ଫୁଲବାଣୀ: କୋରୋନା କଟକଣା ଖିଲାପକାରୀଙ୍କ ବିରୋଧରେ କନ୍ଧମାଳରେ ଆରମ୍ଭ ହୋଇଛି ବ୍ୟାପକ କାର୍ଯ୍ୟାନୁଷ୍ଠାନ । 6ଟି ଥାନା ଅଞ୍ଚଳରେ ମୋଟ 22 ଜଣଙ୍କୁ ଗିରଫ କରାଯାଇଥିବା ବେଳେ 8 ଜଣଙ୍କୁ ମେଡିକାଲ ଆଇସୋଲେସନରେ ଭର୍ତ୍ତି କରାଯାଇଛି।
କନ୍ଧମାଳ ଜିଲ୍ଲାରେ କୋରୋନା କଟକଣା କଡାକଡି କରାଯିବା ସହ ଆରମ୍ଭ ହୋଇଛି କାର୍ଯ୍ୟାନୁଷ୍ଠାନ । ଗୋଟିଏ ଦିନରେ ଜିଲ୍ଲାର 6 ଟି ଥାନା ଅଞ୍ଚଳରେ କଟକଣା ଉଲ୍ଲଘଂନକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଜିଲ୍ଲା ପୋଲିସ୍ ।
2ଟି ବିବାହ ବନ୍ଦ କରି ବରକୁ ଗିରଫ କରିଥିବା ବେଳେ ମୋଟ 22 ଜଣଙ୍କୁ ଗିରଫ କରିଛି ପୋଲିସ୍। ଫିରିଙ୍ଗିଆ ନୂଆପଡାରେ ବିବାହ ଭୋଜି କରି ପ୍ରାୟ 80ରୁ ଅଧିକ ସମାଗମ ହୋଇଥିବା ବେଳେ ବର ପରମେଶ୍ଵର ଭୁକ୍ତାକୁ ଗିରଫ କରାଯାଇଛି ।
ସେହିପରି ଟିକାବାଲିରେ କଟକଣା ନମାନି ଦୋକାନ ଖୋଲିଥିବାରୁ 7 ଜଣଙ୍କୁ ଗିରଫ କରିଛି ପୋଲିସ୍ । ସଦର ଥାନା ଆମ୍ବପଡା ଛକରେ ଜଣେ ହୋଟେଲ ଦୋକାନୀକୁ ଗିରଫ କରିଛି ପୋଲିସ୍ । କୋଟଗଡ ବିଡିଓଙ୍କ ରିପୋର୍ଟ ଭିତ୍ତିରେ ଏକ ମାମଲା ରୁଜୁ କରି ସେଠାର ମେଡିକାଲର ଆଇସୋଲେସନରେ 8 ଜଣକୁ ଭର୍ତ୍ତି କରିଛି ପୋଲିସ୍ । ଫୁଲବାଣୀ ଟାଉନ ଥାନା ପୋଲିସ୍ ସହରରେ ଦୋକାନ ଖୋଲିଥିବା 11 ଗିରଫ କରିଛି।
କୋରୋନା କଟକଣା ଖିଲାପକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ଜାରି ରହିବ ବୋଲି ଜିଲ୍ଲା ପ୍ରଶାସନ ସତର୍କ କରାଇଦେଇଛି। ଜିଲ୍ଲାରେ ସୋମବାର ସୁଦ୍ଧା 3,960 ଜଣ ହୋମ୍ କ୍ବାରେଣ୍ଟାଇନରେ ଥିବାବେଳେ 16 ଜଣଙ୍କୁ ମେଡିକାଲ ଆଇସୋଲେସନରେ ରଖାଯାଇଛି ।
କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ