ETV Bharat / state

ଚୋରା ଚାଲାଣ ବେଳେ 20 କୁଇଣ୍ଟାଲ ଗଞ୍ଜେଇ ଜବତ, 2 ଗିରଫ - 20 quintals of cannabis seized

ବିପୁଳ ପରିମାଣର ଗଞ୍ଜେଇ ରାଜ୍ୟ ବାହରକୁ ଚାଲାଣ ପାଇଁ ଯୋଜନା ଚାଲିଥିବାବେଳେ ପୋଲିସ ଚଢାଉ କରି 20 କୁଇଣ୍ଟାଲ 20 କେଜି ଗଞ୍ଜେଇ ଜବତ କରିବା ସହ2 ଜଣକୁ ଗିରଫ କରିଛି ।

cannabis seized
ଚୋରା ଗଞ୍ଜେଇ ଚାଲାଣ
author img

By

Published : Jun 26, 2020, 7:07 PM IST

Updated : Jun 26, 2020, 7:33 PM IST

ଫୁଲବାଣୀ: କନ୍ଧମାଳ ପୋଲିସକୁ ବଡ ସଫଳତା । ବିପୁଳ ପରିମାଣର ଗଞ୍ଜେଇ ରାଜ୍ୟ ବାହରକୁ ଚାଲାଣ ପାଇଁ ଯୋଜନା ଚାଲିଥିବାବେଳେ ପୋଲିସ ଚଢାଉ କରି 20 କୁଇଣ୍ଟାଲ 20 କେଜି ଗଞ୍ଜେଇ ଜବତ କରିବା ସହ 2 ଜଣକୁ ଗିରଫ କରିଛି । କନ୍ଧମାଳ ଜିଲ୍ଲା ଗୋଚ୍ଛାପଡା ଥାନା ଅନ୍ତର୍ଗତ ପାହୀରାଜୁ ପଞ୍ଚାୟତର ଡ୍ରେସାରୁ ଗାଁରେ ଏହି ଚଢ଼ାଉ କରାଯାଇଥିଲା ।

ଚୋରା ଚାଲାଣ ବେଳେ 20 କୁଇଣ୍ଟାଲ ଗଞ୍ଜେଇ ଜବତ

ଗଞ୍ଜେଇ ଚାଲାଣରେ ପୋଳିସ 2 ଜଣକୁ ଗିରଫ କରାଯାଇଥିଲେ ମଧ୍ୟ ଅନ୍ୟ 12 ଜଣ ଚମ୍ପଟ ମାରିଛନ୍ତି । ଦୁର୍ବୃତ୍ତମାନେ ରାଜ୍ୟ ବାହାରକୁ ଗଞ୍ଜେଇ ଚାଲାଣ ପାଇଁ ଅପେକ୍ଷା କରିଥିବା ବେଳେ ପୋଲିସ ଅତର୍କିତ ଚଢାଉ କରିଥିଲା । ଗିରଫ ହୋଇଥିବା 2 ଜଣ ହେଲେ ଡ୍ରେସାରୁ ଗାଁର ଚାଲାଣକାରୀ ବଡ଼ଗା ଦିଗାଲ ଓ ବିଞ୍ଜେ କଂହର ।

ଏହି ଜବତ ହୋଇଥିବା ଗଞ୍ଜେଇ ଜିଲ୍ଲାରେ ଆଜିପର୍ଯ୍ୟନ୍ତ ସର୍ବାଧିକ ପରିମାଣର ବୋଲି ପୋଲିସ ସୂଚନା ଦେଇଛି । ତେବେ ଅନ୍ୟ 12 ଅଭିଯୁକ୍ତ ପୋଲିସକୁ ଚକମା ଦେଇ ଫେରାର ହୋଇଯାଇଛନ୍ତି । ସମସ୍ତଙ୍କୁ ଧରାଯିବ ବୋଲି କହିଛନ୍ତି ସଦର ଏସଡିପିଓ ।

କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ

Last Updated : Jun 26, 2020, 7:33 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.