ETV Bharat / state

କନ୍ଧମାଳରେ ଗଞ୍ଜେଇ ଚାଲାଣ କରି 4 ଗିରଫ - କନ୍ଧମାଳ ଗଞ୍ଜେଇ ଚାଲାଣ

କନ୍ଧମାଳ ଜିଲ୍ଲାର ଫିରିଙ୍ଗିଆ ଥାନା ଅଞ୍ଚଳରୁ ଗଞ୍ଜେଇ ଚୋରା ଚାଲାଣ ବେଳେ ଗଞ୍ଜେଇ ସହ 4 ଚାଲାଣକାରୀଙ୍କୁ ଗିରଫ କରିଛି ପୋଲିସ୍ । ଅଧିକ ପଢନ୍ତୁ...

cannabis-smuggling-in-kandhamal-district-4-arrested
ଗଞ୍ଜେଇ ଚାଲାଣ, 4 ଗିରଫ
author img

By

Published : Jul 10, 2020, 11:13 PM IST

କନ୍ଧମାଳ: ଜିଲ୍ଲାର ଫିରିଙ୍ଗିଆ ଥାନା ଅଞ୍ଚଳରୁ ଗଞ୍ଜେଇ ଚୋରା ଚାଲାଣ ବେଳେ ଗଞ୍ଜେଇ ସହ 4 ଚାଲାଣକାରୀଙ୍କୁ ଗିରଫ କରିଛି ପୋଲିସ୍ । କୁଇଣ୍ଟାଲରୁ ଅଧିକ ଗଞ୍ଜେଇ ଜବତ କରିଛି ପୋଲିସ୍ । ଉବେର କାରରେ ପୋଲିସକୁ ଚକମା ଦେଇ ରାଜଧାନୀକୁ ଚାଲାଣ କରୁଥିଲେ ।

ଗଞ୍ଜେଇ ଚାଲାଣ, 4 ଗିରଫ

ଏକ ଉବେର କାରରେ ଗଞ୍ଜେଇ ଚାଲାଣ ହେଉଥିବା ବେଳେ ଫିରିଙ୍ଗିଆ ପୋଲିସ ଗଞ୍ଜେଇ ମାଫିଆକୁ ଧରିଛି। ସୂଚନା ଅନୁସାରେ ଏକ କାରରେ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ଖବର ପାଇ ଆଇଆଇସି ପି ଶ୍ୟାମ ସୁନ୍ଦର ରାଓ ନିଜର ଏକ ପୋଲିସ ଟିମକୁ ଆଗରୁ ପବିଙ୍ଗିଆ ଠାରେ ମୁତୟନ କରିଥିଲେ। ଥାନା ଏସଆଇଙ୍କ ନେତୃତ୍ୱରେ ପୋଲିସ ପବିଙ୍ଗିଆ ଠାରେ ରାସ୍ତାରେ ଯାତାୟାତ କରୁଥିବା ଗାଡି ଗୁଡିକୁ ଯାଞ୍ଚ କରୁଥିବା ବେଳେ ଗଞ୍ଜେଇ ନେଇ ଯାଉଥିବା ଏକ ଧଳା ରଙ୍ଗର ଟାଟା ଜେଷ୍ଟ କାରକୁ ଅଟକେଇ ସେଥିରୁ 3ଟି ବସ୍ତାରେ ଥିବା ୧୦୧ କେଜି ୯୦୦ ଗ୍ରାମ ଗଞ୍ଜେଇ ଜବତ କରିଥିଲେ ।

ଘଟଣାରେ ୪ ଜଣକୁ ଗିରଫ କରି କେଶ ନମ୍ବର ୫୭/୨୦ ଫିରିଙ୍ଗିଆ ଥାନାରେ ଏକ ମାମଲା ରୁଜୁ କରିଛନ୍ତି । ଗିରଫ ମାନେ ହେଲେ କେ. ନୂଆଗା ଥାନା ଅନ୍ତର୍ଗତ ରାଜଘର ଗାଁର ଅମନ ଓ ଜୋସୟ ଦିଗାଲ ଏବଂ ଫିରିଙ୍ଗିଆ ଥାନା ଅଞ୍ଚଳର କୁଦୁର୍ଲା ଗାଁର ଜିତେନ୍ଦ୍ର ଓ ମନୋଜ ଦିଗାଲ। ସମସ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି ଏବଂ ଜାମିନ ନାମଞ୍ଜୁର ହେବା ପରେ ଅଭିଯୁକ୍ତମାନେ ଜେଲ ହାଜତକୁ ଯାଇଛନ୍ତି ।

କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.