫାକ୍ଚରିଂ ୟୁନିଟ୍) ପ୍ରତିଷ୍ଠା କଲେ । 2020 ମସିହାରେ ସାଇସ୍ଵପ୍ନା ୟୁନିଟ୍ ପ୍ରତିଷ୍ଠା କରି ପରିବେଶ ଅନୁକୁଳ ଖଲିପତ୍ର ବ୍ୟବସାୟ ଅପଣାଇ ନେଲେ । ଏହି ୟୁନିଟ୍ ଆରମ୍ଭ କରିବା ପୂର୍ବରୁ ବନାନୀ ଏମ୍ଏସ୍ଏମ୍ଇ ପ୍ରଶିକ୍ଷଣ ନେଇଥିଲେ। ସେହିଭଳି ସେ ଷ୍ଟେଟ୍ ବ୍ୟାଙ୍କ ରୁ ଲୋନ୍ ନେଇ ଜିଲ୍ଲା ଶିଳ୍ପକେନ୍ଦ୍ରର ସାହାଯ୍ୟ ପ୍ରୋତ୍ସାହନ ଦ୍ଵାରା ଏହି ଉଦ୍ୟୋଗ ଆରମ୍ଭ କରିଥିଲେ । କରୋନା ମହାମାରୀ ସମୟରେ ସବୁକିଛି ଅଟକି ଯାଇଥିବାବେଳେ ବନାନୀଙ୍କର ଏହି ପରିବେଶ ଅନୁକୁଳ ଖଲିପତ୍ର ବ୍ୟବସାୟ କିନ୍ତୁ ଅଟକି ଯାଇ ନଥିଲା।

ତାଙ୍କର ଉତ୍ପାଦଗୁଡ଼ିକ ବିଶେଷକରି ପରିବେଶ ଅନୁକୁଳ ଏବଂ ବାୟୋ ଡିଗ୍ରେଡେବୁଲ ହୋଇଥିବାରୁ ଏହାର ଚାହିଦା ଅଧିକ ରହିଛି। ବିଶେଷକରି ଜର୍ମାନୀ, ୟୁରୋପ ଓ ଆମେରିକାକୁ ତାଙ୍କ ଉପାଦ ଯିବାକୁ ଅର୍ଡର ଆସିଛି । ବନାନୀ ଅଧିକ ଲାଭ ଆଶାରେ ଏ ବ୍ୟବସାୟ କରୁନାହାନ୍ତି । ସେ ବଜାର ମୂଲ୍ୟରୁ ନିଜ ଉତ୍ପାଦକୁ କମ୍ ଦରରେ ସ୍ଥାନୀୟ ମାର୍କେଟ୍‌ରେ ବିକ୍ରି କରିଥାନ୍ତି । ତାଙ୍କର ଉତ୍ପାଦ ଦିଲ୍ଲୀର ଜନତା ମଇଦାନରେ ପ୍ରଦର୍ଶନୀ ମଧ୍ଯ ହୋଇସାରିଛି। ଏଥିପାଇଁ ତାଙ୍କୁ କେନ୍ଦ୍ର ସରକାରଙ୍କ ଏମ୍ଏସ୍ଏମ୍ଇ ମନ୍ତ୍ରଣାଳୟ ପକ୍ଷରୁ ଚିଠି ଆସି ଥିଲା । ନିଜେ ସଂଘର୍ଷ କରି ବନାନୀ ପୁଅ କିରଣ କୁମାର ମହାନ୍ତିଙ୍କୁ ଓଡ଼ିଶା ପ୍ରାଶାସନିକ ସେବାର ଅଧିକାରୀ ମଧ୍ଯ କରାଇ ପାରିଛନ୍ତି ।

ଜଣେ ମହିଳା କର୍ମଚାରୀ କହିଛନ୍ତି, "ସାଇ ସ୍ବପ୍ନା ଉଦ୍ୟୋଗରେ ଆମେ କାମ କରୁଛୁ। ଖଲି , ଦନା, ବଫେଇ ପ୍ଲେଟ ତିଆରି କରୁଛୁ। ପତ୍ରକୁ ସୁଖାଇବାପରେ ମେସିନରେ ସିଲାଇ ଦେଉଛୁ। ପରେ ତାଙ୍କୁ ପ୍ୟାକିଙ୍ଗ କରାଯାଉଛି। 4 ବର୍ଷ ହେଲାଣି ଆମେ ଏଠି କାମ କରୁଛୁ। ମାସକୁ 3ରୁ 4 ହଜାର ରୋଜଗାର ହେଉଛି।"

ଇଟିଭି ଭାରତ, କନ୍ଧମାଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.