ETV Bharat / state

ତୁମୁଡିବନ୍ଧରେ ପୁଣି ଏନକାଉଣ୍ଟର: ପୋଲିସ ଗୁଳିରେ କ୍ୟାଡର ନକ୍ସଲ ମୃତ - ଫୁଲବାଣୀ

କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ଥାନା ଅଞ୍ଚଳରେ ପୁଣିଥରେ ଗୁଳିବିନିମୟ । ସିର୍ଲା ଜଙ୍ଗଲରେ କମ୍ବିଂ ବେଳେ ଏସଓଜି ଏବଂ ଡିଭିଏଫ ସହିତ ମୁହାଁମୁହିଁ ହୋଇଥିଲେ ନକ୍ସଲ। ଏଥିରେ ଜଣେ କ୍ୟାଡର ନକ୍ସଲର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଅଧିକ ଖବର ପଢନ୍ତୁ...

ତୁମୁଡିବନ୍ଧରେ ପୁଣି ଏନକାଉଣ୍ଟର; ପୋଲିସ ଗୁଳିରେ କ୍ୟାଡର ନକ୍ସଲର ମୃତ୍ୟୁ

author img

By

Published : Jul 7, 2020, 10:27 AM IST

ଫୁଲବାଣୀ: କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ଥାନା ଅଞ୍ଚଳରେ ପୁଣିଥରେ ଗୁଳିବିନିମୟ । ବିଳମ୍ବିତ ରାତିରେ ପୋଲିସ ଓ ନକ୍ସଲଙ୍କ ଗୁଳିକାଣ୍ଡ ଘଟିଥିବା ବେଳେ ଏହି ଏନକାଉଣ୍ଟରରେ ଜଣେ କ୍ୟାଡର ନକ୍ସଲର ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

ସିର୍ଲା ଜଙ୍ଗଲରେ କମ୍ବିଂ ବେଳେ ଏସଓଜି ଏବଂ ଡିଭିଏଫ ସହିତ ମୁହାଁମୁହିଁ ହୋଇଥିଲେ ନକ୍ସଲ। ରବିବାର ଭୋରୁ ହୋଇଥିବା ଗୁଳିକାଣ୍ଡରେ ଦୁଇ ମହିଳାଙ୍କ ସହ 4 ନକ୍ସଲ ନିହତ ହୋଇଥିଲେ । ତେବେ ଆଜିର ଏନକାଉଣ୍ଟର ପୂର୍ବ ସ୍ଥାନରୁ ପ୍ରାୟ 2 କିଲୋମିଟର ଅଞ୍ଚଳରେ ହୋଇଥିବା ସୂଚନା ମିଳିଛି।

ତୁମୁଡିବନ୍ଧରେ ପୁଣି ଏନକାଉଣ୍ଟର; ପୋଲିସ ଗୁଳିରେ କ୍ୟାଡର ନକ୍ସଲର ମୃତ୍ୟୁ

ଉଭୟ ପଟରୁ ପ୍ରାୟ 50 ରାଉଣ୍ଡରୁ ଅଧିକ ଗୁଳି ଫୁଟିଥିବା ସୂଚନା ମିଳିଛି। ସ୍ଥାନୀୟ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଭୋର ସମୟରେ ଏପରି ଘଟଣା ଘଟିଛି। ମୃତ ନକ୍ସଲଙ୍କ ମୃତଦେହ ସହିତ ମାଓ ସାମଗ୍ରୀ ଓ ଗୁଳିଗୋଳା ଜବତ ହୋଇଛି। ଏସପି ପ୍ରତୀକ ସିଂ ଘଟଣାସ୍ଥଳକୁ ଯାଇ ସ୍ଥିତି ପରଖୁଥିବା ଜଣାପଡିଛି।

ତେବେ ବାଂଶଧାରା ଘୁମୁସର ନାଗାବଳୀ (ବିଜିଏନ) ଡିଭିଜନର ନକ୍ସଲମାନେ ଏଠାରେ ମେଳି ବାନ୍ଧିଥିବା ନେଇ ପୋଲିସ ଗୁଇନ୍ଦା ସୂଚନା ପାଇଥିଲା।

କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.