ETV Bharat / state

ପ୍ରସ୍ତାବିତ ରେଳଲାଇନରୁ ବାଦ ପଡ଼ିଲା ଫୁଲବାଣୀ, ପ୍ରତିବାଦରେ କନ୍ଧମାଳ ବିକାଶ ପରିଷଦର ବନ୍ଦ ଡାକରା - ରେଳଲାଇନରୁ ଫୁଲବାଣୀକୁ ବାଦ

ପ୍ରସ୍ତାବିତ ରେଳଲାଇନ ପ୍ରକଳ୍ପରୁ ଫୁଲବାଣୀକୁ ବାଦ ଦିଆଯାଇଥିବା ପ୍ରତିବାଦରେ କନ୍ଧମାଳ ବନ୍ଦ ଡାକରା ଦେଇଛି କନ୍ଧମାଳ ବିକାଶ ପରିଷଦ । ଅଧିକ ପଢନ୍ତୁ

kandhamal bikash parishad calls for bandh

author img

By ETV Bharat Odisha Team

Published : Nov 8, 2023, 7:23 AM IST

Updated : Nov 8, 2023, 10:52 AM IST

kandhamal bikash parishad calls for bandh

ଫୁଲବାଣୀ: କନ୍ଧମାଳ ବନ୍ଦ ଡାକରା ଦେଲା କନ୍ଧମାଳ ବିକାଶ ପରିଷଦ । ପ୍ରସ୍ତାବିତ ରେଳଲାଇନ ପ୍ରକଳ୍ପରୁ ଫୁଲବାଣୀକୁ ବାଦ ଦିଆଯାଇଥିବା ପ୍ରତିବାଦରେ ଆସନ୍ତା 10 ତାରିଖରେ 12 ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି । ସକାଳ 6 ରୁ ସନ୍ଧ୍ୟା 6 ଟା ପର୍ଯ୍ୟନ୍ତ 12 ଘଣ୍ଟିଆ ବନ୍ଦ ପାଳନ କରାଯିବ । ଜରୁରୀକାଳୀନ ସେବାକୁ ଛାଡ଼ି ସବୁ ଅଖଚକ ବନ୍ଦ ରହିବ ବୋଲି ବିକାଶ ପରିଷଦ ପକ୍ଷରୁ ଫୁଲବାଣୀ ଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରାଯାଇଛି ।

ତେବେ ଏନେଇ ପରିଷଦର ସଭାପତି ଗୋଲକ ବିହାରୀ କହଁର କହିଛନ୍ତି ଯେ, "ଜିଲ୍ଲାବାସୀଙ୍କ ବହୁ ଦାବି ପରେ କେନ୍ଦ୍ର ସରକାର ଜିଲ୍ଲାର ବିକାଶ ପାଇଁ ଗୋପାଳପୁର-ସମ୍ବଲପୁର ରେଳଲାଇନକୁ ଅନୁମୋଦନ କରିଛନ୍ତି । ହେଲେ ଯେଉଁ ରେଳ ଲାଇନଟି କନ୍ଧମାଳ ଜିଲ୍ଲା ସଦର ମହକୁମା ଫୁଲବାଣୀ ଦେଇ ଯିବା ପାଇଁ ପ୍ରସ୍ତାବ ରହିଛି । କିନ୍ତୁ ଏହି ରେଳଲାଇନର ସର୍ଭେ କାର୍ଯ୍ୟ କରୁଥିବା ଓରିଡଲ ସଂସ୍ଥା ପ୍ରସ୍ତାବିତ ରେଳଲାଇନ ମ୍ୟାପ୍‌ରୁ ଫୁଲବାଣୀକୁ ବାଦ ଦେଇଛି । ତେଣୁ ଏହାକୁ ବିରୋଧ କରିଛି କନ୍ଧମାଳ ବିକାଶ ପରିଷଦ।"

ସେ ଆହୁରି ମଧ୍ୟ କହିଛନ୍ତି, ଯେ ପର୍ଯ୍ୟନ୍ତ ଜିଲ୍ଲାକୁ ରେଳଲାଇନ ସଂଯୋଗ ହୋଇନି ସେପର୍ଯ୍ୟନ୍ତ କନ୍ଧମାଳ ବିକାଶ ପରିଷଦ ଆନ୍ଦୋଳନ ଜାରି ରଖିବ । ଏହି ଆନ୍ଦୋଳନକୁ ଜିଲ୍ଲାର ସ୍ବାର୍ଥ ପାଇଁ ଜନସାଧାରଣ ସହଯୋଗ କରିବେ । ପୂର୍ବରୁ ଏହି ଆନ୍ଦୋଳନକୁ ନେଇ ବାରମ୍ବାର ଜିଲ୍ଲାପାଳଙ୍କୁ ଦାବି କରିଥିଲୁ । ହେଲେ କୌଣସି ସୁଫଳ ମିଳିଲା ନାହିଁ । ତେଣୁ ବାଧ୍ୟ ହୋଇ ଆନ୍ଦୋଳନର ଡାକରା ଦେଇଛୁ ।

ଏହା ମଧ୍ୟ ପଢନ୍ତୁ-ଜଗତସିଂହପୁରରେ ଜୋର ଧରିଲା ମେଡ଼ିକାଲ କଲେଜ ପ୍ରତିଷ୍ଠା ଦାବି, 7ରେ ଜିଲ୍ଲା ବନ୍ଦ ଡାକରା

ପ୍ରଥମେ ଯେତେବେଳେ ରେଳଲାଇନ ମ୍ୟାପ୍‌ କରାଗଲା ସେତେବେଳେ କନ୍ଧମାଳ ଥିଲା ହେଲେ ଦ୍ବିତୀୟ ଥର ଯେଉଁ ମ୍ୟାପ କରାଯାଇଛି ସେଥିରୁ କନ୍ଧମାଳକୁ ବାଦ ଦିଆଯାଇଛି । ଗୋଟିଏ ପଟେ ଭାରତ ସରକାର ଆଦିବାସୀଙ୍କ ବିକାଶ ପାଇଁ ରେଳଲାଇନ କନ୍ଧମାଳ ଫୁଲବାଣୀକୁ ସଂଯୋଗ କରୁଥିବା ବେଳେ ଅନ୍ୟପଟେ ଓଡିଶା ସରକାର ଅଧିନରେ ଚାଲିଥିବା ଓରିଡିଲ ସଂସ୍ଥା ରେଳଲାଇନ ମ୍ୟାପ୍‌ରୁ ଫୁଲବାଣୀକୁ ବାଦ ଦେଇଛି ବୋଲି ଗୋଲକ ବିହାରୀ କହିଛନ୍ତି । ତେବେ ଏହି ସାମ୍ବାଦିକ ସମ୍ବିଳନୀରେ ବିକାଶ ପରିଷଦର ସଭାପତି ଗୋଲକ ବିହାରୀ କହଁର, ସମ୍ପାଦକ ଜଗନ୍ନାଥ ସାହୁ, ଉପ-ସଭାପତି ଶିବାଶିଷ ପଣ୍ଡା, ସଦସ୍ୟ ସୁଧାଂଶୁ ଗୁରୁ, ଗୌତମ ମଲ୍ଲିକ ଏବଂ ଆଇନଜୀବୀ ସଂଜିତ ପାତ୍ର ପ୍ରମୁଖ ଉପସ୍ଥିତ ରହିଥିଲେ । ଅନ୍ୟପଟେ ବନ୍ଦକୁ ସଫଳ କରିବା ପାଇଁ କର୍ମକର୍ତ୍ତାଙ୍କୁ ଆହ୍ବାନ ଦେଇଛି ବିକାଶ ପରିଷଦ ।

ଇଟିଭି ଭାରତ, ଫୁଲବାଣୀ

Last Updated : Nov 8, 2023, 10:52 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.