ETV Bharat / state

କୀଟନାଶକ ମିଶା ଖାଦ୍ୟ ଖାଇ 2 ମୃତ, 2 ଗୁରୁତର - କନ୍ଧମାଳ ଲାଟେଷ୍ଟ ନ୍ୟୁଜ୍‌

କୀଟନାଶକ ମିଶା ଖାଦ୍ୟ ଖାଇ ସଦର ଥାନା ଅନ୍ତର୍ଗତ ତାଳପଡା ଗାଁରେ ଅଘଟଣ । ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଗୁରୁତର ହୋଇଥିବା ଜଣା ପଡିଛି । ଅଧିକ ପଢନ୍ତୁ...

death after having poisonous food, poisonous food intake in phulbani, kandhamal latest news, death after poisonous food intake, ଫୁଲବାଣୀରେ ବିଷାକ୍ତ ଖାଦ୍ୟ ଖାଇ ମୃତ୍ୟୁ, ଫୁଲବାଣୀରେ ବିଷାକ୍ତ ଖାଦ୍ୟ, କନ୍ଧମାଳ ଲାଟେଷ୍ଟ ନ୍ୟୁଜ୍‌, ବିଷାକ୍ତ ଖାଦ୍ୟ ଖାଇ ମୃତ୍ୟୁ
କୀଟନାଶକ ମିଶା ଖାଦ୍ୟ ଖାଇ 2 ମୃତ, 2 ଗୁରୁତର
author img

By

Published : Sep 1, 2020, 9:23 AM IST

ଫୁଲବାଣୀ: କୀଟନାଶକ ମିଶା ଖାଦ୍ୟ ଖାଇ ସଦର ଥାନା ଅନ୍ତର୍ଗତ ତାଳପଡା ଗାଁରେ ଅଘଟଣ । ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଗୁରୁତର ହୋଇଥିବା ଜଣା ପଡିଛି । ଖାଦ୍ୟରେ ଦାନାଦାର ମିଶାଯାଇଥିବାରୁ ଏପରି ଅଘଟଣ ଘଟିଥିବା ଜଣା ପଡିଛି । ସେପଟେ ଖବର ପାଇ ପୋଲିସ ଥାନାରେ ଦୁଇଟି ଅପମୃତ୍ୟୁ ମାମଲା ରୁଜୁ କରିବା ସହ ତଦନ୍ତ ପ୍ରକ୍ରିୟା ଆରମ୍ଭ କରିଛି ।

ସୂଚନା ଅନୁଯାୟୀ ଚାଷ କାର୍ଯ୍ୟରେ ବ୍ୟବହୃତ ହେଉଥିବା କୀଟନାଶକ ଔଷଧ ଦାନାଦାର ମିଶା ଖାଦ୍ୟ ଖାଇ 4 ଜଣ ଗୁରୁତର ହୋଇପଡିଥିଲେ । ସେମାନଙ୍କୁ ଡାକ୍ତରଖାନା ନେବା ବେଳେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ 2 ଜଣଙ୍କ ଅବସ୍ଥା ଗୁରୁତର ହୋଇପଡିଛି । ମୃତକ ଦୁହେଁ ହେଲେ ତାଳପଡାର ସୁବର୍ଣ୍ଣ କଂହର ଓ ଫାଗୁଣ ବିନ୍ଧାଣି । ତେବେ କେଉଁ କାରଣରୁ ସେମାନଙ୍କ ଖାଦ୍ୟରେ ଦାନାଦାର ମିଶାଯାଇଥିଲା ତାହା ତଦନ୍ତ ପରେ ଜଣା ପଡିବ ବୋଲି ପୋଲିସ ପ୍ରକାଶ କରିଛି ।

କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.