ଫୁଲବାଣୀ: କନ୍ଧମାଳ ଜିଲ୍ଲା ତାଇକୋଣ୍ଡୋ ସଙ୍ଘ ତରଫରୁ ଆନ୍ତଃଜିଲ୍ଲା ତାଇକୋଣ୍ଡୋ (Taekwondo Competition) ଖେଳ ପରିଚାଳନାରେ 3ଜଣ ରେଫ୍ରୀ ପାଇଁ ମନୋନୀତ ହୋଇଛନ୍ତି । ଅନ୍ତର୍ଜାତୀୟ କୋଚ୍ ଏବଂ ଓଡିଶା ତାଇକୋଣ୍ଡୋ ସଂଘର ସଦସ୍ୟ ପ୍ରଭାତ କୁମାର ସାହୁ ସମେତ ଦୁଇ ବାଳିକା ରେଫ୍ରୀ ଭାବେ ଏହି ପ୍ରତିଯୋଗୀତାରେ ସାମିଲ ହେବେ । ଚଳିତ ମାସ ଜୁନ ୨୪ଠାରୁ ୨୬ରିଖ ପର୍ଯ୍ୟନ୍ତ ପୁରୀ ଜିଲ୍ଲା ତାଇକୋଣ୍ଡୋ ପ୍ରତିଯୋଗିତାରେ କନ୍ଧମାଳ ଜିଲ୍ଲା ତାଇକୋଣ୍ଡୋ ସଙ୍ଘର ସମ୍ପାଦକ ତଥା ଅନ୍ତର୍ଜାତୀୟ କୋଚ୍ ଏବଂ ଓଡିଶା ତାଇକୋଣ୍ଡୋ ସଂଘର ସଦସ୍ୟ ପ୍ରଭାତ କୁମାର ସାହୁଙ୍କୁ ଖେଳ ନିର୍ଦ୍ଦେଶକ ଭାବେ ମନୋନୀତ କରାଯାଇଛି ।
ସେଥିମଧ୍ୟରୁ କନ୍ଧମାଳ ଜିଲ୍ଲାର ଯୁକ୍ତା ଯଶିକା ଜେନା ଓ ଅପୂର୍ବା ଆର୍ଯ୍ୟଙ୍କୁ ଖେଳର ରେଫ୍ରୀ ଭାବେ ମନୋନୀତ ହୋଇଛନ୍ତି । ଏଥିପାଇଁ ପ୍ରଭାତ ଏବଂ ଜିଲ୍ଲାର ସମସ୍ତ ଖେଳାଳିମାନେ ମନମୋହନ ଭଞ୍ଜ ଓଡିଶା ତାଇକୋଣ୍ଡୋ ସଂଘର ସମ୍ପାଦକଙ୍କୁ ଗଭୀର କୃତଜ୍ଞତା ଜଣାଇଛନ୍ତି ।
ଇଟିଭି ଭାରତ, କନ୍ଧମାଳ