ETV Bharat / state

ଗଞ୍ଜେଇ ଚୋରା ଚାଲଣ ଯୋଜନା ପଣ୍ଡ ,୧୨ କୁଇଣ୍ଟାଲ ୪୮ କେଜି ଗଞ୍ଜେଇ ଜବତ

author img

By

Published : Mar 5, 2023, 9:24 PM IST

ମାଓ ପ୍ରବଣ କନ୍ଧମାଳ ଜିଲ୍ଲାରେ ମାତିଛନ୍ତି ଗଞ୍ଜେଇ ମାଫିଆ । ୨ କୁଇଣ୍ଟାଲ ୪୮ କେଜି ଗଞ୍ଜେଇ ଚୋରା ଚାଲଣ ଯୋଜନା ପଣ୍ଡ କଲା ଗୋଛାପଡା ପୋଲିସ । ଅଧିକ ପଢ଼ନ୍ତୁ

ମାଓ ପ୍ରବଣ କନ୍ଧମାଳ ଜିଲ୍ଲାରେ ମାତିଛନ୍ତି ଗଞ୍ଜେଇ ମାଫିଆ

ମାଓ ପ୍ରବଣ କନ୍ଧମାଳ ଜିଲ୍ଲାରେ ମାତୁଛନ୍ତି ଗଞ୍ଜେଇ ମାଫିଆ

ଫୁଲବାଣୀ: ଗଞ୍ଜେଇ ଚୋରା ଚାଲଣ ଯୋଜନା ପଣ୍ଡ କଲା ଗୋଛାପଡା ପୋଲିସ । ଦୁଇଟି ପିକ୍‌ଅପ୍‌ ଭ୍ୟାନରୁ ଗଞ୍ଜେଇ ଜବତ ହୋଇଥିବା ବେଳେ ଜଣେ ଗିରଫ ହୋଇଛି । ତେବେ ୩ ଜଣ ଗଞ୍ଜେଇ ମାଫିଆ ଫେରାର ହୋଇଯାଇଥିବା ସୂଚନା ଦେଇଛି ଗୋଛାପଡା ପୋଲିସ । ତେବେ କନ୍ଧମାଳ ଜିଲ୍ଲାର ଅନ୍ୟତମ ମାଓ ଅଧ୍ୟୁଷିତ ଇଲାକା ହୋଇଥିବା ବେଳେ ଗଞ୍ଜେଇ ମାଫିଆମାନଙ୍କ ଆଡ୍ଡା ସ୍ଥଳୀ କୁହାଯାଉଥିବା ଗୋଛାପଡା ଥାନା ଅଞ୍ଚଳରେ ବାରମ୍ବାର ପୋଲିସର ଅତର୍କିତ ଚଢ଼ାଉ ଜାରି ରହିଛି । ଏହାସତ୍ତ୍ୱ ଗଞ୍ଜେଇ ଚୋରା ଚାଲାଣ କରିବାକୁ ପଛାଉ ନାହାନ୍ତି ମାଫିଆ । ପୋଲିସର ଡ୍ରାଇଭ୍‌ ବେଳେ ଏମାନେ ଗିରଫ ମଧ୍ୟ ହେଉଛନ୍ତି ।

ବଡ଼ବଡ଼ ମାଫିଆ ଧରା ହୋଇ ଜେଲ୍‌ ହାଜତକୁ ପଠା ଯାଉଥିବା କୁଇଣ୍ଟାଲ କୁଇଣ୍ଟାଲ ଗଞ୍ଜେଇ ମଧ୍ୟ୍ୟ ଜବତ କରୁଛି ପୋଲିସ । ଜିଲ୍ଲା ପୋଲିସର ଅତର୍କିତ ଚଢାଉ ହେବା ପରେ ମଧ୍ୟ ଗଞ୍ଜେଇ କାରବାର ଥମିବାର ମଧ୍ୟ ନାଁ ଧରୁନି । ତେବେ ଏହାରି ମଧ୍ୟରେ ପୁଣି ଗୋଛାପଡା ପୋଲିସକୁ ମିଳିଛି ଏକ ବଡ଼ ସଫଳତା । ସୂଚନା ଅନୁସାରେ ଗତକାଲି(ଶନିବାର) କୌଣସି ସୂତ୍ରରୁ ଖବର ପାଇଁ ଗୋଛାପଡା ଥାନା ଅଧିକାରୀ ରଞ୍ଜିତ କୁମାର ମୁନିଙ୍କ ନେତୃତ୍ୱରେ ଏକ ଟିମ୍‌ ଲୋଇସିଂ ପଞ୍ଚାୟତ ରୁକପଦର ଘାଟି ନିକଟରେ ଗଞ୍ଜେଇ ଚାଲାଣ ପାଇଁ ପ୍ରସ୍ତୁତି ଚଲାଇଥିବା ବେଳେ ପୋଲିସ ରେଡ୍ କରିଥିଲା ।

ପୋଲିସର ଅତର୍କିତ ଚଢ଼ାଉକୁ ଦେଖି ମାଫିଆମାନେ ଫେରାର ହୋଇ ଯାଇଥିବା ବେଳେ କେବଳ ଜଣେ ମାଫିଆ ସହ ଦୁଇଟି ଗଞ୍ଜେଇ ବୋଝେଇ ପିକ୍‌ଅପ୍‌ ଗାଡି ଜବତ କରିଥିଲା ପୋଲିସ । ଉକ୍ତ ଗାଡ଼ିରୁ ୧୨ କୁଇଣ୍ଟାଲ ୪୮କେଜି ଗଞ୍ଜେଇ କୁ ଜବତ କରିବାରେ ସଫଳ ହୋଇଛି ପୋଲିସ । ଗିରଫ ମାଫିଆ ଜଣକ ବୌଦ୍ଧ ଜିଲ୍ଲା କଣ୍ଟାମାଳ ଥାନା କାମଘାଟ ଗାଁ ର ପ୍ରଦୀପ ପାଦଛାଟ ବୋଲି ଜଣା ପଡିଥିବା ବେଳେ ସେ ଜଣେ ପେସାଦାର ଗଞ୍ଜେଇ ମାଫିଆ ବୋଲି ପୋଲିସ କହିଛି ।

ଘଟଣା ସ୍ଥଳରୁ ୩ ଜଣ ଫେରାର ହୋଇଯାଇଥିବା ସୂଚନା ମିଳିଛି । ଅନ୍ୟପଟେ ଜବତ ହୋଇଥିବା ପିକ୍‌ଅପ୍‌ ଗାଡିମାନଙ୍କ ମଧ୍ୟରେ ଗୋଟିଏ ଗାଡିର କୌଣସି ନମ୍ବର ନଥିବା ବେଳେ ଅନ୍ୟ ଗାଡିର ନମ୍ବର ଅଛି । ଏହି ଘଟଣାକୁ ନେଇ ଗୋଛାପଡା ଥାନାରେ ଏକ ମାମଲା ରୁଜୁ କରି ଅଭିଯୁକ୍ତ ମାଫିଆକୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିବା ଅନ୍ୟ ମାଫିଆମାନଙ୍କୁ ଖୁବଶୀଘ୍ର ଧରାଯିବ ବୋଲି କହିଛନ୍ତି ଥାନା ଅଧିକାରୀ ରଞ୍ଜିତ କୁମାର ମୁନି ।

ଇଟିଭି ଭାରତ, ଫୁଲବାଣୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.