ETV Bharat / state

ବର୍ଷାରେ ଭାଙ୍ଗିଲା ପୋଲ, କନ୍ଧମାଳରେ ବହୁ ଗାଁ ଜଳବନ୍ଦୀ

କନ୍ଧମାଳ ଜିଲ୍ଲାରେ ଲଘୁଚାପ ଜନିତ ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ପ୍ରବଳ ବର୍ଷାରେ ଜିଲ୍ଲାର ବୃତଙ୍ଗ ନଦୀ ଏବଂ ବାଘ ନଦୀର କାଠ ପୋଲ ଭାସିଯିବାରୁ କେତେକ ଗ୍ରାମ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଇଛି । ଅଧିକ ପଢ଼ନ୍ତୁ

author img

By

Published : Aug 15, 2022, 9:56 AM IST

bridge broke in kandhamal due to heavy rainfall
ବର୍ଷାରେ ଭାଙ୍ଗିଲା ପୋଲ, କନ୍ଧମାଳରେ ଜଳବନ୍ଦୀ ସମସ୍ୟା

ଫୁଲବାଣୀ: ଲଘୁଚାପ ଜନିତ ପ୍ରବଳ ବର୍ଷା ଯୋଗୁଁ କନ୍ଧମାଳ ଜିଲ୍ଲାରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ଗତ ତିନିଦିନ ଧରି ଜିଲ୍ଲାରେ ଲଗାଣ ବର୍ଷା ଜାରି ରହିଛି । ଏଥିପାଇଁ ତଳିଆ ଅଞ୍ଚଳଗୁଡ଼ିକ ଅଧିକ ପ୍ରଭାବିତ ହୋଇଛି । ବିଶେଷ କରି ଚକାପାଦ ଏବଂ ଫିରିଙ୍ଗିଆ ବ୍ଲକରେ ବିଶେଷ ପ୍ରଭାବ ପରିଲକ୍ଷିତ ହୋଇଛି । ଅଧିକାଂଶ ସ୍ଥାନରେ ନଦୀ ଉପରେ ପୋଲ ନ ଥିବାରୁ ଜଳବନ୍ଦୀ ସମସ୍ୟା ଦେଖାଦେଇ ଲୋକେ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇ ରହିଛନ୍ତି ।

କନ୍ଧମାଳରେ ଜଳବନ୍ଦୀ ସମସ୍ୟା

ଚକାପାଦ ବ୍ଲକ ଅଞ୍ଚଳର ସାହି ଭିତରେ ବର୍ଷା ପାଣି ଲହଡ଼ି ମାରିବା ସହିତ ବହୁ ଲୋକଙ୍କ ଘରେ ବର୍ଷା ପାଣି ପଶିଯାଇଛି । ସାହିର କିଛି କଚ୍ଚା ଘର ମଧ୍ୟ କ୍ଷତିଗ୍ରସ୍ତ ହୋଇଛି । ଫଳରେ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ରାଇପଦା-ଜୁଇଖୋଲ ଗ୍ରାମକୁ ସଂଯୋଗ କରୁଥିବା ବୃତଙ୍ଗ ନଦୀର କାଠ ପୋଲ ବନ୍ୟା ଜଳରେ ଭାସି ଯାଇଛି । ଗ୍ରାମବାସୀ ବିପଦସଙ୍କୁଳ ଅବସ୍ଥାରେ ନଦୀର ବଢ଼ି ପାଣି ଭିତରେ ଯାତାୟାତ କରୁଛନ୍ତି । ସେହିପରି ବାଘ ନଦୀରେ ଥିବା କାଠ ପୋଲ ବନ୍ୟା ଜଳରେ ଭାସି ଯାଇଥିବାରୁ ପାଙ୍ଗାଉପରସାହି ପଞ୍ଚାୟତର ୫ଟି ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇ ରହିଛି । ଏପର୍ଯ୍ୟନ୍ତ କୌଣସି ପ୍ରଶାସନିକ ଅଧିକାରୀ ସେମାନଙ୍କ ପାଖରେ ପହଞ୍ଚି ନଥିବା ଜଣାପଡ଼ିଛି ।

ଜିଲ୍ଲା ଜରୁରୀକାଳୀନ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ତୁମୁଡିବନ୍ଧ ବ୍ଲକରେ ସର୍ବାଧିକ ୭୦.୨ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ବାଲିଗୁଡାରେ ୬୪ ମିମି, ଚକାପାଦରେ ୫୩ ମିମି, ଦାରିଙ୍ଗିବାଡି ୨୨ ମିମି, ଜି.ଉଦୟଗିରିରେ ୩୯.୪ ମିମି, ଖଜୁରୀପଡାରେ ୩୮.୬ ମିମି, କୋଟଗଡ ୪୬ ମିମି, ନୂଆଗାଁରେ ୭୬.୪ ମିମି, ଫିରିଙ୍ଗିଆରେ ୧୬୧.୬ ମିମି, ଫୁଲବାଣୀରେ ୮୦ ମିମି, ରାଇକିଆରେ ୬୨ ମିମି, ଟିକାବାଲିରେ ୬୨, ତୁମୁଡିବନ୍ଧରେ ୩୦ ମିଲିମିଟର ବର୍ଷା ହୋଇଛି । ଜିଲ୍ଲାର କୌଣସି ସ୍ଥାନରେ ସେଭଳି କିଛି କ୍ଷୟକ୍ଷତି ହୋଇ ନଥିବା ବିଭାଗ ପକ୍ଷରୁ କୁହାଯାଇଛି ।

ଇଟିଭି ଭାରତ, କନ୍ଧମାଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.