ETV Bharat / state

ନାବାଳିକାଙ୍କୁ ଅସଦାଚରଣ ମାମଲା, ଦୁଇ ଅଭିଯୁକ୍ତଙ୍କୁ ୫ ବର୍ଷ ଲେଖାଏଁ ଜେଲ

ନାବାଳିକାକୁ ଅସଦାଚରଣ ମାମଲାରେ ଜେଲ ଦଣ୍ଡ ଶୁଣାଇଛନ୍ତି କୋର୍ଟ । ୨୦୧୮ ମସିହାର ଏକ ନାବାଳିକାକୁ ଅସଦାଚରଣ ମାମଲାରେ ଦୁଇ ଜଣ ଅଭିଯୁକ୍ତଙ୍କୁ ୫ ବର୍ଷ ଜେଲ ଦଣ୍ଡାଦେଶ ଦେଇଛନ୍ତି । ଅଧିକ ପଢନ୍ତୁ

author img

By

Published : Dec 1, 2022, 10:56 AM IST

ନାବାଳିକାଙ୍କୁ ଅସଦାଚରଣ ମାମଲା
ନାବାଳିକାଙ୍କୁ ଅସଦାଚରଣ ମାମଲା

ଫୁଲଵାଣୀ: ୨୦୧୮ ମସିହାର ଏକ ନାବାଳିକାକୁ ଅସଦାଚରଣ ମାମଲାର ଶୁଣାଣି କରିଛନ୍ତି କୋର୍ଟ । ବୁଧବାର ଫୁଲଵାଣୀ ସ୍ବତନ୍ତ୍ର ଫାଷ୍ଟଟ୍ରାକ କୋର୍ଟ ବିଚାରପତି ଦୁଇ ଜଣ ଅଭିଯୁକ୍ତଙ୍କୁ ୫ ବର୍ଷ ଜେଲ ଦଣ୍ଡାଦେଶ ଦେଇଛନ୍ତି । ଅଭିଯୁକ୍ତ ଦୁଇଜଣ ହେଲେ ଜିତୁ ଦିଗାଲ ଓ ବାଦଲ ଦିଗାଲ ।

ଏହା ମଧ୍ୟ ପଢନ୍ତୁ: ଅଭିଳାଷଙ୍କୁ 12 ଘଣ୍ଟା ଜେରା, ଖଗେଶ୍ବର ଓ ଅର୍ଚ୍ଚନାର ଖୋଲିଲେ ଗୁମର

ସୂଚନା ଅନୁସାରେ, ଗତ ୨୦୧୮ ମସିହାରେ ଜନୈକା ନାବାଳିକା ଏକ ଅଟୋ ରିକ୍ସାରେ ଫୁଲବାଣୀରୁ ଖଜୁରୀପଡା ଆଡକୁ ଯାଉଥିବା ବେଳେ ସେହି ଗାଡିରେ ଯାଉଥିବା ଜିତୁ ଓ ବାଦଲ ନାବାଳିକାଙ୍କୁ ଜୋର ଜବରଦସ୍ତ ଗୁଦାରୀ ଏୟାର ଷ୍ଟ୍ରିପକୁ ନେଇ ସେଠାରେ ଅସଦାଚରଣ କରିଥିଲେ । ଏନେଇ ଖଜୁରୀପଡା ଥାନାରେ ଅଭିଯୋଗ ହେବା ପରେ ପୋଲିସ କେସ ନଂ ୪୦/୧୮ ରୁଜୁ କରି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଥିଲେ ।

ବୁଧବାର ଏହି ମାମଲାର ଶୁଣାଣି କରି ସ୍ବତନ୍ତ୍ର ଫାଷ୍ଟ ଟ୍ରାକ କୋର୍ଟ ବିଚାରପତି ଭାଷ୍କର ଚନ୍ଦ୍ର ସାହୁ ଅଭିଯୁକ୍ତ ମାନଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ଉପରୋକ୍ତ ଦଣ୍ଡ ଶୁଣାଇଛନ୍ତି । ମାମଲାଟିକୁ ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ପିପି ବନମାଳୀ ବେହେରା ପରିଚାଳନା କରିଥିଲେ ।

ଇଟିଭି ଭାରତ, କନ୍ଧମାଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.